न्यूज़रूम ओडिशा
ब्रेकिंग
ओडिया समाचार

ଗଞ୍ଜାମ: ପାଟପୁର ଥାନା ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକ ସମ୍ମିଳନୀ-୨୦୨୪ । ଏହି ସମ୍ମିଳନୀରେ ଭାରତ ସରକାରଙ୍କ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଛନ୍ତି । ଉକ୍ତ ସମ୍ମିଳନୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇଥିବା ବେଳେ ଓଡ଼ିଶା ପୁଲିସ ପାଇଁ ଏହି ସମ୍ମାନ ଅତ୍ୟନ୍ତ [...]

Admin•29 नवंबर 2024
Share Article:
ଗଞ୍ଜାମ: ପାଟପୁର ଥାନା ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକ ସମ୍ମିଳନୀ-୨୦୨୪ । ଏହି ସମ୍ମିଳନୀରେ ଭାରତ ସରକାରଙ୍କ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଛନ୍ତି । ଉକ୍ତ ସମ୍ମିଳନୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇଥିବା ବେଳେ ଓଡ଼ିଶା ପୁଲିସ ପାଇଁ ଏହି ସମ୍ମାନ ଅତ୍ୟନ୍ତ ଗର୍ବ ଓ ସମ୍ମାନର ମୁହୂର୍ତ୍ତ ବୋଲି ମତବ୍ୟକ୍ତ କରିଛନ୍ତି । ଡିଜିପି ଖୁରାନିଆଙ୍କ ମାର୍ଗଦର୍ଶନରେ ଥାନାର ଭିତ୍ତିଭୂମି ନିର୍ମାଣ ଏବଂ ଉନ୍ନତିକରଣ ଭଳି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହି ଅବସରରେ ଡିଜିପି ଖୁରାନିଆ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ପୋଲିସର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ସମଗ୍ର ଦେଶରେ ଥିବା ଥାନାଗୁଡ଼ିକର ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ପୁରସ୍କାର ନିମନ୍ତେ ଚୟନ କରାଯାଇଥାଏ । ଅପରାଧ ହାର, ତଦନ୍ତ, ମାମଲାର ସମାଧାନ, ସିସିଟିଏନ୍ଏସ୍ ବ୍ୟବହାର, ଏନଫୋର୍ସମେଣ୍ଟ, ପୁନରୁଦ୍ଧାର ସମ୍ପତ୍ତିର ମୂଲ୍ୟ, ଦୋଷୀ ସାବ୍ୟସ୍ତ ହାର, ଦଣ୍ଡବିଧାନ, ଥାନା ଗୁଡିକର ଆନୁସଙ୍ଗିକ ଭିତ୍ତିଭୂମି ଏବଂ ସାଧାରଣ ଜନତାଙ୍କୁ ଉନ୍ନତ ତଥା ଗୁଣାତ୍ମକ ସେବା ପ୍ରଦାନ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ଚୟନ କରାଯାଇଥାଏ । ଏହି ସମସ୍ତ ମାନଦଣ୍ଡରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ଉଲ୍ଲେଖନୀୟ ପ୍ରଦର୍ଶନ ରହିଥିଲା । ଏହାକୁ ଭିତ୍ତିକରି ପାଟପୁର ଥାନା ଦ୍ଵିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ।

ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ପ୍ରଶଂସାପତ୍ର ସହ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି।

#Odia#Odisha#News
Share Article:

Related Articles