न्यूज़रूम ओडिशा
ब्रेकिंग
ओडिया समाचार

ଚିକିଟି ମଦ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ୧୨ ଘଣ୍ଟା ମଧ୍ୟରେ ଆଉ ଜଣଙ୍କର ଜୀବନ ଯାଇଛି। ମଙ୍ଗଳବାର ମଧ୍ୟରାତ୍ରରେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲ ଆଇସିୟୁରେ ଜୁର ବେହେରାଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ମଧ୍ୟାହ୍ନରେ ସେହି ଚିକିଟି ବ୍ଲକ୍ ଜେନାପୁର ଗ୍ରାମର ଲୋକନାଥ ବେହେରା ଓରଫ ମାଲ (୩୫)ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର [...]

Admin•21 अगस्त 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ୧୨ ଘଣ୍ଟା ମଧ୍ୟରେ ଆଉ ଜଣଙ୍କର ଜୀବନ ଯାଇଛି। ମଙ୍ଗଳବାର ମଧ୍ୟରାତ୍ରରେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲ ଆଇସିୟୁରେ ଜୁର ବେହେରାଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ମଧ୍ୟାହ୍ନରେ ସେହି ଚିକିଟି ବ୍ଲକ୍ ଜେନାପୁର ଗ୍ରାମର ଲୋକନାଥ ବେହେରା ଓରଫ ମାଲ (୩୫)ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ୫ ବର୍ଷ ପୂର୍ବେ ବିବାହ କରିଥିଲେ। ତେବେ ତାଙ୍କର କେହି ସନ୍ତାନ ସନ୍ତତି ନାହାନ୍ତି।

ପୋଲିସ ଓ ଅବକାରୀ ବିଭାଗ ଏ ମଧ୍ୟରେ ଚିକିଟି, ପାତ୍ରପୁର ଓ ଦିଗପହଣ୍ଡି ଅଞ୍ଚଳରେ ବେଆଇନ ଦେଶୀ ମଦ ଭାଟି ଓ କାରବାର ଉପରେ ଚଢାଉ କରି ବିପୁଳ ପରିମାଣର ମଦ, ମହୁଲ ପୋଚ ନଷ୍ଟ ତଥା ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ମହିଳା, ମଦ ବିକ୍ରି କରିଥିବା ବାପା ପୁଅ, ମଦ ଯୋଗାଇଥିବା ଦୁଇ ଜଣଙ୍କୁ କାବୁ କରିଛି।

#Odia#Odisha#News
Share Article:

Related Articles