न्यूज़रूम ओडिशा
ब्रेकिंग
ओडिया समाचार

ଜାତି ଭିତ୍ତିକ ଜନଗଣନା ଦାବି କଲା ବିଜେଡି: ସଂସଦୀୟ କମିଟିରେ ପ୍ରତିନିଧି ଦଳର ଦୃଢ ଦାବି

ଭୁବନେଶ୍ବର: ଜାତିଭିତ୍ତିକ ଗଣନା ପାଇଁ କେନ୍ଦ୍ର ଆଗରେ ଦୃଢ ଦାବି ରଖିଛି ବିଜେଡି। ଦଳର ଏକ ପ୍ରତିନିଧିଦଳ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅନ ୱେଲ୍‌ଫେୟାର ଅଫ ଓବିସିର ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଛି। ଓଡ଼ିଶାର ଏସ୍‌ଇବିସି ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ ପାଇଁ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ଓବିସିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ ବୋଲି ଦଳ ଯୁକ୍ତି ରଖିଛି। ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଭୂବନେଶ୍ବର [...]

Admin•16 जनवरी 2025
Share Article:
ଜାତି ଭିତ୍ତିକ ଜନଗଣନା ଦାବି କଲା ବିଜେଡି: ସଂସଦୀୟ କମିଟିରେ ପ୍ରତିନିଧି ଦଳର ଦୃଢ ଦାବି

ଭୁବନେଶ୍ବର: ଜାତିଭିତ୍ତିକ ଗଣନା ପାଇଁ କେନ୍ଦ୍ର ଆଗରେ ଦୃଢ ଦାବି ରଖିଛି ବିଜେଡି। ଦଳର ଏକ ପ୍ରତିନିଧିଦଳ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅନ ୱେଲ୍‌ଫେୟାର ଅଫ ଓବିସିର ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଛି। ଓଡ଼ିଶାର ଏସ୍‌ଇବିସି ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ ପାଇଁ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ଓବିସିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ ବୋଲି ଦଳ ଯୁକ୍ତି ରଖିଛି।

ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଭୂବନେଶ୍ବର ଠାରେ ଉପସ୍ଥିତ ଥିବା ପାର୍ଲିଆମେଣ୍ଟାରୀ କମିଟି ଅନ୍ ୱେଲଫେୟାର ଅଫ ଓବିସିର ଅଧ୍ୟକ୍ଷ ଗଣେଶ ସିଂଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା ଓ ଓଡ଼ିଶାର ଏସ୍‌ଇବିସିଙ୍କୁ ଜାତୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ଦୃଢ଼ ଦାବି ଜଣାଇଛନ୍ତି। ବିଜେଡିର ପ୍ରତିନିଧି ମଣ୍ଡଳୀରେ ଦଳର ବରିଷ୍ଠ ନେତା ଯଥା ପୂର୍ବତନ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡଃ ଅରୁଣ କୁମାର ସାହୁ, ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ବିଧାୟକ ପ୍ରଶାନ୍ତ ବେହେରା, ସୁଶାନ୍ତ ରାଉତ ରାଉତ, ସୌଭିକ ବିଶ୍ଵାଳ, ଧ୍ରୁବ ସାହୁ, ସାହୁ, ଅନନ୍ତ ନାରାୟଣ ଜେନା, ସାରଦା ପ୍ରସାଦ ଜେନା, ପ୍ରଦୀପ ସାହୁ, ଡଃ ପ୍ରିୟବ୍ରତ ମାଝୀ ଇତ୍ୟାଦି ଶ୍ରୀ ସିଂ ଙ୍କୁ ଭେଟି ଏହି ସନ୍ଦର୍ଭରେ ଏକ ସ୍ମାରକ ପତ୍ର ଦେଇଥିଲେ।
କମିଟିର ଅଧ୍ୟକ୍ଷଙ୍କୁ ଜନଗଣନାର ଆବଶ୍ୟକ‌ତା ଉପରେ ଦୃଢ଼ ଯୁକ୍ତି ଦଳ ତରଫରୁ ଉପସ୍ଥାପନ କରାଯାଇଛି। ସ୍ମାରକପତ୍ରରେ କୁହାଯାଇଛି, ଏସଇବିସି (ସୋସିଓ ଇକୋନୋମି କାଷ୍ଟ ସେନସସ) ୨୦୧୧ରେ ଜାତି ସମ୍ବନ୍ଧରେ ଆବଶକୀୟ ତଥ୍ୟ ସଂଗ୍ରହ ହୋଇ ହୋଇ ପାରିନଥିଲା। ଜାତି ସମ୍ବନ୍ଧରେ ସବିଶେଷ ତଥ୍ୟ ଉପଲବ୍ଧ ନ‌ଥୁବା ଯୋଗୁଁ, ଅବହେଳିତ ବର୍ଗର ଉତ୍‌ଥାନ ସମ୍ଭବ ହୋଇ ପାରୁ ନାହିଁ।

ଜାତିଭିତ୍ତିକ ଜନଗଣନା ମାଧ୍ୟମରେ ପଛୁଆ ବର୍ଗର ଲୋକ ମାନଙ୍କ ବିଷୟରେ ଅନେକ ଗୁରୁତ୍ଵପୂର୍ଣ ତଥ୍ୟ ଯଥା ସେମାନଙ୍କ ସାମାଜିକ ସ୍ଥିତି, ରୋଜଗାରର ମାଧ୍ୟମ, ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ଉପଲବ୍ଧ ହୋଇ ପାରିବ। ଏହି ତଥ୍ୟ ଗୁଡିକ ଉପଲବ୍ଧ ହେଲେ, ଅବହେଳିତ ବର୍ଗର ଉତ୍‌ଥାନ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇ ପାରିବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଜାତି ଭିଭିକ ସରଂକ୍ଷଣ ବ୍ୟବସ୍ଥା, ସେମାନଙ୍କ ଉନ୍ନତି ପାଇଁ ଆବଶ୍ୟକୀୟ ଅର୍ଥର ବ୍ୟବସ୍ଥା, ସେମାନ ବିକାଶ ପାଇଁ ନୂତନ ନୀତି ନିର୍ଦ୍ଧାରଣ ଇତ୍ୟାଦି କରାଯାଇପାରିବ ବୋଲି ବିଜୁ ଜନତା ତରଫରୁ ସ୍ମାରକପତ୍ରରେ କୁହାଯାଇଛି। ଏହା ଛଡା ଓଡ଼ିଶାର ଏସ୍‌ଇବିସି ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ କରିବାକୁ ସ୍ମାରକ ପତ୍ରରେ ଦାବୀ କରାଯାଇଛି।

#Odia#Odisha#News
Share Article:

Related Articles