न्यूज़रूम ओडिशा
ब्रेकिंग
ओडिया समाचार

କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଖଳି ପ୍ରସାଦ ଲାଗି ସମ୍ପର୍ଣ୍ଣ

ଆଷାଢ଼ କୃଷ୍ଣ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ସହ ଖଡ଼ି ପ୍ରସାଦ ଲାଗି ହୋଇଛି l ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳିଲାଗି ଓ ତତ୍ପରେ ଖଡ଼ି ଲାଗି କରାଯାଇଥିଲା। ଘଣ୍ଟ, ଛତା, କାହାଳି ସହ ଶୁଦ୍ଧ ସୁଆରଙ୍କ ଘରୁ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଖଳି ପ୍ରଲେପକୁ ରୂପା ପିଂଗଣରେ ରଖି ଦଇତାପତି ସେବକ [...]

Admin•5 जुलाई 2024
Share Article:

ଆଷାଢ଼ କୃଷ୍ଣ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ସହ ଖଡ଼ି ପ୍ରସାଦ ଲାଗି ହୋଇଛି l ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳିଲାଗି ଓ ତତ୍ପରେ ଖଡ଼ି ଲାଗି କରାଯାଇଥିଲା। ଘଣ୍ଟ, ଛତା, କାହାଳି ସହ ଶୁଦ୍ଧ ସୁଆରଙ୍କ ଘରୁ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଖଳି ପ୍ରଲେପକୁ ରୂପା ପିଂଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥିଲେ ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ,ରକ୍ତ ବସ୍ତ୍ର ଆବରଣ ଆଦି ଗୁପ୍ତ ସେବା ଆଧାରରେ କରାଯାଇଥିଲା। ଦଇତା ଓ ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀ ରେ ପ୍ରସ୍ତୁତ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରିଥିଲେ।

ଶ୍ରୀବିଗ୍ରହମାନଙ୍କ ନବଯୌବନ ଦର୍ଶନ ପୂର୍ବରୁ ବିଳମ୍ବିତ ରାତିରେ ଶ୍ରୀଅଙ୍ଗରେ ଖଳି ଲାଗି କରାଯାଇଥିଲା। ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ସେମାନଙ୍କ ମହିଳାମାନେ ବନ୍ଦାପନା କରିଥିଲେ। ପରମ୍ପରା ଅନୁଯାୟୀ ଖଳିପ୍ରସାଦକୁ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହ ଶ୍ରୀଅଙ୍ଗରେ ଦଇତାପତି ମାନେ ଲାଗି କରିଥିଲେ। ଏହାପରେ ଖଡ଼ିଲାଗି ଓ ଶେଷରେ ବନକ ଲାଗି ନୀତି ଦତ୍ତ ମହାପାତ୍ର ଙ୍କ ଦ୍ଵାରା ଅନୁଷ୍ଠିତ ହେବ।

#Odia#Odisha#News
Share Article:

Related Articles