न्यूज़रूम ओडिशा
ब्रेकिंग
ओडिया समाचार

ସୁରମା ପାଢ଼ୀ ହେବେ ବିଧାନସଭା ବାଚସ୍ପତି, ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର – ରଣପୁର ବିଜେପି ବିଧାୟିକା ସୁରମା ପାଢ଼ୀ ବିଧାନସଭାର ନୂଆ ବାଚସ୍ପତି ହେବା ନିଶ୍ଚିତ ହୋଇଛି। ଆଜି ଏକମାତ୍ର ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁରମା । ପ୍ରାର୍ଥିପତ୍ର ଦାଖଲର ନିର୍ଦ୍ଧାରିତ ସମୟ ସୀମା ଦିନ ୧୨ଟା ଥିଲା । ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ସେ ବାଚସ୍ପତି ହେବା ନିଶ୍ଚିତ ହୋଇଛି। ଏ ନେଇ କେବଳ ଔପଚାରିକ ଘୋଷଣା କରାଯିବ [...]

Admin•19 जून 2024
Share Article:

ଭୁବନେଶ୍ୱର – ରଣପୁର ବିଜେପି ବିଧାୟିକା ସୁରମା ପାଢ଼ୀ ବିଧାନସଭାର ନୂଆ ବାଚସ୍ପତି ହେବା ନିଶ୍ଚିତ ହୋଇଛି। ଆଜି ଏକମାତ୍ର ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁରମା । ପ୍ରାର୍ଥିପତ୍ର ଦାଖଲର ନିର୍ଦ୍ଧାରିତ ସମୟ ସୀମା ଦିନ ୧୨ଟା ଥିଲା । ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ସେ ବାଚସ୍ପତି ହେବା ନିଶ୍ଚିତ ହୋଇଛି। ଏ ନେଇ କେବଳ ଔପଚାରିକ ଘୋଷଣା କରାଯିବ । ସୁରମା ପାଢ଼ୀ ଓଡ଼ିଶା ବିଧାନସଭା ଇତିହାସରେ ହେବେ ମାତ୍ର ଦ୍ୱିତୀୟ ମହିଳା ପ୍ରାର୍ଥୀ। ପ୍ରମିଳା ମଲ୍ଲିକ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଥିଲେ ।

#Odia#Odisha#News
Share Article:

Related Articles