ଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ଦକ୍ଷିଣ ଆଫ୍ରିକା
ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା): ଟି-୨୦ ବିଶ୍ୱକପରେ ସୋମବାର ଏକ ବର୍ଷା ପ୍ରଭାବିତ ସୁପର ୮ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଡକୱର୍ଥ ଲୁଇସ ନିୟମାନୁସାରେ ୩ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଏହି ପରାଜୟ ଯୋଗୁଁ ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଏହାର ଜବାବରେ ଯେତେବେଳେ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ [...]
ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା): ଟି-୨୦ ବିଶ୍ୱକପରେ ସୋମବାର ଏକ ବର୍ଷା ପ୍ରଭାବିତ ସୁପର ୮ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଡକୱର୍ଥ ଲୁଇସ ନିୟମାନୁସାରେ ୩ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଏହି ପରାଜୟ ଯୋଗୁଁ ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି।
ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଏହାର ଜବାବରେ ଯେତେବେଳେ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ ୧୫ ରନ୍ କରିଥିଲା, ବର୍ଷା ଯୋଗୁଁ ଖେଳ କିଛି ସମୟ ବନ୍ଦ ହୋଇଥିଲା। ବର୍ଷା ବିରତି ପରେ ଡକୱର୍ଥ-ଲୁଇସ୍ ପଦ୍ଧତି ମୁତାବକ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୭ ଓଭରରେ ୧୨୩ ରନ୍ ଧାର୍ଯ୍ୟ ହୋଇଥିଲା। ଏହି ପୁନଃ ନିର୍ଦ୍ଧାରିତ ଟାର୍ଗେଟକୁ ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ବିନିମୟରେ ୧୬.୧ ଓଭରରେ ହାସଲ କରିନେଇଥିଲା । ଦଳ ନିଜ ତିନୋଟି ଯାକ ସୁପର ୮ ମ୍ୟାଚ୍ ଜିତି ଗ୍ରୁପ୍-୨ ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି । ଏହି ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଛି । ଇଂଲଣ୍ଡ ୪ ପଏଣ୍ଟ ସହ ଏହି ଗ୍ରୁପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଇଂଲଣ୍ଡ ରବିବାର ଅନ୍ୟତମ ସହ ଆୟୋଜକ ଆମେରିକାକୁ ୧୦ ୱିକେଟରେ ପରାସ୍ତ କରି ଶେଷ-୪ରେ ସ୍ଥାନ ନିଶ୍ଚିତ କରିଥିଲା।
ଟି-୨୦ ବିଶ୍ଵକପ୍: ଆଜି ଭାରତ-ଅଷ୍ଟ୍ରେଲିଆ ଲଢ଼େଇ
Next ArticleTo Be a Very Strong and Effective Opposition in Parliament: Naveen to BJD MPs
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
