न्यूज़रूम ओडिशा
ब्रेकिंग
ओडिया समाचार

କେରଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ‘ଷ୍ଟର୍ମ’

ବ୍ରହ୍ମପୁର: ଓଡ଼ିଶା ପୋଲିସର ସନ୍ଧାନୀ କୁକୁର ଷ୍ଟର୍ମ କେରଳର ଓ୍ବାୟନାଡକୁ ଯାଇଛି। ବନ୍ୟା ଓ ଭୂସ୍ଖଳନ କାରଣରୁ ଭୀଷଣ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥିବା ଓ୍ବାୟନାଡରେ ଷ୍ଟର୍ମ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ପୋଲିସ ସ୍ବତନ୍ତ୍ର ଟିମ୍ ସହ ନିୟୋଜିତ ହେବ। ଷ୍ଟର୍ମ ହେଉଛି ଓଡ଼ିଶା ପୋଲିସର ଏକମାତ୍ର ସ୍ନିଫର୍ ଓ ଟ୍ରାକର୍ ଡଗ୍ (କୁକୁର) ଯାହା ଭୂସ୍ଖଳନ ଘଟଣାରେ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଶୁଂଘି ଖୋଜି ବାହାର କରିବାରେ ଉଦ୍ଧାରକାରୀଙ୍କୁ ବେଶ୍ ସହାୟତା କରିଥାଏ। [...]

Admin•5 अगस्त 2024
Share Article:

ବ୍ରହ୍ମପୁର: ଓଡ଼ିଶା ପୋଲିସର ସନ୍ଧାନୀ କୁକୁର ଷ୍ଟର୍ମ କେରଳର ଓ୍ବାୟନାଡକୁ ଯାଇଛି। ବନ୍ୟା ଓ ଭୂସ୍ଖଳନ କାରଣରୁ ଭୀଷଣ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥିବା ଓ୍ବାୟନାଡରେ ଷ୍ଟର୍ମ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ପୋଲିସ ସ୍ବତନ୍ତ୍ର ଟିମ୍ ସହ ନିୟୋଜିତ ହେବ। ଷ୍ଟର୍ମ ହେଉଛି ଓଡ଼ିଶା ପୋଲିସର ଏକମାତ୍ର ସ୍ନିଫର୍ ଓ ଟ୍ରାକର୍ ଡଗ୍ (କୁକୁର) ଯାହା ଭୂସ୍ଖଳନ ଘଟଣାରେ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଶୁଂଘି ଖୋଜି ବାହାର କରିବାରେ ଉଦ୍ଧାରକାରୀଙ୍କୁ ବେଶ୍ ସହାୟତା କରିଥାଏ। ଏହି ସନ୍ଧାନୀ କୁକୁର ଓ୍ବାୟନାଡରେ ଭୂସ୍ଖଳନରେ ନିଖୋଜ ଲୋକଙ୍କ ସନ୍ଧାନ କରିପାରିବ ବୋଲି ଆଶା କରାଯାଉଛି।

ବ୍ରହ୍ମପୁର ଡିଆଇଜି ଡା ସାର୍ଥକ ଷଡ଼ଙ୍ଗୀଙ୍କ ସୂଚନା ମୁତାବକ ୨୦୨୦ ମସିହାରୁ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ନିୟୋଜିତ ଏହି ସ୍ନିଫର୍ ଡଗ୍ ଏବେ ୭ ବର୍ଷ ବୟସର ହେଲାଣି। ନିଜ ଜୀବନକାଳରେ ଷ୍ଟର୍ମ ପୋଲିସର ବିଭିନ୍ନ ସନ୍ଧାନୀ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରି ଆସିଛି। ମାଟି ତଳେ ହେଉ ବା ପାଣି ଭିତରେ ରହିଥିବା ଲୋକ, ସାମଗ୍ରୀ ଖୋଜି ବାହାର କରିବାରେ ଷ୍ଟର୍ମ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି। ଆମ୍ବପୁଆସ୍ଥିତ ବ୍ରହ୍ମପୁର ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ରହୁଥିବା ଷ୍ଟର୍ମକୁ ସାଙ୍ଗରେ ଧରି ସ୍ଥାନୀୟ ପୋଲିସର ୫ ଜଣ କର୍ମଚାରୀ ରାଜ୍ୟ ସରକାର ତଥା ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ କେରଳ ଅଭିମୁଖେ ଯାତ୍ରା କରିଛି। ପ୍ରକାଶ ଥାଉକି ଓ୍ବାୟନାଡ ଭୂସ୍ଖଳନ ଘଟଣାରେ ୩୬୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ବେଳେ ଏବେ ବି ୨୦୦ରୁ ଅଧିକ ଲୋକ, ଶିଶୁ ନିଖୋଜ ଅଛନ୍ତି।

#Odia#Odisha#News
Share Article:

Related Articles