ଶ୍ରୀକ୍ଷେତ୍ର ପୁରୀରେ ଭକ୍ତି ଓ ନିଷ୍ଠାର ସହିତ ପାଳିତ ହୋଇଯାଇଛି ଯମ ଦ୍ଵିତୀୟା
ପବିତ୍ର ଯମ ଦ୍ଵିତୀୟା।ଏହି ଦିବସ ଧର୍ମରାଜ ଯମ ଙ୍କୁ ସମର୍ପିତ। ଶ୍ରୀକ୍ଷେତ୍ରରେ ବିଶେଷ କରି ପାଳିତ ହୋଇଯାଇଛି ଯମ ଦ୍ଵିତୀୟା ଉତ୍ସବ। କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଏହି ପବିତ୍ର ତିଥି ସମଗ୍ର ଭାରତ ବର୍ଷରେ ଲୋକେ ଶ୍ରଦ୍ଧା ଓ ବିଶ୍ୱାସ ର ସହିତ ପାଳନ କରିଥାନ୍ତି। ଶ୍ରୀକ୍ଷେତ୍ର ରେ ରହିଛି ପ୍ରସିଦ୍ଧ ଯମନିକ ତୀର୍ଥ। ଯାହା ଲୋକ ମୁଖରେ ଜମେଶ୍ୱର ମନ୍ଦିର। ଭଗବାନ ଜମେଶ୍ୱର ହେଉଛନ୍ତି ହରିହର ବିଗ୍ରହ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ତଥା [...]
ପବିତ୍ର ଯମ ଦ୍ଵିତୀୟା।ଏହି ଦିବସ ଧର୍ମରାଜ ଯମ ଙ୍କୁ ସମର୍ପିତ। ଶ୍ରୀକ୍ଷେତ୍ରରେ ବିଶେଷ କରି ପାଳିତ ହୋଇଯାଇଛି ଯମ ଦ୍ଵିତୀୟା ଉତ୍ସବ। କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଏହି ପବିତ୍ର ତିଥି ସମଗ୍ର ଭାରତ ବର୍ଷରେ ଲୋକେ ଶ୍ରଦ୍ଧା ଓ ବିଶ୍ୱାସ ର ସହିତ ପାଳନ କରିଥାନ୍ତି। ଶ୍ରୀକ୍ଷେତ୍ର ରେ ରହିଛି ପ୍ରସିଦ୍ଧ ଯମନିକ ତୀର୍ଥ। ଯାହା ଲୋକ ମୁଖରେ ଜମେଶ୍ୱର ମନ୍ଦିର। ଭଗବାନ ଜମେଶ୍ୱର ହେଉଛନ୍ତି ହରିହର ବିଗ୍ରହ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ତଥା ଶୀତଳ ଷଷ୍ଠୀ ରେ ପଞ୍ଚ ପାଣ୍ଡଵ ଭାବରେ ପ୍ରଭୁ ଜମେଶ୍ୱର ଭାଗ ନେଇଥାନ୍ତି। ଏହିପରି ଶ୍ରୀ ମନ୍ଦିର ଅନେକ ନୀତି ସହ ଏହି ମନ୍ଦିରର ରହିଛି ନୀତିଗତ ସମ୍ପର୍କ। ଏହି ପ୍ରସିଦ୍ଧ ମନ୍ଦିର ପରିସର ରେ ରହିଛି ଧର୍ମରାଜ ଯମ ଙ୍କ ମନ୍ଦିର।
ଏହିଦିନ ମନ୍ଦିର ପରିସରରେ ବିରାଜିତ ଶ୍ରୀ ଯମ ଦେବତା ଙ୍କ ପାଖେ ବିଶେଷ ଭାବରେ ପୂଜାର୍ଚ୍ଚନା ସହ ବେଣ୍ଟ ମୁଆଁ ଭୋଗ ଅର୍ପଣ କରାଯାଇଥାଏ। ଏଥି ସହ ଶ୍ରୀ ଯମେଶ୍ୱର ଓ ଶ୍ରୀ ହରିହର ଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହେବା ସହ ମା ପାର୍ବତୀଙ୍କ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହୋଇଥାଏ।
ବିଶ୍ୱାସ ରହିଛି ଯେ,ଏହି ଦିନ ଶ୍ରୀଯମ୍ବେଶ୍ୱରଙ୍କୁ ଦର୍ଶନ କଲେ ଯମଦଣ୍ଡ ରୁ ମୁକ୍ତି ମିଳେ।
ଏହି ଦିନ ମନ୍ଦିରରେ ଦିନ ଓ ରାତି ଉଭୟ ସମୟରେ ଗହଳି ଲାଗି ରହୁଥିବା ବେଳେ ବିଶେଷ ଭାବେ ରାତ୍ରରେ ମନ୍ଦିର ନିକଟରେ ମେଳା ର ଆୟୋଜନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ। ଏହିଦିନ ମଧ୍ୟ ଅନେକଙ୍କ ଘରେ ଭାତୃ ଦ୍ଵିତୀୟା ପର୍ବ ପାଳିତ ହୋଇଥାଏ। ଭଉଣୀ ମାନେ ଭାଇର ଦୀର୍ଘ ଜୀବନ କାମନା କରି ଯମ ଙ୍କୁ ପ୍ରାର୍ଥନା କରିଥାନ୍ତି। ଭାଇ ମଥାରେ ଟୀକା ଦେବା ସହ ମଙ୍ଗଳ କାମନା କରିଥାନ୍ତି। ଶ୍ରୀକ୍ଷେତ୍ରରେ ଯମ ଙ୍କ ପ୍ରବେଶ ବାରଣ ରହି ଥିବାରୁ ଯମନିକ ତୀର୍ଥ ଦର୍ଶନ କରି ଯମ ଙ୍କ ଆଶିଷ ନେବା ପାଇଁ ଏହି ପବିତ୍ର ଦିବସ ପାଳିତ ହୋଇଥାଏ। ଏଥିପାଇଁ ଶ୍ରୀମନ୍ଦିର ସମେତ ପ୍ରଭୁ ଜମେଶ୍ୱର ମନ୍ଦିରରେ ବିଶେଷ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା।
Odisha: 6 Dead, 5 Injured as Passenger Vehicle Collides with Truck in Sundargarh Dist
Next ArticleIt’s Very Unfortunate that Nippon Steel is Moving to Andhra Pradesh: BJD
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
