न्यूज़रूम ओडिशा
ब्रेकिंग
ओडिया समाचार

କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ୫ ମୃତ

କୋଲକାତା: ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନ ନିକଟରେ ସୋମବାର ସିଲଦା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେବା ଯୋଗୁଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ମାଲଗାଡ଼ି ଧକ୍କାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଶେଷ ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଉତ୍ତର ସୀମାନ୍ତ ରେଳବାଇ କଟିହାର ଡିଭିଜନର ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟା ବେଳେ ଏହି [...]

Admin•17 जून 2024
Share Article:

କୋଲକାତା: ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନ ନିକଟରେ ସୋମବାର ସିଲଦା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେବା ଯୋଗୁଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ମାଲଗାଡ଼ି ଧକ୍କାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଶେଷ ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା।

ଉତ୍ତର ସୀମାନ୍ତ ରେଳବାଇ କଟିହାର ଡିଭିଜନର ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେ କହିଛନ୍ତି ଯେ ଉତ୍ତର ବଙ୍ଗଳାର ନୂଆ ଜଲପାଇଗୁଡି ଷ୍ଟେସନଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ରଙ୍ଗାପାନି ଷ୍ଟେସନ ନିକଟରେ ପଛପଟୁ ମାଲଗାଡ଼ି ଧକ୍କା ଦେବାରୁ ଅଗରତାଲାରୁ ଆସୁଥିବା ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସର ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି।

#Odia#Odisha#News
Share Article:

Related Articles