न्यूज़रूम ओडिशा
ब्रेकिंग
ओडिया समाचार

ଡକୱର୍ଥ-ଲୁଇସ୍ ନିୟମର ଜନକ ଫ୍ରାଙ୍କ ଡକୱର୍ଥଙ୍କର ପରଲୋକ

ନୂଆଦିଲ୍ଲୀ: ଇଂଲଣ୍ଡର ପରିସଂଖ୍ୟାନ ବିଶେଷଜ୍ଞ ତଥା ଡକ୍ଓ୍ବର୍ଥ-ଲୁଇସ୍-ଷ୍ଟର୍ନ (ଡିଏଲ୍ଏସ୍) ନିୟମର ଅନ୍ୟତମ ସୃଷ୍ଟିକର୍ତ୍ତା ଫ୍ରାଙ୍କ ଡକୱର୍ଥଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଜୁନ୍ ୨୧ରେ ଡକ୍ଓ୍ବର୍ଥଙ୍କ ମୃତ୍ୟୁ ହୋଇଛି। ଡକୱର୍ଥ ଏବଂ ତାଙ୍କ ସହଯୋଗୀ ପରିସଂଖ୍ୟାନ ବିଶେଷଜ୍ଞ ଟନି ଲୁଇସ୍ ଡକୱର୍ଥ – ଲୁଇସ୍ ପଦ୍ଧତି ପ୍ରସ୍ତୁତ କରିଥିଲେ। ବର୍ଷା ପ୍ରଭାବିତ କ୍ରିକେଟ୍ ମ୍ୟାଚ୍ ଗୁଡ଼ିକର ଫଳାଫଳ ବାହାର କରିବାକୁ ଏହି ନିୟମର ସହାୟତା ନିଆଯାଏ । ଅନ୍ତର୍ଜାତୀୟ କ୍ରିକେଟରେ [...]

Admin•25 जून 2024
Share Article:

ନୂଆଦିଲ୍ଲୀ: ଇଂଲଣ୍ଡର ପରିସଂଖ୍ୟାନ ବିଶେଷଜ୍ଞ ତଥା ଡକ୍ଓ୍ବର୍ଥ-ଲୁଇସ୍-ଷ୍ଟର୍ନ (ଡିଏଲ୍ଏସ୍) ନିୟମର ଅନ୍ୟତମ ସୃଷ୍ଟିକର୍ତ୍ତା ଫ୍ରାଙ୍କ ଡକୱର୍ଥଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଜୁନ୍ ୨୧ରେ ଡକ୍ଓ୍ବର୍ଥଙ୍କ ମୃତ୍ୟୁ ହୋଇଛି।

ଡକୱର୍ଥ ଏବଂ ତାଙ୍କ ସହଯୋଗୀ ପରିସଂଖ୍ୟାନ ବିଶେଷଜ୍ଞ ଟନି ଲୁଇସ୍ ଡକୱର୍ଥ – ଲୁଇସ୍ ପଦ୍ଧତି ପ୍ରସ୍ତୁତ କରିଥିଲେ। ବର୍ଷା ପ୍ରଭାବିତ କ୍ରିକେଟ୍ ମ୍ୟାଚ୍ ଗୁଡ଼ିକର ଫଳାଫଳ ବାହାର କରିବାକୁ ଏହି ନିୟମର ସହାୟତା ନିଆଯାଏ ।

ଅନ୍ତର୍ଜାତୀୟ କ୍ରିକେଟରେ ଏହି ନିୟମ ପ୍ରଥମେ ୧୯୯୭ରେ ଲାଗୁ ହୋଇଥିଲା । ୨୦୦୧ରୁ ଆଇସିସି ବର୍ଷା ପ୍ରଭାବିତ ଅନ୍ତର୍ଜାତୀୟ ମ୍ୟାଚ୍ ଗୁଡ଼ିକରେ ସଂଶୋଧିତ ଟାର୍ଗେଟ୍ ସ୍ଥିର କରିବାକୁ ଏହି ନିୟମକୁ ଆନୁଷ୍ଠାନିକ ଭାବେ ସ୍ଵୀକୃତି ଦେଇଥିଲା।

ଡକୱର୍ଥ ଏବଂ ଲୁଇସ୍ ଙ୍କ ଅବସର ପରେ ଅଷ୍ଟ୍ରେଲୀୟ ସଂଖ୍ୟାବିଦ୍ ଷ୍ଟିଭେନ୍ ଷ୍ଟର୍ନଙ୍କ ଦ୍ବାରା ଏଥିରେ କିଛି ପରିବର୍ତ୍ତନ କରାଯାଇଥଲା । ତଦନୁଯାୟୀ ଏହି ନିୟମର ନାମ ଡକ୍ଓ୍ବର୍ଥ-ଲୁଇସ୍-ଷ୍ଟର୍ନ ରଖାଯାଇଥିଲା ।

ଜୁନ୍ ୨୦୧୦ରେ ଉଭୟ ଡକୱର୍ଥ ଏବଂ ଲୁଇସଙ୍କୁ ମର୍ଯ୍ୟାଦାଜନକ ‘ମେମ୍ବର ଅଫ୍ ଅର୍ଡର ଅଫ୍ ବ୍ରିଟିଶ୍ ଏମ୍ପାୟର’ (ଏମବିଇ) ସମ୍ମାନ ପ୍ରଦାନ କରାଯାଇଥିଲା।

ଡିଏଲ୍ଏସ୍ ପଦ୍ଧତି ଏକ ଜଟିଳ ସାଂଖ୍ୟିକ ବିଶ୍ଲେଷଣ ଆଧାରିତ ନିୟମ, ଯାହା ଦ୍ବାରା ବର୍ଷା ପ୍ରଭାବିତ ମ୍ୟାଚରେ ଦ୍ବିତୀୟରେ ବ୍ୟାଟିଂ କରୁଥିବା ଦଳ ପାଇଁ ସଂଶୋଧିତ ବିଜୟ ଲକ୍ଷ୍ୟ ସ୍ଥିର କରାଯାଏ। ଏଥିପାଇଁ ବ୍ୟାଟିଂ ଦଳର ବାକି ଥିବା ୱିକେଟ୍ ଏବଂ ଓଭର ହ୍ରାସ ଆଦି ବିଭିନ୍ନ ଦିଗକୁ ଧ୍ୟାନ ଦିଆଯାଏ।

#Odia#Odisha#News
Share Article:

Related Articles