ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ: ବିଜେଡି ଅମଳରେ ଆରମ୍ଭ ହୋଇଥିବା ବିକାଶ ଧାରା କେହି ବନ୍ଦ କରି ପାରିବେନି: ନବୀନ
ଭୁବନେଶ୍ୱର: ବିଜେଡି ସରକାର ଅମଳରେ ଓଡିଶା ବିକାଶର ଶିଖର ଛୁଇଁଛି। ଦଳ ବର୍ତ୍ତମାନ କ୍ଷମତାରୁ ଦୂରରେ ଥିଲେ ବି ଭୋଟ ହାରରେ ସର୍ବାଗ୍ରେ ରହିଛି। ଆଉ ଏହାହିଁ ବିଜେଡି ପ୍ରତି ଲୋକଙ୍କ ଭଲ ପାଇବାର ପ୍ରମାଣ। ତେବେ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ବିକାଶ ଓ କଲ୍ୟାଣ ଯୋଜନାରୁ କେହି ଲୋକଙ୍କୁ ବଞ୍ଚିତ କରି ପାରିବେନି ବୋଲି ଆଜି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦଳ ପକ୍ଷରୁ ଶଂଖ ଭବନରେ [...]
ଭୁବନେଶ୍ୱର: ବିଜେଡି ସରକାର ଅମଳରେ ଓଡିଶା ବିକାଶର ଶିଖର ଛୁଇଁଛି। ଦଳ ବର୍ତ୍ତମାନ କ୍ଷମତାରୁ ଦୂରରେ ଥିଲେ ବି ଭୋଟ ହାରରେ ସର୍ବାଗ୍ରେ ରହିଛି। ଆଉ ଏହାହିଁ ବିଜେଡି ପ୍ରତି ଲୋକଙ୍କ ଭଲ ପାଇବାର ପ୍ରମାଣ। ତେବେ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ବିକାଶ ଓ କଲ୍ୟାଣ ଯୋଜନାରୁ କେହି ଲୋକଙ୍କୁ ବଞ୍ଚିତ କରି ପାରିବେନି ବୋଲି ଆଜି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦଳ ପକ୍ଷରୁ ଶଂଖ ଭବନରେ ଆୟୋଜିତ ସଭ୍ଯ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରି ନବୀନ ବିଜେପିର ମିସ୍ଡ କଲ୍ ଦ୍ବାରା ସଦସ୍ଯତା ଅଭିଯାନକୁ ସମାଲୋଚନା କରିଛନ୍ତି।
ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ, ଆଜି ଠାରୁ, ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇ ମାସ ଧରି ଚାଲିବ। ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀ ରୁ ପଞ୍ଜିକୃତ ହୋଇଥିଲେ। ବରିଷ୍ଠ ନେତା ଅଶୋକ ପଣ୍ଡା ଦଳ ସଭାପତିଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଥିଲେ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳ ର ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ। ସେ କହିଥିଲେ ଯେ ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟ ମାନେ , ପ୍ରତି ଘରକୁ ଯାଆନ୍ତୁ। ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ, ଲୋକଙ୍କୁ ବୁଝାନ୍ତୁ। ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କୁ ଅନଲାଇନ ଜରିଆରେ ଦଳ ରେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ନିମନ୍ତ୍ରଣ ଜଣାଇଥିଲେ।
କିଛି ଦଳ, ଯେପରି ମିସ୍ଡ କଲ୍ କରି, ସଭ୍ୟ ସଂଗ୍ରହ କରୁଛନ୍ତି ତାକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ, ମିସ୍ଡ କଲ୍ ଡ଼ାଇରୀ ସେମାନଙ୍କ ସଦସ୍ଯତା ରେଜିଷ୍ଟର ହୋଇପାରେ, କିନ୍ତୁ ବିଜୁ ଜନତା ଦଳ, ସେସବୁ ଠାରୁ ବହୁ ଦୂରରେ ।
