ଟି-୨୦ ବିଶ୍ୱକପ: ସ୍କଟଲ୍ୟାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ, ସୁପର-୮ରେ ଇଂଲଣ୍ଡ
ସେଣ୍ଟ ଲୁସିଆ: ଟି-୨୦ ବିଶ୍ୱକପରେ ରବିବାର ଏକ ଗୁରୁତ୍ବପୂର୍ଣ୍ଣ ଗ୍ରୁପ୍ ବି’ ମ୍ୟାଚରେ ଅଷ୍ଟ୍ରେଲିଆ ୫ ୱିକେଟରେ ସ୍କଟଲ୍ୟାଣ୍ଡକୁ ହରାଇଛି। ଅଷ୍ଟ୍ରେଲିଆର ଏହି ବିଜୟ ସହ ଇଂଲଣ୍ଡକୁ ମିଳିଛି ସୁପର-୮ ଟିକେଟ୍। ତେଣେ ସ୍କଟଲାଣ୍ଡର ଅଭିଯାନ ଶେଷ ହୋଇଯାଇଛି। ପୂର୍ବରୁ ଅଷ୍ଟ୍ରେଲିଆ ଗ୍ରୁପ୍-ବିରୁ ସୁପର-୮ରେ ପହଞ୍ଚି ସାରିଥିଲା । ଏବେ ସ୍କଟଲ୍ୟାଣ୍ଡର ପରାଜୟ ସହ ଇଂଲଣ୍ଡ ଏହି ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ ସୁପର-୮କୁ ଉନ୍ନୀତ ହୋଇଛି। ଉଭୟ ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡ ସମାନ ୫ ପଏଣ୍ଟ [...]
ସେଣ୍ଟ ଲୁସିଆ: ଟି-୨୦ ବିଶ୍ୱକପରେ ରବିବାର ଏକ ଗୁରୁତ୍ବପୂର୍ଣ୍ଣ ଗ୍ରୁପ୍ ବି’ ମ୍ୟାଚରେ ଅଷ୍ଟ୍ରେଲିଆ ୫ ୱିକେଟରେ ସ୍କଟଲ୍ୟାଣ୍ଡକୁ ହରାଇଛି। ଅଷ୍ଟ୍ରେଲିଆର ଏହି ବିଜୟ ସହ ଇଂଲଣ୍ଡକୁ ମିଳିଛି ସୁପର-୮ ଟିକେଟ୍। ତେଣେ ସ୍କଟଲାଣ୍ଡର ଅଭିଯାନ ଶେଷ ହୋଇଯାଇଛି। ପୂର୍ବରୁ ଅଷ୍ଟ୍ରେଲିଆ ଗ୍ରୁପ୍-ବିରୁ ସୁପର-୮ରେ ପହଞ୍ଚି ସାରିଥିଲା । ଏବେ ସ୍କଟଲ୍ୟାଣ୍ଡର ପରାଜୟ ସହ ଇଂଲଣ୍ଡ ଏହି ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ ସୁପର-୮କୁ ଉନ୍ନୀତ ହୋଇଛି। ଉଭୟ ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡ ସମାନ ୫ ପଏଣ୍ଟ ସହ ଗ୍ରୁପ୍ ଅଭିଯାନ ଶେଷ କରିଛନ୍ତିି । ହେଲେ ଉନ୍ନତ ନେଟ୍ ରନ୍ ରେଟ୍ ଆଧାରରେ ଇଂଲଣ୍ଡ ସୁପର-୮ରେ ସ୍ଥାନ ପାଇଛି।
ସେଣ୍ଟ ଲୁସିଆର ଡାରେନ୍ ସାମି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତିନି ରନ୍ ସ୍କୋରରେ ସ୍କଟଲାଣ୍ଡ ପ୍ରଥମ ୱିକେଟ୍ ହରାଇଥିଲା। ତେବେ ଜର୍ଜ ମୁନ୍ସି (୩୫) ଏବଂ ବ୍ରେଣ୍ଡନ୍ ମ୍ୟାକମଲେନ୍ (୬୦) ଦ୍ୱିତୀୟ ୱିକେଟ୍ ପାଇଁ ୪୮ଟି ବଲରେ ୮୯ ରନର ଭାଗିଦାରୀ ହୋଇଥିଲା।
