ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ନ୍ୟାସନାଲ ଡିଫେନ୍ସ କଲେଜରେ ପ୍ରଶିକ୍ଷଣ ନେଉଥିବା ୧୭ ଜଣ ଅଧିକାରୀ
ଭୁବନେଶ୍ୱର: ନ୍ୟାସନାଲ ଡିଫେନ୍ସ କଲେଜ,ନୂଆଦିଲ୍ଲୀରୁ ଭାରତକୁ ବୁଝିବା ଶିକ୍ଷା ପରିଭ୍ରମଣ (ଅଣ୍ଡରଷ୍ଟାଣ୍ଡିଙ୍ଗ ଇଣ୍ଡିଆ ଷ୍ଟଡି ଟୁର) ରେ ଆସିଥିବା ୧୭ ଜଣ ପ୍ରତିନିଧି ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଭାରତ ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ରମାନଙ୍କରୁ ଆସିଥିବା ସାମରିକ ଓ ବେସାମରିକ ସେବାରେ ଯଥାକ୍ରମେ ବ୍ରିଗେଡିୟର ତଥା ଯୁଗ୍ମ ଶାସନ ସଚିବ ପାହ୍ୟାରେ ଥିବା ଏହି [...]
ଭୁବନେଶ୍ୱର: ନ୍ୟାସନାଲ ଡିଫେନ୍ସ କଲେଜ,ନୂଆଦିଲ୍ଲୀରୁ ଭାରତକୁ ବୁଝିବା ଶିକ୍ଷା ପରିଭ୍ରମଣ (ଅଣ୍ଡରଷ୍ଟାଣ୍ଡିଙ୍ଗ ଇଣ୍ଡିଆ ଷ୍ଟଡି ଟୁର) ରେ ଆସିଥିବା ୧୭ ଜଣ ପ୍ରତିନିଧି ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଭାରତ ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ରମାନଙ୍କରୁ ଆସିଥିବା ସାମରିକ ଓ ବେସାମରିକ ସେବାରେ ଯଥାକ୍ରମେ ବ୍ରିଗେଡିୟର ତଥା ଯୁଗ୍ମ ଶାସନ ସଚିବ ପାହ୍ୟାରେ ଥିବା ଏହି ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଫେବୃୟାରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଗସ୍ତରେ ଆସିଥିବା ଏହି ଅଧିକାରୀମାନେ ରାଜ୍ୟର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣ ସଂପର୍କରେ ନିକଟରୁ ଜାଣିବାର ଆଭିମୁଖ୍ୟ ରହିଛି । ନ୍ୟାସନାଲ ଡିଫେନ୍ସ କଲେଜରେ ଜାତୀୟ ନିରାପତ୍ତା ଏବଂ ରଣନୀତିକ ଶିକ୍ଷା ପାଠ୍ୟକ୍ରମ ବିଷୟରେ ଏକ ବର୍ଷିଆ ପ୍ରଶିକ୍ଷଣ ନେଉଥିବା ଏହି ଅଧିକାରୀମାନେ ପ୍ରତି ଦଳରେ ପାଖାପାଖି ୧୮ଜଣ ସାମିଲ ହୋଇ ୮ଟି ଦଳରେ ବିଭିନ୍ନ ରାଜ୍ୟ ପରିଭ୍ରମଣ କରୁଛନ୍ତି । ଓଡ଼ିଶାକୁ ପରିଭ୍ରମଣରେ ଆସିଥିବା ଅଧିକାରୀମାନଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ତଥା ରାଜ୍ୟର ବିକାଶ ସଂପର୍କରେ ନିକଟରୁ ଜାଣିପାରବା ଆଭିମୁଖ୍ୟ ରହିଛି । ସେଥିପାଇଁ ସେମାନେ ରାଜ୍ୟର କେତେକ ଜିଲ୍ଲା, ବ୍ଳକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତିନିଧିମାନେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ, ଆଇନ ଶୃଙ୍ଖଳା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା,ଶକ୍ତି ବିଭାଗର କାର୍ଯ୍ୟ ସହିତ ବିଭିନ୍ନ ସ୍ୱଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରିବେ । ଆସିଥିବା ପ୍ରତିନିଧି ଦଳ ପୁରୀ, କୋଣାର୍କ ଆଦି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଆହୁଜା ରାଜ୍ୟର ସାଂପ୍ରତିକ ସ୍ଥିତି, ଶାସନ ପରିଚାଳନାର ଜନସାଧାରଣଙ୍କ ସକରାତ୍ମକ ଆଭିମୁଖ୍ୟ ଏବଂ ଜନସାଧାରଣଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉଥିବା କହିଥିଲେ । ଓଡ଼ିଶାର ଶିଳ୍ପନୀତି, ପୁଞ୍ଜିନିବେଶର ଧାରା, ନିଯୁକ୍ତି ସୁଯୋଗ ପ୍ରୟାସ, ସ୍ୱାସ୍ଥ୍ୟ, ଶିକ୍ଷା, ପୋଷାକ ଓ ବୟନ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଥିବା କଥା କହିଥିଲେ । ସେହିପରି ଓଡ଼ିଶାର ପର୍ଯ୍ୟଟନ ଏବଂ ସଂସ୍କୃତି ସଂପର୍କରେ ଆଲୋକପାତ କରିବା ସହ ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଆଇଟିଆର) ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।
ଉନ୍ନୟନ କମିଶନର ଅନୁ ଗର୍ଗ ରାଜ୍ୟର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି, ଅର୍ଥନୈତିକ ବିକାଶ ଏବଂ ବିପର୍ଯ୍ୟୟ ପରିଚାଳନା ମଡେଲ ଆଦିସଂପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ଗୃହ ( ସ୍ଵରାଷ୍ଟ୍ର) ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର୍.କେ.ଶର୍ମା ଉପସ୍ଥିତ ଥିଲେ ।
Odisha Tourism dept holds roadshow in Hyderabad; highlights cultural heritage, wildlife
Next ArticleOdisha Vigilance Seizes Assets worth over Crores from Watershed Deputy Director in Malkangiri Dist
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
