न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀମନ୍ଦିରରେ କାଳୀୟଦଳନ ନୀତି ସମ୍ପର୍ଣ୍ଣ

ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟଦଳନ ନୀତି ସମ୍ପର୍ଣ୍ଣ ହୋଇଛି । ମହାପ୍ରଭୁ କାଳୀୟଦଳନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ମାର୍କଣ୍ଡ ପୁଷ୍କରିଣୀରେ କାଳୀୟଦଳନ ନୀତି ପାଇଁ ଶ୍ରୀ ମଦନମୋହନ ଓ ରାମକୃଷ୍ଣ ବିଜେ କରି ଥିଲେ। ଏଠାରେ ଗରୁଡଙ୍କ ଦ୍ଵାରା ଏହି ସ୍ୱତନ୍ତ୍ର ନୀତି ସମାପନ ହୋଇଥିଲା । କାଳୀୟଦଳନ ଏକାଦଶୀରେ ଆଜ୍ଞାମାଳ ପାଇ [...]

Admin•31 अगस्त 2024
Share Article:

ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ କାଳୀୟଦଳନ ନୀତି ସମ୍ପର୍ଣ୍ଣ ହୋଇଛି । ମହାପ୍ରଭୁ କାଳୀୟଦଳନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଓ ଧେନୁକାସୁର ବଧ ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ମାର୍କଣ୍ଡ ପୁଷ୍କରିଣୀରେ କାଳୀୟଦଳନ ନୀତି ପାଇଁ ଶ୍ରୀ ମଦନମୋହନ ଓ ରାମକୃଷ୍ଣ ବିଜେ କରି ଥିଲେ। ଏଠାରେ ଗରୁଡଙ୍କ ଦ୍ଵାରା ଏହି ସ୍ୱତନ୍ତ୍ର ନୀତି ସମାପନ ହୋଇଥିଲା ।

କାଳୀୟଦଳନ ଏକାଦଶୀରେ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ଶ୍ରୀରାମକୃଷ୍ଣ ଲୋକନାଥ ରୋଡ ସ୍ଥିତ ଲବଣୀ ଖିଆ ମଣ୍ଡପକୁ ବିଜେ କରିଥିଲେ । ସେଠାରେ ମହାଭୋଇ (ଗଉଡ଼) ସେବକ ଘର ବୋହୂମାନେ ଠାକୁରଙ୍କୁ ବନ୍ଦାପନା କରିବା ସହ ଲବଣୀ ଖୁଆଇଥିଲେ । ଏହି ଦିନ ମହାପ୍ରଭୁଙ୍କୁ କେବଳ ମହାଭୋଇ (ଗଉଡ଼) ଘର ବୋହୂମାନେ ସେବା କରିପାରିଥାନ୍ତି । ସେମାନେ ସେବା କରିବା ପୂର୍ବରୁ ଗୀତ ଗୋବିନ୍ଦ ଖଣ୍ଡୁଆ ପରିଧାନ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଭିତରେ ଧୋ ପଖାଳ ହୋଇଥିଲା। ଏହାପରେ ଦକ୍ଷିଣ ଘର ଭୋଗ ସାରି ଶ୍ରୀମଦନମୋହନ ଓ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିଥିଲେ । ପୂଜାପଣ୍ଡା ସାମନ୍ତ ତିନି ମୂର୍ତ୍ତିଙ୍କୁ ଆଜ୍ଞାମାଳ ଦେବା ପରେ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ଏହି ଚଳନ୍ତି ବିଗ୍ରହ ବିଜେ ହୋଇଥିଲେ। ତତ୍ପରେ ବଡ଼ଦେଉଳକୁ ବେଢାଏ ବୁଲି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବା ପରେ ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନହୋଇଥିଲା। ଏହାପରେ ଠାକୁର ମାନେ ମାର୍କଣ୍ଡ ପୁଷ୍କରିଣୀଙ୍କୁ ଯାଇଥିଲେ। ଏଠାରେ କାଳୀୟଦଳନ ଲୀଳା ସହିତ ଶୀତଳ ଭୋଗ ଓ ବନ୍ଦାପନା ହୋଇ ବାହୁଡା ବିଜେ ପୂର୍ବକ ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିଥିଲା।ଚଳନ୍ତି ବିଗ୍ରହ ଦକ୍ଷିଣୀ ଘରକୁ ବିଜେ କରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ କାଳୀୟଦଳନ ବେଶ ଅନୁଷ୍ଠିତ ହୋଇଥିଲା।

#Odia#Odisha#News
Share Article:

Related Articles