ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ
ଚେନ୍ନାଇ: ଏକ ମାସର ବିରତି ପରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ଆଗାମୀ ଦୁଇ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ ଆରମ୍ଭ କରିଛି । ଦଳର ପ୍ରଥମ ଅଭ୍ୟାସ ଅଧିବେଶନରେ ଚାମ୍ପିୟନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନେଟ୍ସରେ ୪୫ ମିନିଟ୍ ବିତାଇଥିବା ବେଳେ ଦ୍ରୁତ ବୋଲର ଜସପ୍ରୀତ ବୁମରା ମଧ୍ୟ ଅଭ୍ୟାସ କରିଛନ୍ତି । ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ଖେଳାଯିବ | ଅଧିନାୟକ ରୋହିତ ଶର୍ମା, କୋହଲିଙ୍କ ସମେତ ପୂରା ଦଳ ଏମ୍ଏ [...]
ଚେନ୍ନାଇ: ଏକ ମାସର ବିରତି ପରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ଆଗାମୀ ଦୁଇ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ ଆରମ୍ଭ କରିଛି । ଦଳର ପ୍ରଥମ ଅଭ୍ୟାସ ଅଧିବେଶନରେ ଚାମ୍ପିୟନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନେଟ୍ସରେ ୪୫ ମିନିଟ୍ ବିତାଇଥିବା ବେଳେ ଦ୍ରୁତ ବୋଲର ଜସପ୍ରୀତ ବୁମରା ମଧ୍ୟ ଅଭ୍ୟାସ କରିଛନ୍ତି ।
ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ଖେଳାଯିବ | ଅଧିନାୟକ ରୋହିତ ଶର୍ମା, କୋହଲିଙ୍କ ସମେତ ପୂରା ଦଳ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଏକାଠି ହୋଇଛନ୍ତି। ଦଳର ଅଭ୍ୟାସ ବେଳେ ନୂଆ ବୋଲିଂ କୋଚ୍ ମର୍ନେ ମୋର୍କେଲ ଏବଂ ସହକାରୀ କୋଚ୍ ଅଭିଷେକ ନାୟାର ମଧ୍ୟ ଉପସ୍ଥିତ ଥିଲେ।
ବିସିସିଆଇ ପ୍ରଥମ ଦିନର ଅଭ୍ୟାସର ଫଟୋ ସେୟାର କରି ଲେଖିଛି, “କାଉଣ୍ଟ ଡାଉନ ଆରମ୍ଭ ହୋଇଛି।” ଏକ ରୋମାଞ୍ଚକର ଘରୋଇ ସିଜନ୍ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି |

ଏକ ମାସରୁ ଊର୍ଦ୍ଧ୍ବ ବିରତି ପରେ ଭାରତୀୟ ଖେଳାଳି ପଡ଼ିଆକୁ ଫେରିବେ | ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ ତତ୍ବାବଧାନରେ ଏହା ହେଉଛି ପ୍ରଥମ ଟେଷ୍ଟ ସିରିଜ୍ |
ନିକଟରେ ବାଂଲାଦେଶ ଦଳ ପାକିସ୍ତାନରେ ପାକିସ୍ତାନକୁ ଟେଷ୍ଟ ସିରିଜରେ ୨-୦ରେ ମାତ୍ ଦେଇଥିଲା। ଉକ୍ତ ଐତିହାସିକ ବିଜୟ ପରେ ବାଂଲାଦେଶର ମନୋବଳ ବେଶ୍ ଉଚ୍ଚ ରହିଛି।

ଭାରତ-ବାଂଲାଦେଶ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି)ର ଏକ ଅଂଶ | ଏହା ପରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ଅଷ୍ଟ୍ରେଲିଆରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜ୍ ଖେଳିବା କାର୍ଯ୍ୟକ୍ରମ ରହିଛି।
ଡବ୍ଲୁଟିସିରେ ଭାରତ ୬୮.୫୨ ପ୍ରତିଶତ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ୬୨.୫୨ ପ୍ରତିଶତ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛି | ବାଂଲାଦେଶ ୪୫.୮୩ ପ୍ରତିଶତ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି |
ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ସେପ୍ଟେମ୍ବର ୨୭ରୁ କାନପୁରରେ ଖେଳାଯିବ।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next ArticleMannata Mishra Creates History at Sr. National Aquatic Championships; Becomes First Youngest Swimmer from Odisha to Win Medal
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
