न्यूज़रूम ओडिशा
ब्रेकिंग
ओडिया समाचार

ପ୍ୟାରିସ ପାରାଲିମ୍ପିକ୍ସ: ଅବନୀ ଲେଖରାଙ୍କୁ ସ୍ବର୍ଣ୍ଣ, ଦ୍ଵିତୀୟ ଦିନରେ ଭାରତକୁ ୪ଟି ପଦକ

ପ୍ୟାରିସ: ପାରାଲିମ୍ପିକ୍ ଗେମ୍ସରେ ଶୁକ୍ରବାର ଅବନୀ ଲେଖରା ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଛନ୍ତି | ଦ୍ବିତୀୟ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ ସହ ୪ଟି ପଦକ ହାତେଇଛି। ଅବନୀ ଲେଖରା ମହିଳା ୧୦ ମିଟର ଏୟାର ରାଇଫଲ ସୁଟିଂର ଏସ୍ଏଚ୍୧ ବର୍ଗରେ ୨୪୯.୭ ସ୍କୋର ସହ ନୂଆ ପାରାଲିମ୍ପିକ୍ ରେକର୍ଡ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହି ସୁଟିଂ ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅବନୀ ପ୍ରଥମ ଭାରତୀୟ [...]

Admin•30 अगस्त 2024
Share Article:

ପ୍ୟାରିସ: ପାରାଲିମ୍ପିକ୍ ଗେମ୍ସରେ ଶୁକ୍ରବାର ଅବନୀ ଲେଖରା ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଛନ୍ତି | ଦ୍ବିତୀୟ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ ସହ ୪ଟି ପଦକ ହାତେଇଛି। ଅବନୀ ଲେଖରା ମହିଳା ୧୦ ମିଟର ଏୟାର ରାଇଫଲ ସୁଟିଂର ଏସ୍ଏଚ୍୧ ବର୍ଗରେ ୨୪୯.୭ ସ୍କୋର ସହ ନୂଆ ପାରାଲିମ୍ପିକ୍ ରେକର୍ଡ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହି ସୁଟିଂ ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅବନୀ ପ୍ରଥମ ଭାରତୀୟ ମହିଳା ଭାବେ କ୍ରମାଗତ ଦୁଇଟି ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ହାସଲ କରିଛନ୍ତି। ଏହାଛଡ଼ା ସେ ଏକାଧିକ ପାରାଲିମ୍ପିକ୍ ସ୍ୱର୍ଣ୍ଣ ଜିତିବାରେ ଦ୍ୱିତୀୟ ଭାରତୀୟ।

ପୁରୁଷ ୧୦ ମିଟର ଏୟାର ପିସ୍ତଲର ଏସ୍ଏଚ୍-୧ ବର୍ଗରେ ମନୀଷ ନରୱାଲ ରୌପ୍ୟ ଜିତିଥିବା ବେଳେ ମହିଳା ୧୦୦ ମିଟର ଟି-୩୫ ବର୍ଗ ଦୌଡ଼ରେ ପ୍ରୀତି ପାଲ ବ୍ରୋଞ୍ଜ ପଦକ ଜିତିଛନ୍ତି।

#Odia#Odisha#News
Share Article:

Related Articles