ପ୍ରତିଶୋଧ ନେଲା ଭାରତ, ଇଂଲଣ୍ଡକୁ ମାତ୍ ଦେଇ ୧୦ ବର୍ଷ ପରେ ଫାଇନାଲରେ ଟିମ୍ ଇଣ୍ଡିଆ
ଗୟାନା: ଭାରତ ଚଳିତ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଗୁରୁବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସେମିଫାଇନାଲରେ ଭାରତ ୬୮ ରନରେ ଗତଥରର ଚାମ୍ପିୟନ ଇଂଲଣ୍ଡକୁ ହରାଇ ୧୦ ବର୍ଷ ପରେ ଫାଇନାଲକୁ ଉନ୍ନୀତ ହୋଇଛି । ଏଥିସହ ୨୦୨୨ ବିଶ୍ବକପ ସେମିଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ଟସ୍ ହାରି [...]
ଗୟାନା: ଭାରତ ଚଳିତ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଗୁରୁବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସେମିଫାଇନାଲରେ ଭାରତ ୬୮ ରନରେ ଗତଥରର ଚାମ୍ପିୟନ ଇଂଲଣ୍ଡକୁ ହରାଇ ୧୦ ବର୍ଷ ପରେ ଫାଇନାଲକୁ ଉନ୍ନୀତ ହୋଇଛି । ଏଥିସହ ୨୦୨୨ ବିଶ୍ବକପ ସେମିଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଭାରତ ଏକ ମନ୍ଥର ପିଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୧ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ଜବାବରେ ଇଂଲଣ୍ଡ ୧୬.୪ ଓଭରରେ ମାତ୍ର ୧୦୩ ରନକରି ଅଲ୍ଆଉଟ ହୋଇ ଯାଇଥିଲା । ଇଂଲଣ୍ଡ ତରଫରୁ ହ୍ୟାରି ବୁକ୍ ସର୍ବାଧିକ ୨୫ ରନ କରିଥିବା ବେଳେ ଅଧିନାୟକ ଜୋସ୍ ବଟଲର ୨୩ ରନ୍ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏ ଏବଂ ଯଶପ୍ରୀତ୍ ବୁମ୍ରା ୨ଟି ଓ୍ବିକେଟ୍ ନେଇଥିଲେ। ଶନିବାର ବାର୍ବାଡୋସରେ ଖେଳାଯିବକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ଖେଳାଯିବ । ପ୍ରଥମ ସେମିଫାଇନାଲରେ ଆଫଗାନିସ୍ଥାନକୁ ହରାଇ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଭାରତ ୧୦ ବର୍ଷ ପରେ ଫାଇନାଲରେ ପହଞ୍ଚିଛି। ଶେଷଥର ଟିମ୍ ଇଣ୍ଡିଆ ୨୦୧୪ରେ ଫାଇନାଲ ଖେଳିଥିଲା । ହେଲେ ଫାଇନାଲରେ ଶ୍ରୀଲଙ୍କା ଠାରୁ ହାରିଯାଇଥିଲା।
ବର୍ଷା ଜନିତ ଆଉଟଫିଲ୍ଡ ଓଦା ଯୋଗୁ ମ୍ୟାଚ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଟସ୍ଜିତି ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ଫିଲିଂ ନିଷ୍ପତ୍ତି ନେଇଥିଲେ। ପାୱାରପ୍ଲେ ୬ ଓଭରରେ ଭାରତ ୨ ଓ୍ବିକେଟ୍ ହରାଇ ୪୬ ରନ ସଂଗ୍ରହ କରିଥିଲା। ବିରାଟ କୋହଲି ୯ ଓ ରିଷଭ ପନ୍ତ ୪ ରନକରି ଆଉଟ୍ ହୋଇଥିଲେ। ପୁନର୍ବାର ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଭାରତ ୮ ଓଭରରେ ୨ ଓ୍ବିକେଟ୍ ହରାଇ ୬୫ ରନ କରିଥିଲା। ଖେଳ ପାଖାପାଖି ଘଣ୍ଟାଏ ବନ୍ଦ ରହିବାପରେ ଖେଳକୁ ପୁଣି ଆରମ୍ଭ କରାଯାଇଥିଲା। ତେବେ ଓଭର ସଂଖ୍ୟା କମି ନ ଥିଲା । ରୋହିତ ଓ ସୂର୍ଯ୍ୟକୁମାର ଦ୍ରୁତ ହାରରେ ରନ ସଂଗ୍ରହ ଜାରି ରଖି ତୃତୀୟ ଓ୍ବିକେଟରେ ୫୦ ବଲ୍ରୁ ୭୩ ରନ୍ ଯୋଗ କରିଥିଲେ। ରୋହିତ ୩୯ ବଲ୍ରୁ ୬ ଚୌକା ଓ ୨ ଛକା ସହାୟତାରେ ୫୭ ରନ୍ କରି ଆଉଟ ହେବାରୁ ପାର୍ଟନରସିପ୍ ଭାଙ୍ଗିଥଲା। ସୂର୍ଯ୍ୟକୁମାର ଦୃଢ଼ ବ୍ୟାଟିଂ କରି ଅର୍ଦ୍ଧଶତକର ନିକଟତର ହୋଇଥିଲେ ହେଁ ୪୭ (୩୬ ବଲ, ୪ ଚୌକା, ୨ ଛକା) ରନ କରି ପ୍ୟାଭିଲିୟନ ଫେରିଥିଲେ। ବ୍ୟାଟିଂ କ୍ରମରେ ଉପରେ ଆସିଥିବା ହାର୍ଦ୍ଦିକ ପାଣ୍ଡା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୩ ବଲ୍ରୁ ୨୩ (୧ ଚୌକା, ୨ ଛକା) ରନ ସଂଗ୍ରହ କରିଥିଲେ। ମ୍ୟାଚର ୧୮ତମ ଓଭରରେ କ୍ରମାଗତ ୨ଟି ବଲ୍ରେ ହାର୍ଦ୍ଦିକ ଓ ଶିବମ୍ ଦୁବେଙ୍କୁ ଆଉଟ କରି କ୍ରିସ୍ ଜୋର୍ଡାନ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ସଫଳ ହୋଇ ନ ଥିଲେ। ଅକ୍ଷର ପଟେଲ ୬ ବଲ୍ରୁ ୧୦ ରନ କରିବାରୁ ଭାରତ ରନ ସଂଖ୍ୟା ୧୭୧ରେ ପହଞ୍ଚି ପାରିଥିଲା। ରବୀନ୍ଦ୍ର ଜାଡେଜା ୯ ବଲ୍ରୁ ୧୭ ରନକରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ୩ଟି ଏବଂ ୫ ରିଶି ଟୋପ୍ଲେ, ଜୋଫ୍ରା ଆର୍ଚର, ସାମ୍ ଓ କରନ ଓ ଆଦିଲ ରଶିଦ ଗୋଟିଏ ଲେଖାଏ ଓ୍ବିକେଟ୍ ନେଇଥିଲେ।
ଶ୍ରୀଜୀଉ ଲାଗିହେଲେ ଫୁଲୁରୀ ତେଲ
Next Articleରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା , ଆଜି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