ଶ୍ରୀ ପଟ୍ଟନାୟକ କହିଥିଲେ ସେବା, ସ୍ୱାଭିମାନ ଓ ସଂଗ୍ରାମ, ଆମର ଆଦର୍ଶ। ଓଡିଶାବାସୀଙ୍କ ସେବା, ଓଡ଼ିଆ ଜାତିର, ସ୍ୱାଭିମାନର ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥ ପାଇଁ, ଆମର ପ୍ରିୟ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି।
ଆମ ସମସ୍ତଙ୍କ ପାଇଁ ବିଜୁ ବାବୁ ହେଉଛନ୍ତି ପ୍ରେରଣା। ବିଜୁ ଜନତା ଦଳ ସରକାର ସମୟରେ, ହୋଇଥିବା ଭଲ କାମ ସମ୍ପର୍କ ରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରଙ୍କ ଯୋଜନା, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି। ଭାରତ ସରକାର ବି, ଆମର ଅନେକ ଯୋଜନାକୁ ଅନୁସରଣ କରିଛନ୍ତି।
ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି, ବିଜେଡି ସରକାର ର ଲକ୍ଷ୍ୟ ନ ଥିଲା। ବିକାଶ ଓ କଲ୍ୟାଣ ହେଉଛି, ଆମର ପ୍ରାଥମିକତା ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ସରକାର, ଆରମ୍ଭ କରିଥିବା, ବିକାଶ ଓ କଲ୍ୟାଣ ଯୋଜନାରୁ, ଓଡିଶାବାସୀଙ୍କୁ କେହି ବଞ୍ଚିତ କରି ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ
ବିଜୁ ଜନତା ଦଳ, ଓଡିଶାର ଏକ ନମ୍ବର ଦଳ। ଗତ ନିର୍ବାଚନ ରେ ବିଜେଡି ଅଧିକ ଭୋଟ ପାଇଥିଲା ଓ ଭୋଟ ହାର ମଧ୍ୟ ଅଧିକ ଥିଲା।
ସେ କହିଥିଲେ ଯେ ବିଜୁ ଜନତା ଦଳ, ଓଡିଶାବାସୀଙ୍କ ହୃଦୟରେ ଅଛି। ଓଡିଶାର ଗୌରବ ପାଇଁ, ନିଷ୍ଠାର ସହ କାମ କରିଚାଲିଛି। ତେଣୁ ଆସନ୍ତୁ, ଆମେ ସମସ୍ତେ ଗର୍ବର ସହ କହିବା ଆମେ ବିଜୁ ଜନତା ଦଳ ର କର୍ମୀ, ଓଡିଶା ମା ର ସେବକ।
ବିଜେଡି ର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟ୍ୟରେ ସଭ୍ୟ ସଂଗ୍ରହ କମିଟିର ମୁଖ୍ୟ ଅତନୁ ସବ୍ୟସାଚୀ ନାୟକ,ବିଧାୟକ ଅନନ୍ତ ଜେନା,ସୁଶାନ୍ତ ରାଉତ,ଭୁବନେଶ୍ୱର ମେୟର ସୁଲୋଚନା ଦାସ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ।
ଭିଡ଼ିଓ କନଫରେନ୍ସ ଯୋଗେ ସାରା ରାଜ୍ୟ ର ତେତିଶ ଟି ସାଂଗଠନିକ ଜିଲ୍ଲା ର ହଜାର ହଜାର କର୍ମୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୟୁରଭଞ୍ଜ, ମାଲକାନଗିରି, ଝାରସୁଗୁଡା,ପୁରୀ ବରଗଡ ଓ ରାଉରକେଲା ରେ ବିଭିନ୍ନ ବର୍ଗ ର ଲୋକ ବିଜେଡି ର ସଦସ୍ୟତା ଗ୍ରହଣ କରିଥିଲେ।
BJD is in the Heart of People of Odisha: Naveen, Launches Party’s Membership Drive
Next ArticleBerhampur: Father, Stepmother Who Instigated Girl to Commit Suicide Arrested
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
