न्यूज़रूम ओडिशा
ब्रेकिंग
ओडिया समाचार

ହିଞ୍ଜିଳି ଥାନା ପିତ୍ତଳରେ ଦୁର୍ଘଟଣା: ୨ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୂର୍ବରୁ ରାସ୍ତା କଡରେ ଠିଆ ହୋଇଥିବା ଏକ ପରିବା ବୋଝେଇ ଟ୍ରକକୁ ପଛପଟୁ ଦ୍ରୁତ ଗତିରେ ଆସି ଏକ ଖାଲି ଟାଟା ଏସ୍ ଭ୍ୟାନ୍ ଧକ୍କା ଦେଇଥିଲା। ଫଳରେ ଦୁଇଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡିଛି। ସେମାନେ ହେଲେ ନିକଟସ୍ଥ ସୁନ୍ଦରାପଲ୍ଲୀ ଗ୍ରାମର ସୁମନ ଗନ୍ତାୟତ ଓ ଶରଧାପୁର ଗ୍ରାମର ଅଜିତ ବାଡତ୍ୟା। ଦୁହେଁ ଭ୍ୟାନରେ ଚାଳକ [...]

Admin•19 सितंबर 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୂର୍ବରୁ ରାସ୍ତା କଡରେ ଠିଆ ହୋଇଥିବା ଏକ ପରିବା ବୋଝେଇ ଟ୍ରକକୁ ପଛପଟୁ ଦ୍ରୁତ ଗତିରେ ଆସି ଏକ ଖାଲି ଟାଟା ଏସ୍ ଭ୍ୟାନ୍ ଧକ୍କା ଦେଇଥିଲା। ଫଳରେ ଦୁଇଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡିଛି। ସେମାନେ ହେଲେ ନିକଟସ୍ଥ ସୁନ୍ଦରାପଲ୍ଲୀ ଗ୍ରାମର ସୁମନ ଗନ୍ତାୟତ ଓ ଶରଧାପୁର ଗ୍ରାମର ଅଜିତ ବାଡତ୍ୟା। ଦୁହେଁ ଭ୍ୟାନରେ ଚାଳକ ଓ ଆରୋହୀ ଥିଲେ। ଦୁର୍ଘଟଣା ପରେ ଭ୍ୟାନ୍ ସମ୍ମୁଖ ଭାଗ ବେଶ୍ କ୍ଷତିଗ୍ରସ୍ତ ହୋଇଯାଇଛି। ଦୁର୍ଘଟଣା ପରେ ସେଠାରୁ ଟ୍ରକଟି ପଳାଇଥିବା ସୂଚନା ମିଳିଛି। ଖବର ପାଇ ହିଞ୍ଜିଳିକାଟୁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟାଟା ଏସ୍ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

#Odia#Odisha#News
Share Article:

Related Articles