ଦ୍ରୁତ ଖେଳୁଥିବା ମ୍ୟାକମଲେନ୍ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ରେ ସ୍କଟଲାଣ୍ଡ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ | ବ୍ରେଣ୍ଡନ୍ ୨୬ ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ | ଏହି ସମୟ ମଧ୍ୟରେ ୨ଟି ଚୌକା ଓ ୬ଟି ଛକା ମାରିଥିଲେ। କ୍ୟାପଟେନ ରିଚାର୍ଡ ବେରଙ୍ଗଟନ୍ ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଲାଇନ୍ ଅପ୍ ବିପକ୍ଷରେ ସ୍କଟଲ୍ୟାଣ୍ଡ ୫ ୱିକେଟ୍ ହରାଇ ୧୮୦ ରନର ଚ୍ୟାଲେଞ୍ଜିଂ ସ୍କୋର୍ ଛିଡ଼ା କରିଥିଲା। ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ପାଇଁ ୨ଟି ୱିକେଟ୍ ନେଇଥିଲେ।
୧୮୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ନୈରାଶ୍ୟଜନକ ଆରମ୍ଭ କରିଥିଲା । ଦଳ ଏକଦା ୬୦ ରନରେ ୩ ୱିକେଟ୍ ହରାଇ ଅସୁବିଧାରେ ପଡ଼ିଥିଲା। ତେବେ ଟ୍ରାଭିସ୍ ହେଡ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ପାଳି ସମ୍ଭାଳିଥିଲେ। ଚତୁର୍ଥ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୪୪ ବଲରେ ୮୦ ରନର ଭାଗିଦାରୀ ହୋଇଥିଲା। ଟ୍ରାଭିସ୍ ହେଡ୍ ୬୮ ରନ୍ କରି ଆଉଟ୍ ହୋଇଥିବାବେଳେ ଷ୍ଟୋଇନିସ୍ ୨୯ ବଲରେ ୫୯ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହାପରେ ଟିମ୍ ଡେଭିଡ୍ (୨୪ ନଟ୍ ଆଉଟ୍) ଏବଂ ମାଥ୍ୟୁ ୱେଡ୍ (୪*) ସ୍କଟଲ୍ୟାଣ୍ଡକୁ ଆଉ କୌଣସି ସୁଯୋଗ ନ ଦେଇ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ ।
ଏହା ପୂର୍ବରୁ ଇଂଲଣ୍ଡ ଏହାର ଶେଷ ଗ୍ରୁପ୍ ମ୍ୟାଚରେ ନାମିବ୍ଯାକୁ ଡକ୍ଓ୍ବର୍ଥ ଲୁଇସ୍ ନିୟମାନୁସାରେ ୪୧ ରନରେ ହରାଇଥିଲା। ବର୍ଷା ପ୍ରଭାବିତ ଏହି ମ୍ୟାଚକୁ ଇନିଂସ୍ ପିଛା ୧୦ ଓଭର ଲେଖାଏଁ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୦ ଔଷଧରେ ୫ ଓ୍ବିକେଟ୍ ହରାଇ ୧୧୨ ରନ୍ କରିଥିଲା । ଡିଏଲ୍ ନିୟମାନୁଯାୟୀ ନାମିବ୍ୟାକୁ ୧୨୬ ରନର ଟାର୍ଗେଟ ମିଳିଥିଲା। ଏହାର ଜବାବରେ ନାମିବ୍ୟା ୩ ଓ୍ବିକେଟ୍ ହରାଇ ୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା।
Devotees Struggle to Have Darshan of Lord Jagannath Despite Opening of Four Gates
Next ArticleNaveen Condoles Demise of Former Odisha Governor Murlidhar Chandrakant Bhandare
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
