न्यूज़रूम ओडिशा
ब्रेकिंग
ओडिया समाचार

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଆନ୍ଧ୍ରରେ ବନ୍ଧା ଭାଇ ଓ ଭାଇ ବୋହୂ

ବଲାଙ୍ଗୀର: ସୁଦୂର ଆନ୍ଧ୍ର ପ୍ରଦେଶର ଇଟା ଭାଟିରୁ ଫେରିଛି ଦାଦନ ଶ୍ରମିକଙ୍କ ମୃତଦେହ। ସେପଟେ ବଇନା ଟଙ୍କା ପାଇଁ ବନ୍ଧା ପଡିଛନ୍ତି ଦମ୍ପତ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଥାନା ଗୁଆବାଉଁଶ ଗାଁରେ। ଗାଁର ଶିବ ମାଝୀ, ସ୍ତ୍ରୀ ରାଇମତି ଏବଂ ଭାଇ ଭାଉଜ ଦାଦନ ଖଟିବାକୁ ସୁଦୂର ଆନ୍ଧ୍ର ପ୍ରଦେଶର ଏକ ଇଟା ଭାଟିକୁ ଯାଇଥିଲେ। ସେଠାରେ ଅଧ ପେଟ ଅବସ୍ଥାରେ ହାଡଭଙ୍ଗା ପରିଶ୍ରମ କରାଇବାରୁ ଶିବ ଗୁରୁତର ଅସୁସ୍ଥ ହୋଇ [...]

Admin•21 दिसंबर 2024
Share Article:

ବଲାଙ୍ଗୀର: ସୁଦୂର ଆନ୍ଧ୍ର ପ୍ରଦେଶର ଇଟା ଭାଟିରୁ ଫେରିଛି ଦାଦନ ଶ୍ରମିକଙ୍କ ମୃତଦେହ। ସେପଟେ ବଇନା ଟଙ୍କା ପାଇଁ ବନ୍ଧା ପଡିଛନ୍ତି ଦମ୍ପତ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଥାନା ଗୁଆବାଉଁଶ ଗାଁରେ।

ଗାଁର ଶିବ ମାଝୀ, ସ୍ତ୍ରୀ ରାଇମତି ଏବଂ ଭାଇ ଭାଉଜ ଦାଦନ ଖଟିବାକୁ ସୁଦୂର ଆନ୍ଧ୍ର ପ୍ରଦେଶର ଏକ ଇଟା ଭାଟିକୁ ଯାଇଥିଲେ। ସେଠାରେ ଅଧ ପେଟ ଅବସ୍ଥାରେ ହାଡଭଙ୍ଗା ପରିଶ୍ରମ କରାଇବାରୁ ଶିବ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଆଉ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଫଳରେ ସ୍ତ୍ରୀ ରାଇମତି ସ୍ବାମୀଙ୍କ ଶବକୁ ଅନ୍ୟ ଶ୍ରମିକଙ୍କ ସହଯୋଗରେ କୌଣସିମତେ ଗାଁକୁ ଆଣିଛନ୍ତି। ଗାଁରେ ଶିବଙ୍କ ଶବ ପହଞ୍ଚିବା ପରେ କାନ୍ଦବୋବାଲିରେ ଫାଟି ପଡୁଛି ଗାଁ ଦାଣ୍ଡ। ସେପଟେ ବଇନା ଟଙ୍କା ଫେରସ୍ତ ହୋଇନଥିବାରୁ ଶିବଙ୍କ ଭାଇ ଓ ଭାଇ ବୋହୂ ଆନ୍ଧ୍ରରେ ବନ୍ଧା ପଡିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

#Odia#Odisha#News
Share Article:

Related Articles