न्यूज़रूम ओडिशा
ब्रेकिंग
ओडिया समाचार

ଜମ୍ମୁ କାଶ୍ମୀରର ରାଜୌରୀରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନ ସହିଦ୍, ଦୁଇ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ନୌଶେରା ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଜଣେ ସୈନିକ ସହିଦ୍ ହୋଇଛନ୍ତି । ଏହି ଘଟଣାରେ ଦୁଇ ସୈନିକ ଆହତ ହୋଇଛନ୍ତି । ଜଣେ ସୈନିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ଫରୱାର୍ଡ ଡିଫେନ୍ସ ଲାଇନ (ଏଫଡିଏଲ୍) ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ୮୦ତମ ଇନଫାଣ୍ଟ୍ରି ବ୍ରିଗେଡ୍ ଅଧୀନରେ ଥିବା ୧୭ ତମ ଶିଖ୍ ଲାଇଟ୍ ବାଟାଲିୟନ ଅଞ୍ଚଳରେ ଏହି ଘଟଣା ଘଟିଛି। ତିନିଜଣ ଯବାନ ନିୟମିତ [...]

Admin•18 जनवरी 2024
Share Article:

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ନୌଶେରା ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଜଣେ ସୈନିକ ସହିଦ୍ ହୋଇଛନ୍ତି । ଏହି ଘଟଣାରେ ଦୁଇ ସୈନିକ ଆହତ ହୋଇଛନ୍ତି । ଜଣେ ସୈନିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି।

ଫରୱାର୍ଡ ଡିଫେନ୍ସ ଲାଇନ (ଏଫଡିଏଲ୍) ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ୮୦ତମ ଇନଫାଣ୍ଟ୍ରି ବ୍ରିଗେଡ୍ ଅଧୀନରେ ଥିବା ୧୭ ତମ ଶିଖ୍ ଲାଇଟ୍ ବାଟାଲିୟନ ଅଞ୍ଚଳରେ ଏହି ଘଟଣା ଘଟିଛି। ତିନିଜଣ ଯବାନ ନିୟମିତ ଭାବେ ନିୟନ୍ତ୍ରଣ ରେଖା ନିକଟରେ କର୍ତ୍ତବ୍ୟରତ ଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ।

ବିସ୍ଫୋରଣ ପରେ ଆହତ ସୈନିକମାନଙ୍କୁ ତୁରନ୍ତ ଉଦ୍ଦମପୁର କମାଣ୍ଡ ହସ୍ପିଟାଲକୁ ନିଆଯାଇଥିଲା । ଗୁରୁତର ଆହତ ସ ଯବାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ସୈନିକଙ୍କୁ ବିମାନ ଯୋଗେ ଡାକ୍ତରଖାନା ପଠାଯାଇଥିଲା। ସହିଦ ସୈନିକଙ୍କ ପରିଚୟ ସମ୍ପର୍କରେ ସେନା ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।

#Odia#Odisha#News
Share Article:

Related Articles