न्यूज़रूम ओडिशा
ब्रेकिंग
ओडिया समाचार

ଭିନେଶଙ୍କ ଅଲିମ୍ପିକ ପଦକ ସ୍ବପ୍ନ ଚୂରମାର୍, ଫାଇନାଲ ପୂର୍ବରୁ ଅଧିକ ଓଜନ ଯୋଗୁଁ ଅଯୋଗ୍ୟ ଘୋଷିତ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ଲାଗିଛି ଶକ୍ତ ଧକ୍କା। ମହିଳା ୫୦ କିଲୋ ବର୍ଗର ଫାଇନାଲ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ କ୍ୟାରିୟରର ପ୍ରଥମ ଅଲିମ୍ପିକ ପଦକ ଜିତିବା ତାଙ୍କ ସ୍ବପ୍ନ ଧୂଳିସାତ୍ ହୋଇଯାଇଛି । ମାତ୍ର ୫୦ ଗ୍ରାମ୍ ଅଧିକ ଓଜନ ଯୋଗୁଁ ଭିନେଶ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏଭଳି ଦୁର୍ଭାଗ୍ୟଜନକ ଢ଼ଙ୍ଗରେ ଅଲିମ୍ପିକ ପଦକରୁ ବଞ୍ଚିତ ହେବାକୁ ବିଶ୍ବାସ କରିନପାରି ଭିନେଶ ହଠାତ୍ [...]

Admin•7 अगस्त 2024
Share Article:

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ଲାଗିଛି ଶକ୍ତ ଧକ୍କା। ମହିଳା ୫୦ କିଲୋ ବର୍ଗର ଫାଇନାଲ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ କ୍ୟାରିୟରର ପ୍ରଥମ ଅଲିମ୍ପିକ ପଦକ ଜିତିବା ତାଙ୍କ ସ୍ବପ୍ନ ଧୂଳିସାତ୍ ହୋଇଯାଇଛି । ମାତ୍ର ୫୦ ଗ୍ରାମ୍ ଅଧିକ ଓଜନ ଯୋଗୁଁ ଭିନେଶ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏଭଳି ଦୁର୍ଭାଗ୍ୟଜନକ ଢ଼ଙ୍ଗରେ ଅଲିମ୍ପିକ ପଦକରୁ ବଞ୍ଚିତ ହେବାକୁ ବିଶ୍ବାସ କରିନପାରି ଭିନେଶ ହଠାତ୍ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭିନେଶ ଅଯୋଗ୍ୟ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅଲିମ୍ପିକ ସଂଘ ସଭାପତି ପିଟି ଉଷାଙ୍କ ସହ କଥା ହୋଇଛନ୍ତି। ଭିନେଶଙ୍କୁ ମଧ୍ୟ ସାନ୍ତ୍ଵନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଭିନଶ ଆଜି ମହିଳା ୫୦ କିଲୋ ଫ୍ରିଷ୍ଟାଇଲ କୁସ୍ତି ବର୍ଗର ଫାଇନାଲ ଖେଳିଥାନ୍ତେ । ଫାଇନାଲରେ ପହଞ୍ଚି ଭିନେଶ ଅତିକମରେ ଏକ ରୌପ୍ୟ ପଦକ ନିଶ୍ଚିତ କରିଥିଲେ। ହେଲେ ସେ ଯେଉଁଭଳି ଫର୍ମରେ ଥିଲେ ତାଙ୍କ ଠାରୁ ସ୍ବର୍ଣ୍ଣ ପଦକ ଆଶା କରାଯାଉଥିଲା । ଫାଇନାଲ ପୂର୍ବରୁ ନିୟମ ମୁତାବକ ଭିନେଶଙ୍କ ଓଜନ କରା ଯାଇଥିଲା। ହେଲେ ଧାର୍ଯ୍ୟ ୫୦ କିଲୋ ସୀମା ଠାରୁ ତାଙ୍କ ଓଜନ ମାତ୍ର ୫୦ ଗ୍ରାମ୍ ଅଧିକ ଥିବାରୁ ଭିନେଶଙ୍କୁ ଫାଇନାଲ ଖେଳିବାକୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।

ମଙ୍ଗଳବାର (ଅଗଷ୍ଟ ୬) ମହିଳା ରେସଲିଂର ୫୦ କିଲୋଗ୍ରାମ ଓଜନ ବର୍ଗ ଇଭେଣ୍ଟରେ କ୍ୟୁବା କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭିନେଶ ଫାଇନାଲରେ ପ୍ରବେଶ କରିଥିଲେ | ଏପରିକି ସେ ପ୍ରିକ୍ବାର୍ଟରରେ ଟୋକିଓ ଅଲିମ୍ପିକ ସ୍ବର୍ଣ୍ଣ ବିଜେତାଙ୍କୁ ହରାଇଥିଲେ । ସେ ଭାରତର ପ୍ରଥମ ମହିଳା ରେସଲର ଭାବେ ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚି ଇତିହାସ ରଚିଥିଲେ।

#Odia#Odisha#News
Share Article:

Related Articles