ବିଜେପି ବିରୋଧରେ ଗର୍ଜିଲା ବିଜେଡି, ସବୁ ବର୍ଗର ଭତ୍ତାଧାରୀଙ୍କ ବର୍ଦ୍ଧିତ ଭତ୍ତା ଗଲା କୁଆଡେ ?
ବରଗଡ଼,୨୨/୮ : ବରଗଡ଼ ଗାନ୍ଧୀ ଛକ ଠାରେ ବିଜେଡ଼ି ପକ୍ଷରୁ ବିଜେପି ବିରୋଧରେ ଆନ୍ଦୋଳନ କରାଯାଇଥିଲା । ଆନ୍ଦୋଳନରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନ ସମୟରେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେପି ନେତ୍ରୁ ମଣ୍ଡଳୀ ଓଡ଼ିଶା ଜନ ସାଧାରଣଙ୍କୁ ପ୍ରତି ବର୍ଗର ଭତ୍ତାଧାରୀଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା, ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା ବୃଦ୍ଧି ଭଳି ଅନେକ ସୁନେଲି [...]
ବରଗଡ଼,୨୨/୮ : ବରଗଡ଼ ଗାନ୍ଧୀ ଛକ ଠାରେ ବିଜେଡ଼ି ପକ୍ଷରୁ ବିଜେପି ବିରୋଧରେ ଆନ୍ଦୋଳନ କରାଯାଇଥିଲା । ଆନ୍ଦୋଳନରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନ ସମୟରେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେପି ନେତ୍ରୁ ମଣ୍ଡଳୀ ଓଡ଼ିଶା ଜନ ସାଧାରଣଙ୍କୁ ପ୍ରତି ବର୍ଗର ଭତ୍ତାଧାରୀଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା, ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା ବୃଦ୍ଧି ଭଳି ଅନେକ ସୁନେଲି ସ୍ବପ୍ନ ଦେଖାଇବା ସହ ଫମ୍ପା ଓ ମିଥ୍ୟା ପ୍ରତିଶୃତି ଦେଇ କ୍ଷମତା ହାତେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କଲେ । ମାତ୍ର କ୍ଷମତାକୁ ଆସିବାର ୩ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ରୂପ ରେଖ ସ୍ପଷ୍ଟ କରି ପାରି ନଥିବା ବେଳେ ସବୁ ବର୍ଗର ଭାତ୍ତାଧାରୀଙ୍କ ଭତ୍ତାକୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ନ କରି କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ ହିତାଧିକାରୀ ଓ ଶତକଡ଼ା ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ଡିବ୍ୟାଙ୍ଗ ମାନଙ୍କ ପାଇଁ ୩୫୦୦ ଟଙ୍କା ଘୋଷଣା କରି ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇ ରାଜ୍ୟ ସରକାର ଓଡ଼ିଶା ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି । ତେଣୁ ନିର୍ବାଚନ ସମୟ ରେ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ଡବଲ ଇଞ୍ଜିନ ସରକାର ତୁରନ୍ତ ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ବରଗଡ଼ ଗାନ୍ଧୀ ଛକ ଠାରେ ବରଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ସଚେତନତା ସମାବେଶରେ ବିଜେପି ବିରୋଧରେ ବିଜେଡି ଗର୍ଜନ କରିଛି ।
ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ରାଜ୍ୟରେ ପରିଚାଳିତ ଡବଲ ଇଞ୍ଜିନ ସରକାରର ଜନସାଧାରଣଙ୍କ ପ୍ରତି ହୋଇଥିବା ଧୋକାର ଖୁଲାସା କରିବା ସହ ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶୃତି ମୁତାବକ କାର୍ଯ୍ୟ ନ କରି ଜନସାଧାରଣଙ୍କ ଭାବାବେଗ ସହିତ ଖେଳିଥିବା ଅଭିଯୋଗ କରିଥିଲେ। ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରକୁ ଓଡ଼ିଶାର ଜନସାଧାରଣ ଉଚିତ୍ ଜବାବ ଦେବେ ବୋଲି ଉଲ୍ଲେଖ କରି ବିଜେଡି ପ୍ରତି ୱାର୍ଡ ପ୍ରତି ପଞ୍ଚାୟତରେ ବିଜେପିର ମିଥ୍ୟା ପ୍ରତିଶ୍ରୁତି ବାବଦରେ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଉଲ୍ଲେଖ କରିଥିଲେ ।
ଏହି ଅବସରରେ ପୌର ଅଧ୍ୟକ୍ଷା କଳ୍ପନା ମାଝୀ , ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ,ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା , ଜିତୁ ଭୋଇ,ହିମାଂଶୁ ଦାଶ ବିଜେଡି ନେତ୍ରୀ ଅନୁରାଧା ଅଗ୍ରୱାଲ କାଉନସିଲର ଉମାଚରଣ ରାଉତଙ୍କ ସମେତ ସମସ୍ତ ସରପଞ୍ଚ ଓ ପୌର ପରିଷଦର ସମସ୍ତ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ ।
Hooch Tragedy: Excise Minister Visits Patients at MKCG Hospital
Next ArticleBerhampur: CM Announces Rs 4 Lakh Ex-Gratia for Next Kin of Boy Died in Drain
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
