न्यूज़रूम ओडिशा
ब्रेकिंग
ओडिया समाचार

ଶିଳ୍ପ ରତ୍ନ ରତନ ଟାଟାଙ୍କ ବିୟୋଗରେ ନବୀନଙ୍କ ଶୋକ: ଦେଶ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିଙ୍କୁ ହରାଇଲା

ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଜାତୀୟତାବାଦର ଅନ୍ୟତମ ବ୍ୟକ୍ତିତ୍ବ ରତନ ଟାଟାଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ରତନଙ୍କ ଦେହାନ୍ତ ଦେଶର ଉଦ୍ୟୋଗୀ ମାନସିକତାକୁ ଶକ୍ତ ଧକ୍କା ଦେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମଗ୍ର ବିଶ୍ବରେ ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ ଏକ ସକାରାତ୍ମକ ବ୍ୟବସାୟର ଛାପ ଛାଡିଯାଇଛି ବୋଲି ସେ କହିଛନ୍ତି। ଏହା ଭବିଷ୍ୟତ ପିଢିକୁ ପ୍ରୋତ୍ସାହିତ କରିବ। ତାଙ୍କ ଦେହାନ୍ତରେ [...]

Admin•10 अक्टूबर 2024
Share Article:

ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଜାତୀୟତାବାଦର ଅନ୍ୟତମ ବ୍ୟକ୍ତିତ୍ବ ରତନ ଟାଟାଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ରତନଙ୍କ ଦେହାନ୍ତ ଦେଶର ଉଦ୍ୟୋଗୀ ମାନସିକତାକୁ ଶକ୍ତ ଧକ୍କା ଦେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମଗ୍ର ବିଶ୍ବରେ ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ ଏକ ସକାରାତ୍ମକ ବ୍ୟବସାୟର ଛାପ ଛାଡିଯାଇଛି ବୋଲି ସେ କହିଛନ୍ତି। ଏହା ଭବିଷ୍ୟତ ପିଢିକୁ ପ୍ରୋତ୍ସାହିତ କରିବ। ତାଙ୍କ ଦେହାନ୍ତରେ ମୁଁ ଗଭୀର ଭାବେ ମର୍ମାହତ ବୋଲି କହିଛନ୍ତି।

#Odia#Odisha#News
Share Article:

Related Articles