ଟି-୨୦ ବିଶ୍ୱକପ: ରୋମାଞ୍ଚକ ମ୍ୟାଚରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା, ୭ ରନରେ ହାରିଲା ଇଂଲଣ୍ଡ
ସେଣ୍ଟ ଲୁସିଆ: ଟି-୨୦ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶେଷ ଓଭରରୁ ବିଜୟ ପାଇଁ ୧୪ ରନ ଆବଶ୍ୟକ ଥିବାବେଳେ ଇଂଲଣ୍ଡ କେବଳ ୬ ରନ କରି ପାରିଥିଲା। ହ୍ୟାରି ବୁକ୍ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଲିଆମ ଲିଭିଂଷ୍ଟୋନଙ୍କ ଦୃଢ଼ ବ୍ୟାଟିଂ ବଳରେ ମ୍ୟାଚ୍ ଏକଦା ଇଂଲଣ୍ଡ ନିୟନ୍ତ୍ରଣରେ ଥିଲା। ମାତ୍ର ଏ ଦୁଇ ବ୍ୟାଟର ଆଉଟ ହେବା ପରେ ଇଂଲଣ୍ଡ ହାତରୁ [...]
ସେଣ୍ଟ ଲୁସିଆ: ଟି-୨୦ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶେଷ ଓଭରରୁ ବିଜୟ ପାଇଁ ୧୪ ରନ ଆବଶ୍ୟକ ଥିବାବେଳେ ଇଂଲଣ୍ଡ କେବଳ ୬ ରନ କରି ପାରିଥିଲା। ହ୍ୟାରି ବୁକ୍ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଲିଆମ ଲିଭିଂଷ୍ଟୋନଙ୍କ ଦୃଢ଼ ବ୍ୟାଟିଂ ବଳରେ ମ୍ୟାଚ୍ ଏକଦା ଇଂଲଣ୍ଡ ନିୟନ୍ତ୍ରଣରେ ଥିଲା। ମାତ୍ର ଏ ଦୁଇ ବ୍ୟାଟର ଆଉଟ ହେବା ପରେ ଇଂଲଣ୍ଡ ହାତରୁ ମ୍ୟାଚ୍ ଖସି ଯାଇଥିଲା । ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୬୩ ରନ କରିଥିବାବେଳେ ଇଂଲଣ୍ଡ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥଲା । ବ୍ରୁକ୍ ୫୩ ଓ ଲିଭିଂଷ୍ଟୋନ ୩୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡ଼ା ଓ କେଶବ ମହାରାଜ ୨ଟି ଲେଖାଏ ଓ୍ବିକେଟ୍ ନେଇଥିଲେ। ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସୁପର-୮ ପର୍ଯ୍ୟାୟରେ ୪ ପଏଣ୍ଟରେ ପହଞ୍ଚିଛି। ଅନ୍ୟପକ୍ଷରେ ଇଂଲଣ୍ଡ ୨ଟି ମ୍ୟାଚରୁ ପ୍ରଥମ ପରାଜୟ ବରଣ କରିଛି।
ଟସ୍ ଜିତି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା କ୍ଲିଣ୍ଟନ ଡିକକ୍ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ପାର୍ଶ୍ୱରପ୍ଲେ ୬ ଓଭରରେ କୌଣସି ଓ୍ବିକେଟ୍ ନ ହରାଇ ୬୩ ରନ ସଂଗ୍ରହ କରିଥିଲା। ଓପନିଂ ଯୋଡ଼ିରେ ୫୯ ବଲ୍ରୁ ୮୬ ରନର ଭାଗୀଦାରି ହୋଇଥିଲା। ମାତ୍ର ଏଥିରେ ରିଜା ହେଣ୍ଡିକଙ୍କ ଅବଦାନ ୨୫ ବଲ୍ରୁ ମାତ୍ର ୧୯ ରହିଥିଲା। ଡିକକ୍ଙ୍କ ୩୮ ବଲ୍ରୁ ୬୫ (୪ ଚୌକା, ୪ ଛକା) ଓ ଡେଭିଡ ମିଲରଙ୍କ ୪୩ (୨୮ ବଲ, ୪ ଚୌକା, ୨ ଛକା) ରନ ଯୋଗୁ ଦକ୍ଷିଣ ଆଫ୍ରିକା ସ୍କୋର ୧୫୦ ଅତିକ୍ରମ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଟର ୩ଟି ଏବଂ ମୋଇନ ଅଲୀ ଓ ଆଦିଲ ରଶିଦ ଗୋଟିଏ ଲେଖାଏ ଓ୍ବିକେଟ୍ ନେଇଥିଲେ।
ଆଜି ଦେବସ୍ନାନ ପୂର୍ଣ୍ଣିମା, କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଲୀଳା
Next Articleଟି-୨୦ ବିଶ୍ଵକପ: ଆଜି ବାଂଲାଦେଶକୁ ଭେଟିବ ଭାରତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
