न्यूज़रूम ओडिशा
ब्रेकिंग
ओडिया समाचार

୫-ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟ : ୩୮୯ଟି ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ରାଜ୍ୟର ଶିକ୍ଷାର ବିକାଶ ପାଇଁ ୫-ଟି ଅଧୀନରେ ସରକାରୀ ହାଇସ୍କୁଲ ଗୁଡ଼ିକର ‌ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି। ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ୧୪୯, ଝାରସୁଗୁଡ଼ା ଜିଲ୍ଲାର ୧୧, ଜଗତସିଂହପୁର ଜିଲ୍ଲାର ୫୭, କେନ୍ଦ୍ରାପଡ଼ାର ୧୧୨ ଓ ବରଗଡ଼ ଜିଲ୍ଲାର ୬୦ଟି ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ଲୋକାର୍ପଣ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, [...]

Admin•11 जनवरी 2024
Share Article:
୫-ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟ : ୩୮୯ଟି ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ରାଜ୍ୟର ଶିକ୍ଷାର ବିକାଶ ପାଇଁ ୫-ଟି ଅଧୀନରେ ସରକାରୀ ହାଇସ୍କୁଲ ଗୁଡ଼ିକର ‌ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି। ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ୧୪୯, ଝାରସୁଗୁଡ଼ା ଜିଲ୍ଲାର ୧୧, ଜଗତସିଂହପୁର ଜିଲ୍ଲାର ୫୭, କେନ୍ଦ୍ରାପଡ଼ାର ୧୧୨ ଓ ବରଗଡ଼ ଜିଲ୍ଲାର ୬୦ଟି ହାଇସ୍କୁଲର ଲୋକାର୍ପଣ କରିଛନ୍ତି।

ଲୋକାର୍ପଣ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଂସଦ, ବିଧାୟକଙ୍କ ସମେତ ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା ଓ ବରଗଡ଼ର ଜିଲ୍ଲାପାଳ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ପୂର୍ବରୁ ତିନିଟି ପର୍ଯ୍ୟାୟରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହୋଇଛି ।

#Odia#Odisha#News
Share Article:

Related Articles