न्यूज़रूम ओडिशा
ब्रेकिंग
ओडिया समाचार

ଟି-୨୦ ବିଶ୍ୱକପ: ସେମିଫାଇନାଲରେ ଇଂଲଣ୍ଡ

ବ୍ରିଜଟାଉନ: ଟି-୨୦ ବିଶ୍ୱକପରେ ରବିବାର ସୁପର-୮ର ଗ୍ରୁପ୍ ୨ର ଏକ ମ୍ୟାଚରେ ଇଂଲଣ୍ଡ ୧୦ ଓ୍ବିକେଟରେ ଆମେରିକାକୁ ହରାଇଛି । ଏଥିସହ ଇଂଲଣ୍ଡ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଆମେରିକାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଆମେରିକା ମାତ୍ର ୧୮.୫ ଓଭରରେ ମାତ୍ର ୧୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ତରଫରୁ କ୍ରିସ୍ ଜୋର୍ଡାନ ହ୍ୟାଟ୍ରିକ୍ ନେଇଥିଲେ । ଆମେରିକା ପକ୍ଷରୁ ନୀତୀଶ କୁମାର [...]

Admin•24 जून 2024
Share Article:

ବ୍ରିଜଟାଉନ: ଟି-୨୦ ବିଶ୍ୱକପରେ ରବିବାର ସୁପର-୮ର ଗ୍ରୁପ୍ ୨ର ଏକ ମ୍ୟାଚରେ ଇଂଲଣ୍ଡ ୧୦ ଓ୍ବିକେଟରେ ଆମେରିକାକୁ ହରାଇଛି । ଏଥିସହ ଇଂଲଣ୍ଡ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଆମେରିକାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଆମେରିକା ମାତ୍ର ୧୮.୫ ଓଭରରେ ମାତ୍ର ୧୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ତରଫରୁ କ୍ରିସ୍ ଜୋର୍ଡାନ ହ୍ୟାଟ୍ରିକ୍ ନେଇଥିଲେ । ଆମେରିକା ପକ୍ଷରୁ ନୀତୀଶ କୁମାର ସର୍ବାଧିକ ୩୦ ରନ୍ କରିଥିଲେ। କୋରି ଆଣ୍ଡରସନ ୨୯ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ଜୋର୍ଡାନଙ୍କ ବ୍ୟତୀତ ଆଦିଲ ରସିଦ ଏବଂ ସାମ କରନ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ରିସ ଟୋପଲି ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ୧୧୬ ରନର ଲକ୍ଷ୍ୟ ଜବାବରେ ଇଂଲଣ୍ଡ କୌଣସି ଓ୍ବିକେଟ୍ ନ ହରାଇ ମାତ୍ର ୯.୪ ଓଭରରେ ମ୍ୟାଚ୍ ଜିତି ନେଇଥିଲା। କ୍ୟାପଟେନ୍ ଜୋସ ବଟଲର କେବଳ ୩୮ ବଲରେ ୬ଟି ଚୌକା ଓ ୭ଟି ଛକା ସହ ବିସ୍ଫୋରକ ୮୩ ରନ୍ କରିଥିବା ବେଳେ ଫିଲ ସଲ୍ଟ ୨୧ ବଲରେ ୨୫ ରନ୍ କରିଥିଲେ ।

#Odia#Odisha#News
Share Article:

Related Articles