न्यूज़रूम ओडिशा
ब्रेकिंग
ओडिया समाचार

ଆଜି ନରକ ଚତୁର୍ଦ୍ଦଶୀ, ସର୍ବତ୍ର ପୂଜା ପାଇବେ ମହା ମାୟା କାଳୀ

କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ କୁ ନରକ ଚତୁର୍ଦ୍ଦଶୀ କୁହାଯାଏ। ପୁରାଣ ଅନୁସାରେ ବିଷ୍ଣୁ କୃଷ୍ଣ ଅବତାର ରେ ମହାପ୍ରତାପୀ ନରକାସୁର ର ବଧ କରି ପୃଥିବୀରେ ଶାନ୍ତି, ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିଥିଲେ।ତେଣୁ ଏହି ଦିନ ରେ ଦୀପ ଜାଳି, ଆତସବାଜି କରି ଖୁସି ମନାଯାଏ।ଏହି ଦିନ ଯମ ଓ ଚିତ୍ରଗୁପ୍ତ ଙ୍କୁ ପୂଜା କରାଯାଏ।ଆଉ ଏକ ଉପାଖ୍ୟାନ ଅନୁସାରେ,ବାମନ ଅବତାର ରେ ବଳି ଙ୍କ ଭକ୍ତି ରେ ପ୍ରସନ୍ନ ହୋଇ କିଛି ବର ମାଗିବାକୁ କହିଥିଲେ।ନିଜ ପ୍ରଜାଙ୍କୁ [...]

Admin•31 अक्टूबर 2024
Share Article:

କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ କୁ ନରକ ଚତୁର୍ଦ୍ଦଶୀ କୁହାଯାଏ। ପୁରାଣ ଅନୁସାରେ ବିଷ୍ଣୁ କୃଷ୍ଣ ଅବତାର ରେ ମହାପ୍ରତାପୀ ନରକାସୁର ର ବଧ କରି ପୃଥିବୀରେ ଶାନ୍ତି, ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିଥିଲେ।ତେଣୁ ଏହି ଦିନ ରେ ଦୀପ ଜାଳି, ଆତସବାଜି କରି ଖୁସି ମନାଯାଏ।ଏହି ଦିନ ଯମ ଓ ଚିତ୍ରଗୁପ୍ତ ଙ୍କୁ ପୂଜା କରାଯାଏ।ଆଉ ଏକ ଉପାଖ୍ୟାନ ଅନୁସାରେ,ବାମନ ଅବତାର ରେ ବଳି ଙ୍କ ଭକ୍ତି ରେ ପ୍ରସନ୍ନ ହୋଇ କିଛି ବର ମାଗିବାକୁ କହିଥିଲେ।ନିଜ ପ୍ରଜାଙ୍କୁ ନର୍କ ଯନ୍ତ୍ରଣା,ଯମ ଦଣ୍ଡ ରୁ ମୁକ୍ତ କରିବା ସହ ସର୍ବଦା ଲକ୍ଷ୍ମୀ ଙ୍କ କୃପା ରହୁ ବୋଲି ବଳି ବର ମାଗିଥିଲେ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ରେ ଘିଅ ଦୀପ ପ୍ରଜ୍ବଳନ କଲେ ନରକ ଯନ୍ତ୍ରଣା,ଯମ ଦଣ୍ଡ ର ଭୟ ରହେନି। ଆଉ ଲକ୍ଷ୍ମୀଙ୍କ କୃପା ରହିବ ବୋଲି ବାମନ ବର ଦେଇଥିଲେ।

ନରକ ଚତୁର୍ଦ୍ଦଶୀକୁ ସାନ ଦୀପାବଳୀ,ରୂପ ଚତୁର୍ଦ୍ଦଶୀ,କାଳୀ ଚତୁର୍ଦ୍ଦଶୀ ବି କୁହାଯାଏ।ଏହି ଦିନ ଘରୁ ସମସ୍ତ ଅଦରକାରୀ ଆବର୍ଜନା ସଫାକରିବା ର ବିଧି ରହିଛି।ଜଗତ ଜନନୀ ମାଆ କାଳୀ ଙ୍କର ପୂଜା ଏହିଦିନ କରାଯାଏ।

#Odia#Odisha#News
Share Article:

Related Articles