ଆହୁରି ଦାଉ ସାଧିବ କଲମା, ନିର୍ମାଣ ହେଉଛି ୨୦ଜଳଯୋଗାଣ ପ୍ରକଳ୍ପ
ସମ୍ବଲପୁର : ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ହେଲା ଛତିଶଗଡ ସରକାର ମହାନଦୀର ତଣ୍ଟି ଚିପି ଆସିଛନ୍ତି। କଲମାରେ ବ୍ୟାରେଜ କରି ଓଡିଶାକୁ କଲବଲ କରି ଆସିଛନ୍ତି। ଖରା ଦିନରେ ଓଡିଶା ଟୋପାଏ ପାଣି ପାଉନି। ଏହାର ପ୍ରତିବାଦରେ ତତ୍କାଳୀନ ନବୀନ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଟ୍ରିବ୍ୟୁନାଲରେ ଏହାର ବିଚାର ଚାଲିଛି। ଏଭଳି ସ୍ଥିତିରେ ଆଗକୁ ଆହୁରି ଓଡିଶାକୁ ଦାଉ ସାଧିବାକୁ ଯାଉଛି କଲମା ବ୍ୟାରେଜ। କାରଣ ବ୍ୟାରେଜକୁ ଲାଗି ଏହାର ଜଳଭଣ୍ଡାରରେ ପ୍ରାୟ [...]
ସମ୍ବଲପୁର : ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ହେଲା ଛତିଶଗଡ ସରକାର ମହାନଦୀର ତଣ୍ଟି ଚିପି ଆସିଛନ୍ତି। କଲମାରେ ବ୍ୟାରେଜ କରି ଓଡିଶାକୁ କଲବଲ କରି ଆସିଛନ୍ତି। ଖରା ଦିନରେ ଓଡିଶା ଟୋପାଏ ପାଣି ପାଉନି। ଏହାର ପ୍ରତିବାଦରେ ତତ୍କାଳୀନ ନବୀନ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଟ୍ରିବ୍ୟୁନାଲରେ ଏହାର ବିଚାର ଚାଲିଛି। ଏଭଳି ସ୍ଥିତିରେ ଆଗକୁ ଆହୁରି ଓଡିଶାକୁ ଦାଉ ସାଧିବାକୁ ଯାଉଛି କଲମା ବ୍ୟାରେଜ। କାରଣ ବ୍ୟାରେଜକୁ ଲାଗି ଏହାର ଜଳଭଣ୍ଡାରରେ ପ୍ରାୟ ୨୦ଟି ବୃହତ ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିରୁ ୫ଟିର କାମ ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ସେପଟେମ୍ବର ସୁଦ୍ଧା ବାକି ପ୍ରକଳ୍ପର କାମ ହେବ। ଆଉ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଣମୌସୁମୀ ଅବଧିରେ ଓଡିଶା ଟୋପାଏ ବି ପାଣି ପାଇବନି ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ଛତିଶଗଡ ସରକାର ମହାନଦୀ ଏବଂ ଏହାର ସମସ୍ତ ଶାଖା ନଦୀରେ ବେଆଇନ ଭାବେ ଶହ ଶହ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ କରି ପାଣି ଅଟକାଇ ଚାଲିଛନ୍ତି। ଗତ ୨୦୧୬ ମସିହାରୁ ତତ୍କାଳୀନ ନବୀନ ସରକାର ଏହାର ବିରୋଧରେ ରଣହୁଙ୍କାର ଦେଇ ଜୋରଦାର ପ୍ରତିବାଦ କରି ଆସିଛନ୍ତି। ଏପରିକି ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବାରୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ ହୋଇଥିଲେ। ତଥାପି ଏହାର ନ୍ୟାୟିକ ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଥିବା ବେଳେ ଦୀର୍ଘ ଦିନ ହେଲା ଏହାର ଅଧ୍ୟକ୍ଷ ପଦ ଖାଲି ପଡିଛି। ଏଭଳି ସ୍ଥିତିରେ ଛତିଶଗଡ ମନମୁଖୀ ଭାବେ ତାର ନିର୍ମାଣ କାମ ଜାରି ରଖିଛି।
ଏଭଳି ସ୍ଥିତିରେ କଲମା ବ୍ୟାରେଜ ଆଗକୁ ଆହୁରି ଓଡିଶାକୁ କଲବଲ କରିବାକୁ ଯାଉଛି। କାରଣ, ବ୍ୟାରେଜକୁ ଲାଗି ଜଳଭଣ୍ଡାର ପଟରେ ଜଳଜୀବନ ମିଶନ ଅଧୀନରେ ପ୍ରାୟ ୨୦ଟି ବୃହତ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିରୁ ୫ଟିର କାମ ଅଧା ସରିଥିବା ବେଳେ ବାକି କାମ ସେପଟେମ୍ବର ସୁଦ୍ଧା ଆରମ୍ଭ ହେବ। ୭୦୨ କୋଟି ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକରେ ଜାଙ୍ଗିର- ଚାମ୍ପା ସମେତ ସାରଙ୍ଗଗଡ ଜିଲ୍ଲାର ବରମକେଲା, ସୁରଜପୁର, ଅମଲଡିଆ, ଅମ୍ବିକାପୁର ଆଦି ବ୍ଲକର ପ୍ରାୟ ୬୫୦ ଗାଁକୁ ଜଳଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଦକ୍ଷିଣ ଭାରତର ଏକ ନିର୍ମାଣକାରୀ ସଂସ୍ଥା ଏହି ପ୍ରକଳ୍ପର ଦାୟିତ୍ବ ନେଇଛି। ସେପଟେ, ମିଳିଥିବା ସୂଚନା ଅନୁଯାୟୀ, ଏହି ସମସ୍ତ ପ୍ରକଳ୍ପ ଦ୍ବାରା ଦୈନିକ ପ୍ରାୟ ୧୨୦ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି କଲମାର ଜଳଭଣ୍ଡାରକୁ ଯୋଗାଣ ହେବ। ଯଦ୍ବାରା ଓଡିଶାକୁ ଅଣ ମୌସୁମୀରେ ମୁନ୍ଦାଏ ବି ପାଣି ପାଇବନି। ଏକଥା ଏକପ୍ରକାର ଥୟ ହେଲାଣି। କାରଣ, ଏହି ବ୍ୟାରେଜ୍ ନିର୍ମାଣ ହେବା ପରଠାରୁ ଅଣମୌସୁମୀ ଅବଧିରେ ସମସ୍ତ ୬୬ ଗେଟ ବନ୍ଦ କରି ପାଣି ଗଚ୍ଛିତ ରଖୁଛି ଛତିଶଗଡ। ଆଉ କାଁ ଭାଁ ଗୋଟିଏ ଅଧେ ଗେଟକୁ ମାତ୍ର ୮ ଇଞ୍ଚ ଖୋଲୁଥିବା ବେଳେ ଖରାରେ ୫ ଶହ କ୍ୟୁସେକ ପାଣି ବି ଓଡିଶାକୁ ଆସୁନାହିଁ। ଏପରିକି ଅଧିକାଂଶ ଦିନ ହୀରାକୁଦକୁ ଜଳପ୍ରବେଶର ମାତ୍ରା ପ୍ରାୟତଃ ଶୂନ ରହୁଛି।
ଅପରପକ୍ଷେ, ବର୍ତ୍ତମାନ ସୁଦ୍ଧା ଏହି ବ୍ୟାରେଜରୁ ୫ଟି ଶିଳ୍ପ ସଂସ୍ଥା ପାଣି ନେଉଥିବା ବେଳେ ବର୍ଷକ ମଧ୍ୟରେ ଆହୁରି ୩ଟି ସଂସ୍ଥା ପାଣି ନେବାକୁ ଚୁକ୍ତିବଦ୍ଧ ହୋଇ ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଧା ଓଡିଶା ପାଣି ପାଇଁ ଡହଳବିକଳ ହେବା ଥୟ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ତେବେ, ଓଡିଶା ଏବଂ ଛତିଶଗଡ ସମେତ କେନ୍ଦ୍ରରେ ବି ବିଜେପି ସରକାର ଥିବାରୁ ଏହାର ସମାଧାନ ନେଇ ଲୋକେ ଅଧିକ ଆଶାବାଦୀ ରହିଥିବା ବେଳେ ନୂତନ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
BJD Raises Questions on State Govt’s Silence on ASO Attack Incident
Next ArticleCongress Demands Immediate Arrest of Odisha Governor’s Son
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
