ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି ଜାଣିବା କଥା
ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ କରୁଥିବା ନନ୍ଦିଘୋଷ ରଥର ପ୍ରତ୍ୟେକ ଟି ଅଂଶ ଜଣେ ଜଣେ ଦେବତା ଅଟନ୍ତି। ମନୁଷ୍ୟ ଶରୀର ସଦୃଶ୍ୟ ଏ ରଥର ପରିକଳ୍ପନା। ଅଙ୍ଗ ପ୍ରତ୍ୟଙ୍ଗ ଯୁକ୍ତ ଶରୀର ଯେପରି ପୂର୍ଣ୍ଣାଙ୍ଗ ରୂପ ପ୍ରାପ୍ତ ହୋଇଥାଏ ସେହିପରି ବିଭିନ୍ନ ଦେବତା ଙ୍କ ସମାହାର ରେ ନନ୍ଦିଘୋଷ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥାଏ। ସମସ୍ତ ଦେବତା ବୃନ୍ଦ ମହାପ୍ରଭୁଙ୍କୁ ସେବାପ୍ରଦାନ କରିବା ପାଇଁ ଏହି ରଥର ବିଭିନ୍ନ ଅଙ୍ଗରେ ନିଜକୁ ସମ୍ମିଳିତ କରିଥାନ୍ତି। ନନ୍ଦିଘୋଷ


ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ କରୁଥିବା ନନ୍ଦିଘୋଷ ରଥର ପ୍ରତ୍ୟେକ ଟି ଅଂଶ ଜଣେ ଜଣେ ଦେବତା ଅଟନ୍ତି। ମନୁଷ୍ୟ ଶରୀର ସଦୃଶ୍ୟ ଏ ରଥର ପରିକଳ୍ପନା। ଅଙ୍ଗ ପ୍ରତ୍ୟଙ୍ଗ ଯୁକ୍ତ ଶରୀର ଯେପରି ପୂର୍ଣ୍ଣାଙ୍ଗ ରୂପ ପ୍ରାପ୍ତ ହୋଇଥାଏ ସେହିପରି ବିଭିନ୍ନ ଦେବତା ଙ୍କ ସମାହାର ରେ ନନ୍ଦିଘୋଷ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥାଏ। ସମସ୍ତ ଦେବତା ବୃନ୍ଦ ମହାପ୍ରଭୁଙ୍କୁ ସେବାପ୍ରଦାନ କରିବା ପାଇଁ ଏହି ରଥର ବିଭିନ୍ନ ଅଙ୍ଗରେ ନିଜକୁ ସମ୍ମିଳିତ କରିଥାନ୍ତି।
ନନ୍ଦିଘୋଷ ରଥର ସାରଥୀ ହେଉଛନ୍ତି ” ମାତଳୀ”। ରଥରେ ବ୍ୟବହୃତ ରଜ୍ଜୁ ବା ଦଉଡି ହେଉଛନ୍ତି ” ଶଙ୍ଖଚୁଡ ସର୍ପ “। ରଥକୁ ଟାଣିଥାନ୍ତି ଚାରୋଟି ଶ୍ୱେତ ଅଶ୍ୱ ବ ଧବଳ ବର୍ଣ୍ଣ ର ଘୋଡା। ଏହି ଚାରି ଅଶ୍ୱ ଙ୍କ ନାମ ହେଉଛି (୧)ଶଙ୍ଖ, (୨)ବଳାହକ, (୩)ଶ୍ୱେତ, ଓ (୪)ହରିଦ୍ୱାଶ । ପିତ, ଲୋହିତ ବା ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ ହୋଇଥାଏ। ରଥର ଶୀର୍ଷରେ ଯେଉଁ ପତାକା ଲାଗିଥାଏ ତାହା ଗରୁଡ଼ ଚିହ୍ନଙ୍କିତ ଅଟେ। ନନ୍ଦିଘୋଷ ର ଧ୍ୱଜପ ମୂର୍ତ୍ତି ହେଉଛନ୍ତି “ପଞ୍ଚମୁଖୀ ହନୁମାନ “। ଅର୍ଥାତ ରଥ ଧ୍ବଜା ରେ ହନୁମାନ ରହିଥାନ୍ତି।
ନନ୍ଦିଘୋଷ ରଥର ୯ ଜଣ ପାର୍ଶ୍ଵଦେଵତା ହେଉଛନ୍ତି:- (୧) ହନୁମାନ, (୨)ରାମ, (୩)ଲକ୍ଷ୍ମଣ, (୪)ନାରାୟଣ, (୫)କୃଷ୍ଣ (୬)ଗୋବର୍ଦ୍ଧନ, (୭)ଚିନ୍ତାମଣି କୃଷ୍ଣ (୮)ରାଘବ (୯)ନୃସିଂହ। କ୍ରମଶଃ….
ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ
Odisha Seeks Vaccine Allocation in Ratio of 95:5 for Govt and Pvt Hospitals
Next ArticleNewsroom Odisha: Morning Headlines
Related Articles
ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା

विचार व संपादकीयଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
ମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ

विचार व संपादकीयମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
ସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ

विचार व संपादकीयସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର ୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ [...]
