न्यूज़रूम ओडिशा
ब्रेकिंग
ओडिया समाचार

କୁଏତ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡିଆଙ୍କ ସମ୍ପର୍କୀୟଙ୍କୁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କୁଏତ ଅଗ୍ନିକାଣ୍ଡରେ କଟକ ଜିଲ୍ଲା ଆଠଗଡ଼ ତିଗିରିଆର‌ ମହମ୍ମଦ ଜହୁର ଓ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ରଣଝାଲିର ସନ୍ତୋଷ ଗୈ।ଡ ପ୍ରାଣ ହରାଇଛନ୍ତି।

Admin•15 जून 2024
Share Article:

ଭୁବନେଶ୍ୱର – କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏଥିସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କୁଏତ ଅଗ୍ନିକାଣ୍ଡରେ କଟକ ଜିଲ୍ଲା ଆଠଗଡ଼ ତିଗିରିଆର‌ ମହମ୍ମଦ ଜହୁର ଓ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ରଣଝାଲିର ସନ୍ତୋଷ ଗୈ।ଡ ପ୍ରାଣ ହରାଇଛନ୍ତି।

#Odia#Odisha#News
Share Article:

Related Articles