ପାରଳା ଷ୍ଟେସନର ଶୋଭାବର୍ଦ୍ଧନ କରିବ ରାଜବଂଶର ସ୍ମୃତି ଫଳକ ଟ୍ରେନ୍ ଇଞ୍ଜିନ୍
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ପହଞ୍ଚିଛି ବ୍ରିଟିଶ ଅମଳରେ ଏଠିକାର ଗଜପତି ରାଜାଙ୍କ ଆନୁକୂଲ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ଇଞ୍ଜିନ୍। ଏହାକୁ ଏକ ମ୍ୟୁଜିୟମରେ ସଜାଇ ରଖାଯିବ। ଏହାକୁ ଛାତ୍ରଛାତ୍ରୀ, ପର୍ଯ୍ୟଟକ, ସାଧାରଣ ଲୋକ ଦେଖି ପୁରାତନ କାଳରେ ରେଳ ସେବା ବାବଦରେ ଧାରଣା ପାଇପାରିବେ। ଆଜିକୁ ଠିକ୍ ୧୨୪ ବର୍ଷ ତଳେ ଏହି ଟ୍ରେନ୍ ଇଞ୍ଜିନ୍ ତତ୍କାଳୀନ ପାରଳା ଗଜପତି ରାଜାଙ୍କ ରାଜାଙ୍କ ରାଜଧାନୀକୁ ଦେଶର ଅନ୍ୟ ଭାଗ ସହ ରେଳପଥରେ ଯୋଡୁଥିଲା। ଏବେ ଗୈ।ରବମୟ [...]
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ପହଞ୍ଚିଛି ବ୍ରିଟିଶ ଅମଳରେ ଏଠିକାର ଗଜପତି ରାଜାଙ୍କ ଆନୁକୂଲ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ଇଞ୍ଜିନ୍। ଏହାକୁ ଏକ ମ୍ୟୁଜିୟମରେ ସଜାଇ ରଖାଯିବ। ଏହାକୁ ଛାତ୍ରଛାତ୍ରୀ, ପର୍ଯ୍ୟଟକ, ସାଧାରଣ ଲୋକ ଦେଖି ପୁରାତନ କାଳରେ ରେଳ ସେବା ବାବଦରେ ଧାରଣା ପାଇପାରିବେ। ଆଜିକୁ ଠିକ୍ ୧୨୪ ବର୍ଷ ତଳେ ଏହି ଟ୍ରେନ୍ ଇଞ୍ଜିନ୍ ତତ୍କାଳୀନ ପାରଳା ଗଜପତି ରାଜାଙ୍କ ରାଜାଙ୍କ ରାଜଧାନୀକୁ ଦେଶର ଅନ୍ୟ ଭାଗ ସହ ରେଳପଥରେ ଯୋଡୁଥିଲା। ଏବେ ଗୈ।ରବମୟ ଇତିହାସର ମୂକ ସାକ୍ଷୀ ସେଇ ରେଳ ଇଞ୍ଜିନ୍ ବର୍ତ୍ତମାନ ପାରଳା ଷ୍ଟେସନର ଶୋଭାବର୍ଦ୍ଧନ କରିବ।
ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ପୁରାତନ କୀର୍ତ୍ତି ଯାହାକୁ ସାଧାରଣ ଲୋକଙ୍କ ଯାତାୟତ ପାଇଁ ମହାରାଜା ଗୈାରଚନ୍ଦ୍ର ଗଜପତି ନାରାୟଣ ଦେଓ(୨) ଆରମ୍ଭ କରିଥିଲେ। ପ୍ରାକ୍- ସ୍ବାଧୀନତା କାଳରେ ଭାରତରେ କିଛି ହାତଗଣତି ସ୍ଥାନରେ ହିଁ ରେଳ ସେବା ରହିଥିଲା। ସେଥିରୁ ଅନ୍ୟତମ ଥିଲା ପାରଳାଖେମୁଣ୍ଡି ଲାଇଟ୍ ରେଳବାଇ (ପିଏଲଆର୍)। ସେହି ସମୟରେ ଯେଉଁ ଇଞ୍ଜିନ୍ ରେଳସେବା ଯୋଗାଇ ଆସୁଥିଲା ତାହା ନେରୋଗେଜ୍ରେ ଚଳପ୍ରଚଳ କରୁଥିଲା। ୧୮୯୪ ମସିହାରେ କଟକ- ଖୋର୍ଦ୍ଧା- ବିଜୟଓ୍ବାଡା ରେଳ ଧାରଣାରେ ଯୋଡ଼ି ହୋଇଗଲା ତତ୍କାଳୀନ ପାରଳାଖେମୁଣ୍ଡି ରାଜ୍ୟ (ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ) ନୂଆପଡ଼ା ଷ୍ଟେସନ୍। ଏହାପରେ ବ୍ରିଟିଶ ସରକାର ସହ ଆଲୋଚନା କରି ୧୮୯୯ ମସିହାରେ ପାରଳା ରାଜା ସେ ସମୟରେ ୩୯ ଲକ୍ଷ ଟଙ୍କା ନିଜ ରାଜକୋଷରୁ ବ୍ୟୟ କରି ୩୯ କିଲୋମିଟର ରେଳପଥ ତିଆରି କରିଥିଲେ। ଆଉ ବର୍ଷକ ପରେ ଅର୍ଥାତ୍ ୧୯୦୦ ମସିହାରେ ପିଏଲଆର୍ ଚଳାଚଳ ଆରମ୍ଭ ହୋଇଥିଲା।
ପରବର୍ତ୍ତୀ ସମୟରେ ରେଳ ସେବା ଆଧୁନିକୀକରଣ ସାଙ୍ଗକୁ ଏହି ଇଞ୍ଜିନକୁ ଚଳାଚଳରୁ ଓହରାଇ ନିଆଯାଇଥିଲା। ଦୀର୍ଘ ବର୍ଷ ଧରି ଏହି ରେଳ ଇଞ୍ଜିନଟି ପୂର୍ବତଟ ରେଳ ଜୋନ୍ ୱାଲଟିୟର୍ ଡିଭିଜନ୍ କାର୍ଯ୍ୟାଳୟ ଠାରେ ଶୋଭାବର୍ଦ୍ଧନ କରୁଥିଲା। ସ୍ଥାନୀୟ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ, ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ପ୍ରମୁଖ ବୁଦ୍ଧିଜୀବୀମାନେ ରେଳ ଇଞ୍ଜିନକୁ ପାରଳାଖେମୁଣ୍ଡି ଫେରାଇ ଆଣିବା ପାଇଁ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରି ଆସୁଥିଲେ। ଏହି ଦାବିକୁ ଗ୍ରହଣ କରି ରେଳ ମନ୍ତ୍ରାଳୟ ପାରଳାଖେମୁଣ୍ଡିକୁ ଉକ୍ତ ଇଞ୍ଜିନ୍ ଫେରାଇ ଦେଇଛନ୍ତି। ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଐତିହ୍ୟର ବାର୍ତ୍ତା ବହନ କରୁଥିବା ଉକ୍ତ ଇଞ୍ଜିନ୍ ପାରଳା ଷ୍ଟେସନରେ ପହଞ୍ଚିଛି। ତାହାକୁ ସ୍ଥାନୀୟ ଷ୍ଟେସନରେ ପ୍ରଦର୍ଶିତ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
Next ArticleHigh Level Committee Recommends Opening of Ratna Bhandar on July 14
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
