ଆଜି କେକେଆର୍-ସନରାଇଜର୍ସ ଟାଇଟଲ୍ ଲଢ଼େଇ
ଚେନ୍ନାଇ: ଆଇପିଏଲରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଟାଇଟଲ ଲଢ଼େଇ | ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ ଏହି ପ୍ରତୀକ୍ଷିତ ଫାଇନାଲ। ଦୁଇ ଦଳ ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିବା ବେଳେ କୋଲକାତା ୮ ୱିକେଟରେ ଜିତିଥିଲା। କୋଲକାତା ଓ ହାଇଦ୍ରାବାଦ ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପରସ୍ପରକୁ ଭେଟିବେ। କେକେଆର୍ ଚତୁର୍ଥ ଥର ଏବଂ ସନରାଇଜର୍ସ ତୃତୀୟ ଥର ପାଇଁ ଟାଇଟଲ୍ ମ୍ୟାଚରେ ପହଞ୍ଚିଛି | [...]
ଚେନ୍ନାଇ: ଆଇପିଏଲରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଟାଇଟଲ ଲଢ଼େଇ | ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ ଏହି ପ୍ରତୀକ୍ଷିତ ଫାଇନାଲ।
ଦୁଇ ଦଳ ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିବା ବେଳେ କୋଲକାତା ୮ ୱିକେଟରେ ଜିତିଥିଲା। କୋଲକାତା ଓ ହାଇଦ୍ରାବାଦ ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପରସ୍ପରକୁ ଭେଟିବେ। କେକେଆର୍ ଚତୁର୍ଥ ଥର ଏବଂ ସନରାଇଜର୍ସ ତୃତୀୟ ଥର ପାଇଁ ଟାଇଟଲ୍ ମ୍ୟାଚରେ ପହଞ୍ଚିଛି | କେକେଆର୍ ଦୁଇ ବର୍ଷ ପରେ ଫାଇନାଲ ଖେଳୁଥିବା ବେଳେ ସନରାଇଜର୍ସ ପାଞ୍ଚ ବର୍ଷ ପରେ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି।
କେକେଆର୍ ଦୁଇଥର ଟାଇଟଲ୍ ଜିତିଛି | ଚଳିତ ସିଜନର ଲିଗ୍ ପର୍ଯ୍ୟାୟରେ କୋଲକାତା ୧୪ ଟି ମ୍ୟାଚ ମଧ୍ୟରୁ ୯ଟି ଜିତିଥିଲା ଏବଂ ମାତ୍ର ୩ଟି ହାରିଥିଲା । ଦଳ ୨୦ ପଏଣ୍ଟ ସହ ଟେବୁଲ ଟପ୍ପର ଭାବେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା | ପ୍ରଥମ କ୍ବାଲିଫାୟରରେ କୋଲକାତା ହାଇଦ୍ରାବାଦକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା।
ଅନ୍ୟପକ୍ଷରେ ଡେଭିଡ ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ୨୦୧୬ରେ ଆଇପିଏଲ୍ ଟାଇଟଲ୍ ଜିତିଥିଲା | ଗତ ସିଜନରେ ହାଇଦ୍ରାବାଦ ଦଳ ୧୦ ନମ୍ବରରେ ରହିଥିଲା। କିନ୍ତୁ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଏଥର ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଲିଗ୍ ପର୍ଯ୍ୟାୟରେ ହାଇଦ୍ରାବାଦ ୮ଟି ମ୍ୟାଚ ଜିତିଥିଲା ଏବଂ ୫ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲା | ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ହାଇଦ୍ରାବାଦ ୧୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ପ୍ଲେ ଅଫରେ ପହଞ୍ଚିଥିଲା |
ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୨୭ ଥର ମୁକାବିଲା ହୋଇଥିବା ବେଳେ କେକେଆର୍ ୧୮ଟି ମ୍ୟାଚ୍ ଏବଂ ହାଇଦ୍ରାବାଦ ୯ଟି ମ୍ୟାଚ୍ ଜିତିଛି । ଚଳିତ ସିଜନରେ ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଉଭୟ ମ୍ୟାଚରେ କୋଲକାତା ବାଜି ମାରିଥିଲା ।
ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁଙ୍କ ମୃତ୍ୟୁ
Next Articleରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହାରାହାରି ୭୧ ପ୍ରତିଶତ ମତଦାନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
