न्यूज़रूम ओडिशा
ब्रेकिंग
ओडिया समाचार

ବନ୍ଦ ହେଲା ଦେଶୀ ଟ୍ବିଟର ‘କୂ’

ନୂଆଦିଲ୍ଲୀ: ଏକଦା ଦେଶୀ ଟ୍ବିଟର ଆଖ୍ୟା ପାଇଥିବା ଭାରତୀୟ ସୋସିଆଲ ମିଡ଼ିଆ କମ୍ପାନୀ ‘କୂ’ ବନ୍ଦ ହୋଇଯାଇଛି। ‘କୂ’ ଟ୍ୱିଟର (ବର୍ତ୍ତମାନ ‘ଏକ୍ସ’)ର ପ୍ରତିଦ୍ୱନ୍ଦ୍ୱୀ ଭାବେ ସୋସିଆଲ ମିଡ଼ିଆ ଜଗତରେ ଏଣ୍ଟ୍ରି କରିଥିଲା | ହେଲେ ଆରମ୍ଭ ହେବାର ତିନି ବର୍ଷ ପରେ ଏହି ଭାରତୀୟ ଷ୍ଟାର୍ଟଅପ୍ ବନ୍ଦ ହୋଇଛି । ‘କୂ’ର ପ୍ରତିଷ୍ଠାତା ଅପ୍ରେମୟ ରାଧାକୃଷ୍ଣ ଏବଂ ମୟଙ୍କ ବିଦୱାଟକା ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି। ଏକଦା ରାଜନେତାଙ୍କ [...]

Admin•3 जुलाई 2024
Share Article:

ନୂଆଦିଲ୍ଲୀ: ଏକଦା ଦେଶୀ ଟ୍ବିଟର ଆଖ୍ୟା ପାଇଥିବା ଭାରତୀୟ ସୋସିଆଲ ମିଡ଼ିଆ କମ୍ପାନୀ ‘କୂ’ ବନ୍ଦ ହୋଇଯାଇଛି। ‘କୂ’ ଟ୍ୱିଟର (ବର୍ତ୍ତମାନ ‘ଏକ୍ସ’)ର ପ୍ରତିଦ୍ୱନ୍ଦ୍ୱୀ ଭାବେ ସୋସିଆଲ ମିଡ଼ିଆ ଜଗତରେ ଏଣ୍ଟ୍ରି କରିଥିଲା | ହେଲେ ଆରମ୍ଭ ହେବାର ତିନି ବର୍ଷ ପରେ ଏହି ଭାରତୀୟ ଷ୍ଟାର୍ଟଅପ୍ ବନ୍ଦ ହୋଇଛି । ‘କୂ’ର ପ୍ରତିଷ୍ଠାତା ଅପ୍ରେମୟ ରାଧାକୃଷ୍ଣ ଏବଂ ମୟଙ୍କ ବିଦୱାଟକା ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି। ଏକଦା ରାଜନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକ ଭିଭିଆଇପି ‘କୂ’ରେ ନିଜ ଆକାଉଣ୍ଟ ଖୋଲିଥିଲେ ।

‘କୂ’ର ପ୍ରତିଷ୍ଠାତାଙ୍କ କହିବା ମୁତାବକ ବ୍ୟାବସାୟିକ ପାର୍ଟନରସିପ୍ ନେଇ ଆଲୋଚନା ବିଫଳ ହେବା ଏବଂ କମ୍ପାନୀ ଚଳାଇବାରେ ବ୍ୟୟବହୁଳତା ଯୋଗୁଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବନ୍ଦ କରିବାକୁ ପଡ଼ିଛି। ଆର୍ଥିକ ସମସ୍ୟା ଯୋଗୁଁ କମ୍ପାନୀ ଏପ୍ରିଲ୍ ୨୦୨୩ରୁ ହିଁ କର୍ମଚାରୀ ଛଟେଇ ଆରମ୍ଭ କରିଥିଲା ।

ଏକଦା ‘କୂ’ର ଦୈନିକ ସକ୍ରିୟ ୟୁଜରଙ୍କ ସଂଖ୍ୟା ୨୧ ଲକ୍ଷରେ ପହଞ୍ଚିଥିଲା । କମ୍ପାନୀର ମାସିକ ସକ୍ରିୟ ୟୁଜର ସଂଖ୍ୟା ମଧ୍ୟ କୋଟିଏ ଛୁଇଁଥିଲା। ଏହି ପ୍ଲାଟଫର୍ମରେ ୯ ହଜାର ଭିଆଇପି ଲୋକଙ୍କର ଆକାଉଣ୍ଟ ଥିଲା | ଏହି ପ୍ଲାଟଫର୍ମକୁ ରାଜନେତାମାନେ ବି ପ୍ରମୋଟ କରୁଥିଲେ।

ସେତେବେଳେ ବହୁ ନେତା, ବିଶେଷକରି ଶାସକ ବିଜେପି ଦଳର ନେତା ଏବଂ କ୍ୟାବିନେଟ ମନ୍ତ୍ରୀ ‘କୂ’ରେ ନିଜ ଆକାଉଣ୍ଟ ଖୋଲିଥିଲେ। ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ଦେଶୀ ଟ୍ୱିଟର ଭାବେ ପ୍ରମୋଟ କରାଯାଉଥିଲା | ତେବେ ଏତେ ସଫଳତା ସତ୍ତ୍ବେ ଆର୍ଥିକ ସମସ୍ୟା ଯୋଗୁଁ କମ୍ପାନୀକୁ ଶେଷରେ ନିଜ ବ୍ୟବସାୟ ବନ୍ଦ କରିବାକୁ ପଡ଼ିଛି।

#Odia#Odisha#News
Share Article:

Related Articles