न्यूज़रूम ओडिशा
ब्रेकिंग
ओडिया समाचार

ଏ ବର୍ଷ ଚିଲିକାରେ ଅଧିକ ବିଦେଶୀ ଅତିଥି

ଭୁବନେଶ୍ବର – ଚିଲିକାକୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଚିଲିକାରେ ପକ୍ଷୀ ଗଣନାରୁ ଏହି ତଥ୍ୟ ମିଳିଛି । ଏ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଗଣନାରୁ ଜଣାପଡିଛି। ଆଜି ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା । ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଅଛନ୍ତି । ଚିଲିକା ବନ୍ୟପ୍ରାଣୀ [...]

Admin•4 जनवरी 2024
Share Article:

ଭୁବନେଶ୍ବର – ଚିଲିକାକୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଚିଲିକାରେ ପକ୍ଷୀ ଗଣନାରୁ ଏହି ତଥ୍ୟ ମିଳିଛି । ଏ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଗଣନାରୁ ଜଣାପଡିଛି। ଆଜି ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା । ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଅଛନ୍ତି । ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ଏହି ସୂଚନା ଦେଇଛନ୍ତି।

ଆଜି ସକାଳ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ୨୧ଟି ଟିମ ନିୟୋଜିତ ହୋଇଥିଲେ। ପ୍ରତି ଟିମରେ ୬ରୁ ୭ଜଣ ସଦସ୍ୟ ରହିଥିଲେ।

ପକ୍ଷୀ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, କ୍ୟାମେରା ଏବଂ ଅନ୍ୟ ଉପକରଣବ୍ୟବହାର କରାଯାଇଥିଲା । ଏହି କାର୍ଯ୍ୟରେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ , ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସର କର୍ମକର୍ତ୍ତା ସାମିଲ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଚିଲିକା ଆସିଥିଲେ । ଗତବର୍ଷ ତୁଳନାରେ ଏ ବର୍ଷ ଚିଲିକାକୁ ୫୮୩୦ ଅଧିକ ପକ୍ଷୀ ଆସିଛନ୍ତି । ଏଥିସହ ୩ଟି ଅଧିକ ପ୍ରଜାତିର ପକ୍ଷୀ ଠାବ ହୋଇଛନ୍ତି।

#Odia#Odisha#News
Share Article:

Related Articles