न्यूज़रूम ओडिशा
ब्रेकिंग
ओडिया समाचार

ପ୍ୟାରିସ ଅଲିମ୍ପିକ୍ସ: ପୁଣି ସୁଟିଂରେ ଭାରତକୁ ପଦକ, ସ୍ବପ୍ନିଳ କୁସାଲେ ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତକୁ ମିଳିଛି ଆଉ ଏକ ପଦକ। ପୁରୁଷ ବର୍ଗର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସୁଟର ସ୍ବପ୍ନିଳ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପଦାର୍ପଣ ଅଲିମ୍ପିକ୍ସରେ ସ୍ବପ୍ନିଳ ଚମତ୍କାର ପ୍ରଦର୍ଶନ ସହ ମୋଟ ୪୫୧.୪ ପଏଣ୍ଟ ସହ ପଦକ ନିଶ୍ଚିତ କରିଥିଲେ | ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଅଲିମ୍ପିକ ପଦକ ଜିତିବାରେ ସ୍ବପ୍ନିଳ ହେଉଛନ୍ତି ପ୍ରଥମ ଭାରତୀୟ । ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ [...]

Admin•1 अगस्त 2024
Share Article:

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତକୁ ମିଳିଛି ଆଉ ଏକ ପଦକ। ପୁରୁଷ ବର୍ଗର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସୁଟର ସ୍ବପ୍ନିଳ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପଦାର୍ପଣ ଅଲିମ୍ପିକ୍ସରେ ସ୍ବପ୍ନିଳ ଚମତ୍କାର ପ୍ରଦର୍ଶନ ସହ ମୋଟ ୪୫୧.୪ ପଏଣ୍ଟ ସହ ପଦକ ନିଶ୍ଚିତ କରିଥିଲେ | ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଅଲିମ୍ପିକ ପଦକ ଜିତିବାରେ ସ୍ବପ୍ନିଳ ହେଉଛନ୍ତି ପ୍ରଥମ ଭାରତୀୟ । ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି । ଭାରତକୁ କେବଳ ସୁଟିଂ ଇଭେଣ୍ଟରେ ତିନୋଟି‌ ଯାକ ପଦକ ମିଳିଛି।

#Odia#Odisha#News
Share Article:

Related Articles