न्यूज़रूम ओडिशा
ब्रेकिंग
ओडिया समाचार

ଦରବୃଦ୍ଧି ନେଇ ଗର୍ଜିଲା ବିଜେଡି: ଓଡିଆଙ୍କ ପ୍ରତିବାଦ ହିଁ ସରକାରର ମୁଖା ଖୋଲିବ: ନବୀନ

ଭୁବନେଶ୍ବର: ମିଛ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି। ସରକାର ଗଠନର ୭ ମାସ ପୂରିନି ଲୋକଙ୍କ ଆଖିରୁ ଲୁହ ଗଡିଲାଣି। ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ଦାମ ବୃଦ୍ଧିରେ ଗରିବ ହନ୍ତସନ୍ତ। ସେପଟେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟାର ରାସ୍ତା ବାଛିବାକୁ ବାଧ୍ଯ ହେଉଛି। ଏଭଳି ସ୍ଥିତିରେ ଏ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି। ଏହାର ପ୍ରତିବାଦରେ ସାଢେ ଚାରିକୋଟି ଓଡିଆଙ୍କ ଆନ୍ଦୋଳନ ହିଁ ଏ ସରକାରର ଅସଲ ଚେହେରାକୁ ପଦାରେ [...]

Admin•6 जनवरी 2025
Share Article:
ଦରବୃଦ୍ଧି ନେଇ ଗର୍ଜିଲା ବିଜେଡି: ଓଡିଆଙ୍କ ପ୍ରତିବାଦ ହିଁ ସରକାରର ମୁଖା ଖୋଲିବ: ନବୀନ

ଭୁବନେଶ୍ବର: ମିଛ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି। ସରକାର ଗଠନର ୭ ମାସ ପୂରିନି ଲୋକଙ୍କ ଆଖିରୁ ଲୁହ ଗଡିଲାଣି। ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ଦାମ ବୃଦ୍ଧିରେ ଗରିବ ହନ୍ତସନ୍ତ। ସେପଟେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟାର ରାସ୍ତା ବାଛିବାକୁ ବାଧ୍ଯ ହେଉଛି। ଏଭଳି ସ୍ଥିତିରେ ଏ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି। ଏହାର ପ୍ରତିବାଦରେ ସାଢେ ଚାରିକୋଟି ଓଡିଆଙ୍କ ଆନ୍ଦୋଳନ ହିଁ ଏ ସରକାରର ଅସଲ ଚେହେରାକୁ ପଦାରେ ପକାଇବ। ବିଜେଡି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଯୋଗ ଦେଇ ବିରୋଧୀ ଦଳ ନେତା ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜିର ସମାବେଶରେ ରାଜ୍ୟର ସମସ୍ତ ପ୍ରାନ୍ତରୁ ହଜାର ହଜାର ଲୋକ ସାମିଲ ହୋଇ ଦଳର ସୁଦୃଢ ସଂଗଠନର ପରିଚୟ ଦେଇଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ଭୁବନେଶ୍ବରରେ ବିଶାଳ ବିକ୍ଷୋଭ ସମାବେଶ ଆୟୋଜନ କରିଛି। ଏଥିରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି। ତାଙ୍କ ବକ୍ତବ୍ଯରେ ସେ ଏହି ସମାବେଶ ପାଇଁ ଶୀତରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ ଆସିଥିବା ହଜାର ହଜାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଏହି ସରକାର ସାତ ମାସ ପୂରଣ କରିବା ପରେ ବି କେବଳ ଲମ୍ବା ଲମ୍ବା ଭାଷଣ ଚାଲିଛି, ହେଲେ କାମଘର ଶୂନ। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢି ଚାଲିଛି। ଡାଲି, ତେଲରୁ ଆରମ୍ଭ କରି ପରିବା ଗ୍ରୋସରୀ ଯାଏ ଦର ଆକାଶଛୁଆଁ ହୋଇଛି। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ନିଜକୁ ଲୋକଙ୍କ ସରକାର ବୋଲି ପରିଚୟ ଦେଇ ଏମାନେ ଲୋକଙ୍କ ସହ ସଂପର୍କରେ ନାହାନ୍ତି। ଆଇମା କାହାଣୀ କହି ସରକାର ଖୁସି। ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର ହେଲାଣି। ଅଦିନିଆ ବର୍ଷାରେ ଫସଲ ହାନୀ ପାଇଁ ସରକାରର ସମ୍ବେଦନହୀନ ଆଚରଣ ଚାଷୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ଯ କରୁଛି। ମା ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛି। ହେଲେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ମିଛ କଥା କହି ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛନ୍ତି, ହେଲେ ବିଜେଡି ଠାରୁ କମ୍ ଭୋଟ ପାଇଛନ୍ତି। ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ କହି ଦରବୃଦ୍ଧି ସାଙ୍ଗକୁ ଜିଏସଟି ଡବଲ ମାଡ ସଦୃଶ ହୋଇଛି। ଆଉ ଏହି ଜିଏସଟିରେ ଗରିବ ଲୋକ ବେଶି ଶୋଷି ହେଉଛନ୍ତି। ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇ ଫିଲ୍ମ ରିଲିଜ ବେଳକୁ ଡବଲ୍ ଏମ୍ଏମ୍ ବା ମହଙ୍ଗା ମାଡ ଦେଖାଉଛନ୍ତି। ଏଥିପାଇଁ ସାଢେ ଚାରିକୋଟି ଓଡିଆଙ୍କ ପ୍ରତିବାଦ ହିଁ ସରକାରର ଅସଲ ମୁଖା ଖୋଲିବ ବୋଲି ନବୀନ ବାବୁ ପ୍ରକାଶ କରିଛନ୍ତି। ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ଦଳର ସବୁ ତୁଙ୍ଗ ନେତା ସାମିଲ ହୋଇ ବିଜେପି ସରକାର ଉପରେ ପ୍ରବଳ ବର୍ଷିଥିଲେ। ତେବେ, ଆଜିର ସମାବେଶରେ ନବୀନ ବାବୁଙ୍କ କ୍ରେଜ୍ ପୂର୍ବ ଠାରୁ ଅନେକ ଗୁଣ ଅଧିକ ଥିବା ସ୍ପଷ୍ଟ ହୋଇଥିଲା। ସେପଟେ ଏହି ସମାବେଶ ଦଳର ସୁଦୃଢ ସଂଗଠନର ବାର୍ତ୍ତା ଦେଇଥିବା ଚର୍ଚ୍ଚା ଜୋର ଧରିଛି।

#Odia#Odisha#News
Share Article:

Related Articles