କ୍ରିକେଟର ସବୁ ଫର୍ମାଟରୁ ଧାୱନଙ୍କ ଅବସର
ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ନିଜ ୧୪ ବର୍ଷର ସଫଳ କ୍ରିକେଟ୍ କ୍ୟାରିୟରରେ ଯବନିକା ଟାଣିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ଶନିବାର ଅବସର ଘୋଷଣା କରିଛନ୍ତି ଧାଓ୍ବନ। ୩୮ ବର୍ଷୀୟ ଧାୱନ କହିଛନ୍ତି ଯେ ୨୦୧୦ରେ ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିନିକିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ସେ ତିନିଟି ଫର୍ମାଟରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି ଏବଂ ସେ ଜଣେ ସନ୍ତୁଷ୍ଟ ବ୍ୟକ୍ତି ଭାବେ ଅବସର ନେଉଛନ୍ତି। ଧୱନ ସୋସିଆଲ [...]
ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ନିଜ ୧୪ ବର୍ଷର ସଫଳ କ୍ରିକେଟ୍ କ୍ୟାରିୟରରେ ଯବନିକା ଟାଣିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ଶନିବାର ଅବସର ଘୋଷଣା କରିଛନ୍ତି ଧାଓ୍ବନ।
୩୮ ବର୍ଷୀୟ ଧାୱନ କହିଛନ୍ତି ଯେ ୨୦୧୦ରେ ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିନିକିଆରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ସେ ତିନିଟି ଫର୍ମାଟରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି ଏବଂ ସେ ଜଣେ ସନ୍ତୁଷ୍ଟ ବ୍ୟକ୍ତି ଭାବେ ଅବସର ନେଉଛନ୍ତି।
ଧୱନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ଅବସର ଘୋଷଣା କରି କହିଛନ୍ତି, “ମୁଁ ମୋର କ୍ରିକେଟ୍ ଯାତ୍ରାର ଏହି ଅଧ୍ୟାୟ ବନ୍ଦ କରୁଛି, କିନ୍ତୁ ମୋ ସହ ଅସଂଖ୍ୟ ସ୍ମୃତି ଅଛି ଏବଂ ମୁଁ ବହୁତ କୃତଜ୍ଞ। ଭଲ ପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ | ଜୟ ହିନ୍ଦ୍। ”
ସେ କହିଛନ୍ତି, “ଜୀବନରେ ଆଗକୁ ବଢ଼ିବାକୁ ହେଲେ ପୃଷ୍ଠା ଲେଉଟାଇବାକୁ ପଡ଼ିବ । ତେଣୁ ମୁଁ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରୁଛି। ମୁଁ ଏତେ ଦିନ ପର୍ଯ୍ୟନ୍ତ ଭାରତ ପାଇଁ କ୍ରିକେଟ୍ ଖେଳିଥିବାରୁ ଶାନ୍ତିର ସହ ଅବସର ନେଉଛି । ”
ଧାୱନ ଭାରତ ପାଇଁ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ ଟି-୨୦ ମ୍ୟାଚ୍ ଖେଳିଥିଲେ।
୫୦ ଓଭର ଫର୍ମାଟରେ ଧାଓ୍ବନ ସବୁଠୁ ସଫଳ ହୋଇଥିଲେ। ଏହି ଫର୍ମାଟରେ ସେ ୪୪.୧୧ ଆଭରେଜ୍ ସହ ୬,୭୯୩ ରନ୍ କରିଥିଲେ। ଏଥିରେ ୧୭ ଶତକ ଓ ୩୯ ଅର୍ଦ୍ଧଶତକ ସାମିଲ। ସେ ଟେଷ୍ଟ କ୍ରିକେଟରେ ୭ ଶତକ ଓ ହାରାହାରି ୪୦.୬୧ ସହ ୨,୩୧୫ ରନ୍ କରିଥିଲେ। ଏହାଛଡ଼ା ଏହି ଷ୍ଟାଇଲିଶ ବାମହାତୀ ବ୍ୟାଟ୍ସମ୍ୟାନ୍ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୧୭୫୯ ରନ୍ କରିଛନ୍ତିି।
ଓଡ଼ିଶାର ପ୍ରତ୍ୟେକ ବ୍ରାହ୍ମଣ ଶାସନରେ ରକ୍ଷା ପଞ୍ଚମୀ ପାଳିତ
Next Articleଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
