न्यूज़रूम ओडिशा
ब्रेकिंग
ओडिया समाचार

ଦରଦାମ ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି: ସଞ୍ଜୟ

ଭୁବନେଶ୍ବର: ଲୋକଙ୍କ ସରକାର ବୋଲି କହି ଲୋକଙ୍କୁ ଶୋଷଣ କରୁଛି ବିଜେପି ସରକାର। ନିର୍ବାଚନୀ ପ୍ରତିଶ୍ରୁତି ଉଲ୍ଲଂଘନ କରିବା ପରେ ଦରଦାମ ବୃଦ୍ଧି କରି ଲୋକଙ୍କୁ ଅତିଷ୍ଠ କରୁଛି ମୋହନ ସରକାର। ଏହାର ପ୍ରତିବାଦରେ ଆସନ୍ତା ଜାନୁଆରୀ ୬ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି ବିଜେଡି। ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ। ନବୀନ ବାବୁଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ [...]

Admin•18 दिसंबर 2024
Share Article:

ଭୁବନେଶ୍ବର: ଲୋକଙ୍କ ସରକାର ବୋଲି କହି ଲୋକଙ୍କୁ ଶୋଷଣ କରୁଛି ବିଜେପି ସରକାର। ନିର୍ବାଚନୀ ପ୍ରତିଶ୍ରୁତି ଉଲ୍ଲଂଘନ କରିବା ପରେ ଦରଦାମ ବୃଦ୍ଧି କରି ଲୋକଙ୍କୁ ଅତିଷ୍ଠ କରୁଛି ମୋହନ ସରକାର। ଏହାର ପ୍ରତିବାଦରେ ଆସନ୍ତା ଜାନୁଆରୀ ୬ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି ବିଜେଡି।

ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ। ନବୀନ ବାବୁଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ଏହି ଅବସରରେ ସଂକଳ୍ପ ନିଆଯିବ। ଏହାଛଡା ଆସନ୍ତା ଜାନୁଆରୀ ୬ ରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ବିଜେଡି କାର୍ଯ୍ୟକାରୀ କମିଟି ଆବାହକ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଦର ଦାମ ନିୟନ୍ତ୍ରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ। ଲୋକସେବା ଭବନ ଆଗରେ ବିକ୍ଷୋଭ ହେବ। ନୂଆ ସରକାର ଗଠନର ୬ ମାସରେ ଦରଦାମ ବଢ଼ି ଚାଲିଛି। ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, ୫୦ ହଜାର ସୁଭଦ୍ରା, ୩୦୦ ଯୁନିଟ ମାଗଣା ବିଜୁଳି, ୩୧୦୦ ଏମ୍ଏସପି, ଭତ୍ତା ଆଦିରେ ବିଫଳତା, ନିତ୍ୟ ବ୍ୟବହାର ଜିନିଷର ଦରବୃଦ୍ଧିର ପ୍ରତିବାଦ କରାଯିବ। ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକିଲେଣି ସୁଭଦ୍ରାର ଏସ୍ଓପି ୯ ଥର ବଦଳିଲାଣି। ଆଳୁ ୬୦, ଡାଲି ୧୫୦ ଡେଇଁଲାଣି। ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ସ୍ୱାମୀ ଆୟରେ ଗୃହିଣୀ ଘର ଚଳାଏ। ହେଲେ ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡକ ପଡିଛି। ଡବଲ ଇଂଜିନ ସରକାର ବିକାଶ ନାରା ଦେଇଥିଲେ। ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି। ୨୦୧୪ ରୁ ଏନଡିଏ ଆସିବା ଦିନରୁ ଦର ବୃଦ୍ଧି ହୋଇ ଚାଲିଛି। ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ କ୍ଷତି ସହୁଛନ୍ତି। ବିନା କଟନି ଛଟନିରେ ଧାନ କିଣା ହେଉନାହିଁ। ଆନାଲାଇଜର ମେସିନ ଯୋଗୁଁ ଚାଷୀ କ୍ବିଣ୍ଟାଲ ପିଛା ୮ରୁ ୯ କେଜି କ୍ଷତି ସହୁଛନ୍ତି ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ସେହିପରି ସୁଭଦ୍ରା ନାଁରେ ମହିଳାଙ୍କୁ ପ୍ରତାରଣା କରାଯାଇଥିବା କହିଛନ୍ତି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ଏହାଛଡା ମିଶନ ଶକ୍ତିର ମା ମାନଙ୍କ ପ୍ରତି ଅଶୋଭନୀୟ ଆଚରଣ ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀମତି ଛୁରିଆ କହିଛନ୍ତି।

#Odia#Odisha#News
Share Article:

Related Articles