न्यूज़रूम ओडिशा
ब्रेकिंग
ओडिया समाचार

ଚିକିଟି ବିଷାକ୍ତ ମଦ୍ୟପାନ ଘଟଣା: ଜଣଙ୍କ ମୃତ୍ୟୁ, ସରକାର ବିରୋଧରେ‌ ରାସ୍ତାକୁ ଓହ୍ଲାଇଲେ ଅଞ୍ଚଳବାସୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଆଇସିୟୁରେ ଭର୍ତ୍ତି ଥିବା ଜୁର ବେହେରାଙ୍କ ମଙ୍ଗଳବାର ମଧ୍ୟରାତ୍ରରେ ମୃତ୍ୟୁ ଘଟିଛି। ଆଉ ଜଣେ ପ୍ରଦୀପ ବେହେରା ଏବେବି ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ମୃତ ଜୁରଙ୍କ ସାନ ପୁଅ ଶିବ ବେହେରା ବାପାଙ୍କ ମୃତ୍ୟୁକୁ ସ୍ବୀକାର କରିଛନ୍ତି। ମୃତକଙ୍କ ଘର ଚିକିଟି ବ୍ଲକ୍ ଜେନାପୁର ଗାଁ। ସେପଟେ ମଦ ମୃତ୍ୟୁ ଘଟଣାରେ [...]

Admin•21 अगस्त 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଆଇସିୟୁରେ ଭର୍ତ୍ତି ଥିବା ଜୁର ବେହେରାଙ୍କ ମଙ୍ଗଳବାର ମଧ୍ୟରାତ୍ରରେ ମୃତ୍ୟୁ ଘଟିଛି। ଆଉ ଜଣେ ପ୍ରଦୀପ ବେହେରା ଏବେବି ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ମୃତ ଜୁରଙ୍କ ସାନ ପୁଅ ଶିବ ବେହେରା ବାପାଙ୍କ ମୃତ୍ୟୁକୁ ସ୍ବୀକାର କରିଛନ୍ତି। ମୃତକଙ୍କ ଘର ଚିକିଟି ବ୍ଲକ୍ ଜେନାପୁର ଗାଁ।

ସେପଟେ ମଦ ମୃତ୍ୟୁ ଘଟଣାରେ ରାଜ୍ୟର ବିଜେପି ସରକାରଙ୍କୁ ଦାୟୀ କରି ଗାଁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ମୃତ ଜୁରାଙ୍କ ଶବକୁ ରଖି ରାସ୍ତାରୋକ କରିଛନ୍ତି। ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ମୃତକଙ୍କ ପରିବାରକୁ ଦେବା, ମଦ କାରବାର ବନ୍ଦ କରିବା ଦାବିରେ ଚିକିଟିପେଣ୍ଠରେ ସକାଳୁ ରାସ୍ତା ଅବରୋଧ କରିଛନ୍ତି। ମହାପ୍ରୟାଣ ଗାଡିରେ ଜୁରଙ୍କ ଶବ ଗାଁରେ ଆସି ପହଞ୍ଚିଲା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ରୋଧ ପ୍ରକାଶ ପାଇଥିଲା। ଟାୟାର ଜାଳି ଲୋକେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଥିଲେ।

ସାଢେ ୩ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା। ରେଡକ୍ରସ୍ ତରଫରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସନ୍ଧ୍ୟା ସୁଦ୍ଧା ମୃତକଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ନମିଳିଲେ ପୁଣି ରାସ୍ତାରୋକ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

#Odia#Odisha#News
Share Article:

Related Articles