ଓଡ଼ିଶାର ୬ ରେଳ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଘୋଷଣା
ଭୁବନେଶ୍ୱର: ଗତକାଲି କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏକା ଥରକେ ୧୫ ହଜାର କୋଟି ଟଙ୍କାର ୬ ଟି [...]
ଭୁବନେଶ୍ୱର: ଗତକାଲି କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏକା ଥରକେ ୧୫ ହଜାର କୋଟି ଟଙ୍କାର ୬ ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆମେ ସମସ୍ତେ ବହୁତ୍ ଖୁସି। ସାରା ଓଡ଼ିଶାବାସୀ ଖୁସି।
ଏହାଦ୍ବାରା ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ସଂପୃକ୍ତ ଜିଲ୍ଲା ମାନଙ୍କର ଆର୍ଥିକ ବିକାଶ କ୍ଷେତ୍ରରେ ସହାୟକ ହେବ। ଏହା ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥିପାଇଁ ସାରା ଓଡ଼ିଶା ବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ଆପଣ ( ରେଳ ମନ୍ତ୍ରୀ ) ମୋତେ ମାତ୍ର ୫ ମିନିଟ ପାଇଁ ଚା ପିଇବାକୁ ଡାକିଥିଲେ। ମାତ୍ର ୫ ମିନିଟର ଚା ପିଇବାରେ ଆପଣ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଦେଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ରେଳ ପ୍ରକଳ୍ପ କାର୍ଯ୍ୟନ୍ଵୟନ୍ ସମୟରେ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା ହୋଇଥାଏ। ସେଥିପାଇଁ ପ୍ରକଳ୍ପର ତ୍ୱରିତ କାର୍ଯ୍ୟନ୍ଵୟନ୍ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ସହିତ ଅନ୍ୟାନ୍ୟ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଥିଲେ।
ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଞ୍ଜୁର ହୋଇଥିବା ସମସ୍ତ ପ୍ରକଳ୍ପ ଉପରେ ସୂଚନା ଦେଇ ଏହା କିପରି ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ପ୍ରାନ୍ତକୁ ଯୋଡ଼ିବାରେ ସଫଳ ହେବ ସେ ବିଷୟରେ ସୂଚନା ଦେଇଥିଲେ। ଏକା ଥରକେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହେବ ଏକ ଐତିହାସିକ ପଦକ୍ଷେପ ବୋଲି ସେ ମତ ଦେଇଥିଲେ।
ସେ କହିଥିଲେ ଯେ ପୂର୍ବରୁ ବର୍ଷକୁ ମାତ୍ର ୪୦ କିଲୋମିଟର ରେଳ ଲାଇନ ନିର୍ମାଣ ହେଉଥିବା ବେଳେ ଏବେ ବିଗତ ୧୦ ବର୍ଷରେ ପ୍ରତିବର୍ଷ ୩୦୦ କିଲୋମିଟରରୁ ଅଧିକ ରେଳ ପଥ ନିର୍ମାଣ ହେଉଛି। ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ ଉପଯୁକ୍ତ monitoring କରାଯାଇ ନୂଆ ପ୍ରକଳ୍ପ ଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ସାଂସଦ ମାନେ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ। ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ମାଳବିକା ଦେଓ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ। ସେମାନେ କହିଥିଲେ ଯେ ଏହା ଦ୍ବାରା ସେମାନଙ୍କ ଅଞ୍ଚଳରେ ରେଳ ପଥର ବିକାଶ ହେବା ସହିତ ସାରା ଭାରତ ବର୍ଷ ସହିତ ଯୋଗାଯୋଗ ସୁଦୃଢ଼ ହେବ।
ଏହି କର୍ଯ୍ୟମକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ।
3,853 Villages in Odisha Have No Mobile, Internet Connectivity
Next ArticleDe Paul School, Berhampur Organizes Science Exhibition, Blood Donation & Dental Health Camp
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
