न्यूज़रूम ओडिशा
ब्रेकिंग
ओडिया समाचार

ପ୍ରଥମ ଟି-୨୦: ଜିମ୍ବାୱେଠୁ ହାରିଲା ବିଶ୍ବ ଚାମ୍ପିୟନ ଭାରତ

ହରାରେ: ବିଶ୍ବ ଚାମ୍ପିୟନ ଭାରତ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେ ଠାରୁ ହାରିଯାଇଛି । ଶନିବାର ହରାରେ ସ୍ପୋର୍ଟ୍ସ‌ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଯୁବ ଭାରତୀୟ ଦଳକୁ ୧୩ ରନରେ ହରାଇଛି ଜିମ୍ବାୱେ । ଜିମ୍ବାୱେ ଦେଇଥିବା ୧୧୬ ରନର ଟାର୍ଗେଟକୁ ଚେଜ୍ କରିପାରିନଥିଲା ଭାରତ । ଏହି ମାମୁଲି ବିଜୟଲକ୍ଷ୍ୟ ଜବାବରେ ଭାରତ ୧୯.୫ ଓଭରରେ ୧୦୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଜିମ୍ବାୱେର ଏହି ଚମତ୍କାର ବିଜୟରେ ଅଧିନାୟକ ସିକନ୍ଦର ରଜା ଏବଂ [...]

Admin•6 जुलाई 2024
Share Article:

ହରାରେ: ବିଶ୍ବ ଚାମ୍ପିୟନ ଭାରତ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେ ଠାରୁ ହାରିଯାଇଛି । ଶନିବାର ହରାରେ ସ୍ପୋର୍ଟ୍ସ‌ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଯୁବ ଭାରତୀୟ ଦଳକୁ ୧୩ ରନରେ ହରାଇଛି ଜିମ୍ବାୱେ । ଜିମ୍ବାୱେ ଦେଇଥିବା ୧୧୬ ରନର ଟାର୍ଗେଟକୁ ଚେଜ୍ କରିପାରିନଥିଲା ଭାରତ । ଏହି ମାମୁଲି ବିଜୟଲକ୍ଷ୍ୟ ଜବାବରେ ଭାରତ ୧୯.୫ ଓଭରରେ ୧୦୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଜିମ୍ବାୱେର ଏହି ଚମତ୍କାର ବିଜୟରେ ଅଧିନାୟକ ସିକନ୍ଦର ରଜା ଏବଂ ତେନ୍ଦାଇ ଚଟାରା ହିରୋ ସାଜିଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହି ବିଜୟ ସହ ଜିମ୍ବାୱେ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ‌ ଅଗ୍ରଣୀ ହାସଲ କରିଛି ।

ଭାରତ ପକ୍ଷରୁ କ୍ୟାପଟେନ ଶୁଭମାନ ଗିଲ ସର୍ବାଧିକ ୩୧ ରନ୍ ସ୍କୋର କରିଥିବା ବେଳେ ୱାଶିଂଟନ୍ ସୁନ୍ଦର ୨୭ ରନ୍ ଓ ଆବେଶ ଖାନ ୧୬ ରନ୍ କରିଥିଲେ। ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବା ପରେ ଭାରତ ପାଇଁ ଆଜିର ମ୍ୟାଚରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଅଭିଷେକ ଶର୍ମା (୦), ରିୟାନ ପରାଗ (୨) ଫେଲ ମାରିଥିଲେ। ଆଉ ଜଣେ ଡେବ୍ୟୁଟାଣ୍ଟ ଧ୍ରୁବ ଜୁରେଲ(୬) ମଧ୍ୟ ନିରାଶ କରିଥିଲେ।

ପୂର୍ବରୁ ଭାରତୀୟ ଅଧିନାୟକ ଗିଲ୍ ଟସ୍ ଜିତି ଜିମ୍ବାୱେକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୫ ରନ୍ କରିଥିଲା। ଦଳ ପକ୍ଷରୁ ୱିକେଟ୍ କିପର କ୍ଲାଇଭ ମାଡାଣ୍ଡେ ଅପରାଜିତ ୨୯ ରନ କରିଥିଲେ । ସେ ଦଶମ ୱିକେଟ ପାଇଁ ତେନ୍ଦାଇ ଚାଟାରାଙ୍କ ସହ ୨୫ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଭାରତ ତରଫରୁ ସ୍ପିନର ରବି ବିଷ୍ଣୋଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଓ୍ୱାଶିଂଟନ ସୁନ୍ଦର ୨ଟି ପାଇଥିଲେ।

#Odia#Odisha#News
Share Article:

Related Articles