न्यूज़रूम ओडिशा
ब्रेकिंग
ओडिया समाचार

ବିଜେପି ସରକାରର ମୁଖା ଖୋଲିବାକୁ ବିଜେଡିର ରଣନୀତି ବୈଠକ

ଭୁବନେଶ୍ବର: ବିଜେପି ସରକାର ତାର ବର୍ଷପୂର୍ତ୍ତି ପାଳନ କରୁଛି। ସେପଟେ, ଗତ ବର୍ଷକ ମଧ୍ୟରେ ଏହି ସରକାରର ସବୁ ବିଫଳତା ଏବଂ କେଳେଙ୍କାରୀକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ବିଜେଡି ଅଣ୍ଟା ଭିଡିଲାଣି। ଏନେଇ ଆଜି ବିଜେଡିର ରାଜ୍ୟସ୍ତରୀୟ ନେତୃତ୍ବଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଦଳର ସମସ୍ତ ଛାମୁଆ ସଂଗଠନର ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଦଳର ସମସ୍ତ କର୍ମୀଙ୍କୁ ବିଜେପି ସରକାରର ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ [...]

Admin•10 जून 2025
Share Article:
ବିଜେପି ସରକାରର ମୁଖା ଖୋଲିବାକୁ ବିଜେଡିର ରଣନୀତି ବୈଠକ

ଭୁବନେଶ୍ବର: ବିଜେପି ସରକାର ତାର ବର୍ଷପୂର୍ତ୍ତି ପାଳନ କରୁଛି। ସେପଟେ, ଗତ ବର୍ଷକ ମଧ୍ୟରେ ଏହି ସରକାରର ସବୁ ବିଫଳତା ଏବଂ କେଳେଙ୍କାରୀକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ବିଜେଡି ଅଣ୍ଟା ଭିଡିଲାଣି। ଏନେଇ ଆଜି ବିଜେଡିର ରାଜ୍ୟସ୍ତରୀୟ ନେତୃତ୍ବଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ବୈଠକରେ ଦଳର ସମସ୍ତ ଛାମୁଆ ସଂଗଠନର ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଦଳର ସମସ୍ତ କର୍ମୀଙ୍କୁ ବିଜେପି ସରକାରର ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ତାଲିମ ଦେବା ସକାଶେ ବୈଠକରେ ସ୍ଥିର କରାଯିବ ବୋଲି ସୂଚନା ମିଳିଛି। ବିଜେଡି ଆରମ୍ଭରୁ ବିଜେପି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରି ଆସିଛି। ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ କିପରି ଦଳ ଉଲ୍ଲଂଘନ କରିଛି ସେନେଇ ଲୋକଙ୍କୁ ଅବଗତ କରାଯିବ। ସେହିପରି ମହାନଦୀ, ପୋଲାଭରମ, ଆଇନ ଶୃଙ୍ଖଳା ପରିସ୍ଥିତି, ଅନାହାର ମୃତ୍ୟୁ, ମଦ ମୃତ୍ୟୁ, ଓବିସି ଆରକ୍ଷଣ ଆଦି ପ୍ରସଙ୍ଗରେ ସରକାରର ମୁଖା ଖୋଲିବାକୁ ଦଳ ଯୋଜନା କରିଛି। ତେବେ, ଏହି ବୈଠକରେ ଦଳୀୟ ନେତୃବୃନ୍ଦଙ୍କୁ ସଭାପତି ନବୀନ ପଟ୍ଟନାୟକ ଦିଗଦର୍ଶନ ଦେବାର ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles