ଟି-୨୦ ବିଶ୍ୱକପ୍ରୁ ପାକିସ୍ତାନ ବିଦା, ପଦାର୍ପଣରେ ଆମେରିକା ସୁପର ୮କୁ ଉନ୍ନୀତ
ଫୋର୍ଟ ଲାଉଡରହିଲ (ଫ୍ଲୋରିଡା): ବର୍ଷା ଯୋଗୁଁ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ପ୍ରଥମ ଥର ଟି-୨୦ ବିଶ୍ୱକପ ଖେଳୁଥିବା ଆମେରିକା ସୁପର-୮କୁ ଉନ୍ନୀତ ହୋଇଛି। ଆୟର୍ଲାଣ୍ଡ-ଆମେରିକା ମ୍ୟାଚ୍ ବାତିଲ ହେବା ଯୋଗୁଁ ପୂର୍ବତନ ଚାମ୍ପିୟନ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ଆମେରିକା ଏହାର ପ୍ରଥମ ଦୁଇଟି ମ୍ୟାଚରେ ପଡ଼ୋଶୀ କାନାଡ଼ା ଏବଂ ଶକ୍ତିଶାଳୀ ପାକିସ୍ତାନକୁ ହରାଇଥିଲା । ଦଳ ତୃତୀୟ ମ୍ୟାଚରେ ଭାରତ ଠାରୁ ହାରି ଯାଇଥିଲା । କିନ୍ତୁ ଗ୍ରୁପ୍ ଏ’ରେ [...]
ଫୋର୍ଟ ଲାଉଡରହିଲ (ଫ୍ଲୋରିଡା): ବର୍ଷା ଯୋଗୁଁ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ପ୍ରଥମ ଥର ଟି-୨୦ ବିଶ୍ୱକପ ଖେଳୁଥିବା ଆମେରିକା ସୁପର-୮କୁ ଉନ୍ନୀତ ହୋଇଛି। ଆୟର୍ଲାଣ୍ଡ-ଆମେରିକା ମ୍ୟାଚ୍ ବାତିଲ ହେବା ଯୋଗୁଁ ପୂର୍ବତନ ଚାମ୍ପିୟନ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି।
ଆମେରିକା ଏହାର ପ୍ରଥମ ଦୁଇଟି ମ୍ୟାଚରେ ପଡ଼ୋଶୀ କାନାଡ଼ା ଏବଂ ଶକ୍ତିଶାଳୀ ପାକିସ୍ତାନକୁ ହରାଇଥିଲା । ଦଳ ତୃତୀୟ ମ୍ୟାଚରେ ଭାରତ ଠାରୁ ହାରି ଯାଇଥିଲା । କିନ୍ତୁ ଗ୍ରୁପ୍ ଏ’ରେ ଆୟର୍ଲାଣ୍ଡ ବିପକ୍ଷ ଆମେରିକାର ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯିବା ପରେ ଗ୍ରୁପ ଏ’ରୁ ଭାରତ ସହ ଆମେରିକା ସୁପର ୮ ରେ ପହଞ୍ଚିଛି।
ଅମ୍ପାୟାରମାନେ ଅନେକ ଥର ଗ୍ରାଉଣ୍ଡ ଯାଞ୍ଚ କରିବା ପରେ ଓଦା ଆଉଟଫିଲ୍ଡ କାରଣରୁ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ୨୦୦୯ର ବିଜେତା ତଥା ୨୦୨୨ ସଂସ୍କରଣର ରନର୍ସ ଅପ୍ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ।
ଚାରିଟି ମ୍ୟାଚରୁ ୫ ପଏଣ୍ଟ ସହ ଆମେରିକା ଗ୍ରୁପ୍ ଲିଗ୍ ଅଭିଯାନ ଶେଷ କରିଛି । ଆୟର୍ଲାଣ୍ଡ ବିପକ୍ଷ ଶେଷ ଗ୍ରୁପ୍ ମ୍ୟାଚ୍ ଜିତିଲେ ମଧ୍ୟ ପାକିସ୍ତାନ ସର୍ବାଧିକ ୪ ପଏଣ୍ଟରେ ପହଞ୍ଚି ପାରିବ।
ନ୍ୟୁୟର୍କରେ ରବିବାର ଭାରତ ବିପକ୍ଷରେ ପାକିସ୍ତାନ ୧୨୦ ରନର ଲକ୍ଷ୍ୟ ଚେଜ୍ କରିବାରେ ବିଫଳ ହୋଇଥିଲା। ଏହା ପୂର୍ବରୁ ଡାଲାସରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଅପ୍ରତ୍ୟାଶିତ ଭାବେ ଆମେରିକା ଠାରୁ ସୁପର ଓଭରରେ ହାରି ଯାଇଥିଲା ।
ଟି-୨୦ ବିଶ୍ୱକପ୍ରେ ନିଜ ପ୍ରଥମ ମ୍ୟାଚ୍ରେ ଆମେରିକା ପାଖାପାଖି ୨୦୦ ରନର ଟାର୍ଗେଟ୍ ଚେଜ୍ କରି କାନାଡ଼ା ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲା। ଏହାପରେ ଦଳ ଗତ ଥରର ରନର୍ସ ଅପ୍ ପାକିସ୍ତାନକୁ ହରାଇ ଚଳିତ ଟି-୨୦ ବିଶ୍ୱକପ୍ରେ ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଥିବା ବେଳେ ଟାଇଟଲ୍ ଦାବିଦାର ଭାରତକୁ କଡ଼ା ଟକ୍କର ଦେଇଥିଲା। ବିଶ୍ବକପ୍ ପୂର୍ବରୁ ଦଳ ଅନ୍ତର୍ଜାତୀୟ ଟି-୨୦ ସିରିଜରେ ବାଂଲାଦେଶକୁ ହରାଇଥିଲା।
ରାଜ୍ୟ ସଂଗ୍ରହାଳୟରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
Next Articleଛତିଶା ନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
