ରାହୁଲ ଗାନ୍ଧୀ ରାଏବରେଲି ଆସନ ରଖିଲେ, ୱାୟନାଡରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏବରେଲି ଆସନ ରଖିଛନ୍ତି । ସେ କେରଳର ୱାୟାନାଡ ଆସନରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏହି ସୂଚନା ଦେଇଛନ୍ତି। ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି, “ରାହୁଲ ଗାନ୍ଧୀ ଦୁଇଟି ଆସନରୁ ନିର୍ବାଚିତ ହୋଇଛନ୍ତି। ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେ [...]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏବରେଲି ଆସନ ରଖିଛନ୍ତି । ସେ କେରଳର ୱାୟାନାଡ ଆସନରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏହି ସୂଚନା ଦେଇଛନ୍ତି। ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି, “ରାହୁଲ ଗାନ୍ଧୀ ଦୁଇଟି ଆସନରୁ ନିର୍ବାଚିତ ହୋଇଛନ୍ତି। ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେ ଗୋଟିଏ ଆସନରେ ସାଂସଦ ରହିପାରିବେ।”
ଆସନ୍ତାକାଲି ଶେଷ ଦିନ ହୋଇଥିବାରୁ ଆଜି ଆମେ ନିଷ୍ପତ୍ତି ନେଇଛୁ ଯେ ରାହୁଲ ଗାନ୍ଧୀ ରାଏବରେଲି ଆସନରୁ ସାଂସଦ ରହିବେ, କାରଣ ଏହି ଆସନ ପ୍ରତି ତାଙ୍କ ପରିବାରର ବହୁ ପୂର୍ବରୁ ହିଁ ଘନିଷ୍ଠ ସମ୍ପର୍କ ରହିଛି।
ଖଡ଼ଗେ କହିଛନ୍ତି, “ଗାନ୍ଧୀ ପରିବାର ସହ ରାଏବରେଲି ସମ୍ପର୍କ ରହିଛି। ସେଠାରେ ଥିବା ଲୋକ ଏବଂ ଦଳ ବିଶ୍ୱାସ କରନ୍ତି ଯେ ରାହୁଲ ଗାନ୍ଧୀ ରା ବରେଲି ଆସନରୁ ସାଂସଦ ହେବା ଉଚିତ୍।”
“ୱାୟାନାଡର ଲୋକମାନେ ମଧ୍ୟ ଚାହୁଁଛନ୍ତି ଯେ ରାହୁଲ ଗାନ୍ଧୀ ସେମାନଙ୍କର ସାଂସଦ ହୁଅନ୍ତୁ। ରାହୁଲ ଗାନ୍ଧୀଙ୍କୁ ୱାୟାନାଡ ଲୋକଙ୍କ ଭଲ ପାଇବା ମିଳିଛି। କିନ୍ତୁ ରାହୁଲ ଗାନ୍ଧୀଙ୍କୁ କେବଳ ଗୋଟିଏ ଆସନରୁ ହିଁ ସାଂସଦ ରହିପାରିବେ ।”
ରାହୁଲ ଗାନ୍ଧୀ କହିଛନ୍ତି, ଉଭୟ ରାଏବରେଲି ଏବଂ ୱାୟନାଡ ସହ ତାଙ୍କ ଆନ୍ତରିକତା ରହିଛି। ପ୍ରିୟଙ୍କା ଗାନ୍ଧୀ ୱାୟାନାଡରୁ ନିର୍ବାଚନ ଲଢ଼ିବେ।
ଏଥର ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ୱାୟାନାଡ ବ୍ୟତୀତ ରାଏବରେଲିରୁ ବି ନିର୍ବାଚନ ଲଢ଼ିଥିଲେ। ସେ ଉଭୟ ଆସନରୁ ବିଜୟୀ ହୋଇଥିଲେ।
ତାତି ଓ ଗୁଳୁଗୁଳିରେ ଲୋକେ କଲବଲ, ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ବା ଅଧିକ ରେକର୍ଡ
Next Articleଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଶ୍ରଦ୍ଧାତ୍ରୟ ବିଭାଗ ଯୋଗରେ କହୁଛନ୍ତି ….
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
