न्यूज़रूम ओडिशा
ब्रेकिंग
ओडिया समाचार

ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳର ନେତା ନିର୍ବାଚିତ , ପ୍ରସନ୍ନ ଆଚାର୍ଯ୍ୟ ଉପନେତା

ଭୁବନେଶ୍ବର – ନବୀନ ପଟ୍ଟନାୟକ ନବନିର୍ବାଚିତ ବିଜେଡି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ନବୀନ ହେବେ ବିରୋଧୀ ଦଳ ନେତା । ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ବରଗଡ଼ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳର ଉପନେତା କରାଯାଇଛି। ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ [...]

Admin•19 जून 2024
Share Article:

ଭୁବନେଶ୍ବର – ନବୀନ ପଟ୍ଟନାୟକ ନବନିର୍ବାଚିତ ବିଜେଡି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ନବୀନ ହେବେ ବିରୋଧୀ ଦଳ ନେତା । ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ବରଗଡ଼ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳର ଉପନେତା କରାଯାଇଛି। ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ପ୍ରତାପ ଦେବ ଉପ ମୁଖ୍ୟ ସଚେତକ ହୋଇଛନ୍ତି। ବିଧାନସଭାରେ ବିଜେଡି ବିରୋଧୀ ଦଳ ଆସନ ପାଇଥିବାରୁ ଦଳର ନେତା ବିରୋଧୀ ଦଳର ନେତା ମାନ୍ୟତା ପାଇବେ। ସୂଚନାଯୋଗ୍ୟ ଯେ, ସପ୍ତଦଶ ବିଧାନସଭା ନିର୍ବାଚନରେ ବିଜେଡି ୫୧ ଆସନରେ ବିଜୟୀ ହୋଇଛି।

#Odia#Odisha#News
Share Article:

Related Articles