ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ଆବେଦନକୁ ଗୃହୀତ, ଝାରସୁଗୁଡ଼ାର ୧୩ ବୁଥ ରେ ଯାଞ୍ଚ ହେବ ଇଭିଏମ୍
ଝାରସୁଗୁଡ଼ା: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ସେ ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିଲେ । ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ [...]
ଝାରସୁଗୁଡ଼ା: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଚଳିତ ସାଧାରଣ ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ, ଭୋଟ୍ ଗଣତି ବା ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ସେ ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିଲେ । ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା। ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା | ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍ ଇଭିଏମ୍ ଓ ଭିଭିପିଏ ଏଟି ଯାଞ୍ଚ ପାଇଁ ଆବେଦନ କରିଛନ୍ତି। ପ୍ରତିଟି ସେଟ୍ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଛନ୍ତି | ଏକ ଇଞ୍ଜିନିୟରିଂ ଟିମ୍ର ଉପସ୍ଥିତିରେ ଏହି ୧୩ ସେଟ୍ ଇଭିଏମ୍ ଓ ଭିଭିପିଏଟିର ଯାଞ୍ଚ କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ୧୩ଟି ବୁଥ୍ ରେ ଇଭିଏମ୍ ଚେକିଂ ତଥା ଭେରିଫିକେସନ୍ କରାଯିବ। ଏ ନେଇ ଗୁରୁବାର ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ଜୁନ୍ ୪ରେ ପ୍ରକାଶିତ ହୋଇଥିଲା। ବିଭିନ୍ନ କାରଣରୁ ଫଳାଫଳକୁ ନେଇ ସନ୍ତୁଷ୍ଟ ନ ଥିବା କେତେଜଣ ପ୍ରାର୍ଥୀ ଇଭିଏମ୍ ଯାଞ୍ଚ ନେଇ ଆବେଦନ କରିଥିଲେ। ଏହାକୁ ଗ୍ରହଣ କରିଛନ୍ତି ଇସିଆଇ। ତଦନୁଯାୟୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼,ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲଙ୍ଗାନା ରାଜ୍ୟର ସମୁଦାୟ ୮ ଲୋକସଭା କ୍ଷେତ୍ରର ୯୨ଟି ବୁଥ ଏବଂ ୩ଟି ବିଧାନସଭା କ୍ଷେତ୍ର ଅଧୀନ ୨୬ଟି ବୁଥର ଇଭିଏମ୍ / ଭିଭିପାଟ୍ ଯାଞ୍ଚ ହେବ। ଏଥିରେ ଓଡ଼ିଶାର ଏକମାତ୍ର ବିଧାନସଭା କ୍ଷେତ୍ର ଝାରସୁଗୁଡ଼ା ରହିଛି। ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ବିଜେଡିରୁ ପ୍ରାର୍ଥୀ ଦୀପାଳି ଦାସ ଇଭିଏମ୍ ଯାଞ୍ଚ ଲାଗି ଆବେଦନ କରିଥିଲେ।ଗତ ଜୁନ୍ ୧ରେ ଇସିଆଇ ଆବେଦନ ପ୍ରଣାଳୀ, ଯାଞ୍ଚ ପ୍ରକ୍ରିୟା, ପ୍ରୋଟୋକଲ ଆଦିକୁ ନେଇ ଏସ୍ଓପି ଜାରି କରିଥିଲେ। ନିର୍ବାଚନ ଫଳାଫଳ ପ୍ରକାଶର ୩୦ ଦିନ ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ସମ୍ପୃକ୍ତ ମାନୁଫାକଚର୍ଙ୍କୁ ଆବେଦନକାରୀ ୨୧୯ ତାଲିକା ପ୍ରଦାନର ବ୍ୟବସ୍ଥା ରହିଛି। ହେଲେ ରାଜ୍ୟ ନିର୍ବାଚନ କମିଶନ ଏହାର ଯଥେଷ୍ଟ ପୂର୍ବରୁ ମାନୁଫାକଚର୍ଙ୍କୁ ଅବଗତ କରାଇ ସାରିଛନ୍ତି। ନିର୍ବାଚ ର୍ବାଚନ ଫଳାଫଳ ଘୋଷଣାର ୪୫ ଦିନ ମଧ୍ୟରେ ଅର୍ଥାତ ୧୯ ଜୁଲାଇ ସୁଦ୍ଧା ନିର୍ବାଚନ ପିଟିସନ ଦାୟର କରାଯାଇ ପାରିବ ବୋଲି ପ୍ରାବଧାନ ରହିଛି। ସିଇଓଙ୍କଠାରୁ ନିର୍ବାନ ନିର୍ବାଚନ ପିଟିସନ (ଇପି) ଷ୍ଟାଟସ୍ ସଂପର୍କରେ ଜାଣିବା ପରେ ଦୁଇ ସପ୍ତା ପ୍ତାହ ମଧ୍ୟରେ ମାନୁଫାକଚର୍ ଇଭିଏମ୍ ଚେକିଂ ଏବଂ ଭେରିଫିକେସନ ଲାଗି ସମୟ ନିର୍ଦ୍ଧା ନିର୍ଦ୍ଧାରଣ କରିବେ । ଇପି ଷ୍ଟାଟସ୍ ସମ୍ପର୍କରେ ନିଶ୍ଚିତ ହେବା । ପରେ ଚାରି ସପ୍ତାହ ମଧ୍ୟରେ ଇଭିଏମ୍ର ଚେକିଂ ଏବଂ ଭେରିଫିକେସନ୍ କରିବେ ବୋଲି ଏଥିରେ ଦର୍ଶାଯାଇଛି ।
କେଜ୍ରିୱାଲଙ୍କୁ ଝଟକା, ଜାମିନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
Next Article59 Test Positive to Jaundice In Sambalpur, Health Department on Alert
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
