न्यूज़रूम ओडिशा
ब्रेकिंग
ओडिया समाचार

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ମହାରାଜା

ଭୁବନେଶ୍ୱର – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ମୁଖ୍ୟମନ୍ତ୍ରୀ ଓ ମହାରାଜାଙ୍କ ମଧ୍ୟରେ ଆଲୋଚନା ବେଳେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ। ଶୃଙ୍ଖଳିତ ରଥଯାତ୍ରା ନୀତିକାନ୍ତିଠୁ ଆରମ୍ଭ କରି ରତ୍ନଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରିଛନ୍ତି ଗଜପତି ମହାରାଜା। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଜପତି ମହାରାଜା କହିଛନ୍ତି, ଏଥର ରଥଯାତ୍ରା [...]

Admin•1 जुलाई 2024
Share Article:

ଭୁବନେଶ୍ୱର – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ମୁଖ୍ୟମନ୍ତ୍ରୀ ଓ ମହାରାଜାଙ୍କ ମଧ୍ୟରେ ଆଲୋଚନା ବେଳେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ।

ଶୃଙ୍ଖଳିତ ରଥଯାତ୍ରା ନୀତିକାନ୍ତିଠୁ ଆରମ୍ଭ କରି ରତ୍ନଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରିଛନ୍ତି ଗଜପତି ମହାରାଜା।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଜପତି ମହାରାଜା କହିଛନ୍ତି, ଏଥର ରଥଯାତ୍ରା ୧୯୭୧ ମସିହା ଭଳି ପଡୁଛି। ଗୋଟିଏ ଦିନରେ ଦୁଇ ଦିନର ନୀତିକାନ୍ତି ହେବ। ତେଣୁ ରଥଯାତ୍ରା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା ହେଲା। ଅପରାହ୍ନ ୫ଟାରେ ରଥଟଣା ଯିବାକୁ ନୀତି ନିର୍ଘଣ୍ଟ ହୋଇଥିବାରୁ ସେଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ।

#Odia#Odisha#News
Share Article:

Related Articles