न्यूज़रूम ओडिशा
ब्रेकिंग
ओडिया समाचार

କନ୍ଧମାଳ: ଭିଜିଲାନ୍ସ ଜାଲରେ ରାଜସ୍ବ ନୀରିକ୍ଷକ

ଫୁଲବାଣୀ: ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଅନ୍ତର୍ଗତ ଦୁର୍ଗାପଙ୍ଗା ରାଜସ୍ବ ସର୍କଲରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ (ଆରଆଇ) ଦିଲ୍ଲୀପ ସାହୁ। ଆଜି ପୂର୍ବାହ୍ନରେ ଦିଲ୍ଲୀପ ନିଜ କାର୍ଯ୍ୟାଳୟରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିନେଇଥିଲା। ଏକ ମ୍ୟୁଟେସନ୍ କେସରେ ଜମି ପଟ୍ଟା ପ୍ରଦାନ ସକାଶେ ଜଣେ ଆବେଦନକାରୀଙ୍କ ଠାରୁ ଆରଆଇ ଉକ୍ତ ଟଙ୍କା ଲାଞ୍ଚ ମାଗିଥିଲେ। ସମସ୍ତ [...]

Admin•10 जुलाई 2024
Share Article:

ଫୁଲବାଣୀ: ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଅନ୍ତର୍ଗତ ଦୁର୍ଗାପଙ୍ଗା ରାଜସ୍ବ ସର୍କଲରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ (ଆରଆଇ) ଦିଲ୍ଲୀପ ସାହୁ। ଆଜି ପୂର୍ବାହ୍ନରେ ଦିଲ୍ଲୀପ ନିଜ କାର୍ଯ୍ୟାଳୟରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିନେଇଥିଲା। ଏକ ମ୍ୟୁଟେସନ୍ କେସରେ ଜମି ପଟ୍ଟା ପ୍ରଦାନ ସକାଶେ ଜଣେ ଆବେଦନକାରୀଙ୍କ ଠାରୁ ଆରଆଇ ଉକ୍ତ ଟଙ୍କା ଲାଞ୍ଚ ମାଗିଥିଲେ। ସମସ୍ତ ୫ ହଜାର ଟଙ୍କାକୁ ଅଭିଯୁକ୍ତ ଠାରୁ ଜବତ କରାଯାଇଛି।ଏଥିସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଓ ଅନ୍ୟ ଏକ ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୧/୯.୭.୨୦୨୪ ଋଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

#Odia#Odisha#News
Share Article:

Related Articles