न्यूज़रूम ओडिशा
ब्रेकिंग
ओडिया समाचार

କନ୍ଧମାଳରେ ମତଦାନ ଜାରି: ୮ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ

ଫୁଲବାଣୀ: କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଧମାଳ ଜିଲ୍ଲାର ୩, ବୌଦ୍ଧ ଜିଲ୍ଲାର ୨ଟି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ମତଦାନ ଜାରି ରହିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା ଓ ଜି.ଉଦୟଗିରି, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରାଯାଉଛି। ମୋଟ ୮ ଜଣ ସାଂସଦ ପ୍ରାର୍ଥୀଙ୍କ ନିୟତି ଧାର୍ଯ୍ୟ କରୁଛନ୍ତି [...]

Admin•20 मई 2024
Share Article:
କନ୍ଧମାଳରେ ମତଦାନ ଜାରି: ୮ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ

ଫୁଲବାଣୀ: କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଧମାଳ ଜିଲ୍ଲାର ୩, ବୌଦ୍ଧ ଜିଲ୍ଲାର ୨ଟି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ମତଦାନ ଜାରି ରହିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା ଓ ଜି.ଉଦୟଗିରି, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ କରାଯାଉଛି। ମୋଟ ୮ ଜଣ ସାଂସଦ ପ୍ରାର୍ଥୀଙ୍କ ନିୟତି ଧାର୍ଯ୍ୟ କରୁଛନ୍ତି ମତଦାତା। ଏଥିରୁ ପ୍ରମୁଖ ରହିଛନ୍ତି ବିଜେଡିର ବର୍ତ୍ତମାନର ସାଂସଦ ଅଚ୍ୟୁତ ସାମନ୍ତ, ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସ ପ୍ରାର୍ଥୀ ଅମୀରଚାନ୍ଦ ନାୟକ।

ଫୁଲବାଣୀ ଏଜେଓ ହାଇସ୍କୁଲ ବୁଥରେ ଭୋଟ ଦେଲେ ଅଲିମ୍ପିୟାନ ଶ୍ରାବଣୀ ନନ୍ଦ

ଅପରପକ୍ଷରେ କନ୍ଧମାଳ ଜିଲ୍ଲାର ତିନି ବିଧାନସଭା ଆସନରେ ୨୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଫୁଲବାଣୀ ବିଧାନସଭା ଆସନରେ ୯ ଜଣ, ବାଲିଗୁଡ଼ାରେ ୫ ଜଣ ଓ ଜି.ଉଦୟଗିରିରେ ୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଜିଲ୍ଲାର ସମୁଦାୟ ୫ ଲକ୍ଷ ୬୮ ହଜାର ୯୬୧ ମତଦାତା ନିଜର ଭୋଟଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ମାଓପ୍ରବଣ ଅଞ୍ଚଳ ତଥା ଜିଲ୍ଲାର ଗ୍ରାମାଞ୍ଚଳରେ ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ଶେଷ ହେବ। ସହରାଞ୍ଚଳରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ପୋଲିସ, ଅର୍ଦ୍ଧସାମରିକ ବାହିନୀ ବ୍ୟାପକ ସଂଖ୍ୟାରେ ବୁଥ ମାନଙ୍କରେ ମୁତୟନ ହୋଇଛନ୍ତି। ଅପରାହ୍ନ ୩ଟା ସୁଦ୍ଧା କନ୍ଧମାଳ ଜିଲ୍ଲାରେ ୪୮.୪୧ ଶତକଡା ଭୋଟିଂ ହୋଇଛି।

ଭୋଟ ଦେଲେ ଉପବାଚସ୍ପତି ସାଲୁଗା ପ୍ରଧାନ
#Odia#Odisha#News
Share Article:

Related Articles