न्यूज़रूम ओडिशा
ब्रेकिंग
ओडिया समाचार

ହାର୍ଦ୍ଦିକଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା, ଇନଷ୍ଟାଗ୍ରାମରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇଲେ ପତ୍ନୀ ନତାଶା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏବେ ବେଳା ଖରାପ ଚାଲିଛି। ତାଙ୍କ କ୍ଯାପଟେନ୍ସିରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଠିକ୍ ଠାକ୍ ନଥିବା ଜଣାପଡ଼ିଛି। ପତ୍ନୀ ନତାଶା ଷ୍ଟାନକୋଭିଚଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏବେ ନତାଶା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇ ଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର୍ [...]

Admin•25 मई 2024
Share Article:

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏବେ ବେଳା ଖରାପ ଚାଲିଛି। ତାଙ୍କ କ୍ଯାପଟେନ୍ସିରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଠିକ୍ ଠାକ୍ ନଥିବା ଜଣାପଡ଼ିଛି। ପତ୍ନୀ ନତାଶା ଷ୍ଟାନକୋଭିଚଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏବେ ନତାଶା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇ ଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର୍ ଧରିଛି । ତେବେ ଏନେଇ ଉଭୟ ହାର୍ଦ୍ଦିକ ଓ ନତାଶା ଏଯାବତ୍ ମୁହଁ ଖୋଲି ନାହାଁନ୍ତି।

ଆଇପିଏଲରେ ମଧ୍ୟ ମୁମ୍ବାଇର କୌଣସି ବି ମ୍ୟାଚରେ ନତାଶାଙ୍କୁ ଦେଖିବାକୁ ମିଳିନଥିଲା । ଏହା ପରେ ହାର୍ଦ୍ଦିକଙ୍କ ସହ ତାଙ୍କର ବିଚ୍ଛେଦ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ।

ନତାଶା ଶୁକ୍ରବାର ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି। ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ନତାଶା ସେଲଫି ପାଇଁ ପୋଜ୍ ଦେଉଛନ୍ତି । ଏହି ଫଟୋରେ ସେ ଏକ ଧଳା ଟି-ସାର୍ଟ, ଏକ କଳା-ଧଳା ଶ୍ରଗ୍ ଏବଂ ଏକ କଳା କ୍ରସ୍ ବ୍ୟାଗ୍ ସହିତ ନଜର ଆସୁଛନ୍ତି। ତେବେ ସେ ତାଙ୍କ ନାଁରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇ ଦେଇଛନ୍ତି।

ସର୍ବିୟା ଅଭିନେତ୍ରୀ ନତାଶା ଏବଂ ହାର୍ଦ୍ଦିକ ୩୧ ମେ ୨୦୨୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେହି ବର୍ଷ ଜୁଲାଇ ୩୦ରେ ଏହି‌ ସେଲିବ୍ରିଟି ଦମ୍ପତିଙ୍କ ପୁଅ ଅଗସ୍ତ୍ୟ ଜନ୍ମ ହୋଇଥିଲା । ଗତ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ଅବସରରେ ଦୁହେଁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ରାଜସ୍ଥାନର ଉଦୟପୁରରେ ଏହି ବିବାହ ଉତ୍ସବ ଧୂମଧାମରେ ଅନୁଷ୍ଠିତ ହୋଇଥିଲା। ହାର୍ଦ୍ଦିକ ଏବଂ ନତାଶା ପ୍ରଥମେ ମୁମ୍ବାଇର ଏକ କ୍ଲବରେ ପରସ୍ପରକୁ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

#Odia#Odisha#News
Share Article:

Related Articles